ମୁଣ୍ଡକୁ ଢୁକୁଛି ଅଜବ ଯୁଗାଡ, କରୋନାରୁ ରକ୍ଷା ପାଇବା ପାଇଁ ବାଇକକୁ କରିଦେଲେ ବାଇଓ ବବଲ

ପରିସ୍ଥିତି ଯେମିତି ଥାଉ ନା କାହିଁକି । ଭାରତୀୟ ମାନେ ସେଥିରୁ କେମିତି ନିସ୍ତାର ପାଇବେ ତାର ଯୁଗାଡ ନିଜେ ବାହାର କରି ଦିଅନ୍ତି । ଏହି କରୋନା କାଳରେ ଲୋକେ ମାସ୍କ, ସୋସିଆଲ ଡ଼ିଷ୍ଟାନସିଙ୍ଗ ଆଦିକୁ ନେଇ ଏମିତି କିଛି ଯୁଗାଡ ବାହାର କରୁଛନ୍ତି, ଯାହାର ଭିଡିଓ ଏବେ ଇଣ୍ଟରନେଟରେ ଖୁବ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଏବେ ସେୟାର ହୋଇଥିବା ଏକ ଭିଡିଓ ଅନ୍ୟ ଘଟଣା ମାନଙ୍କରୁ ଟିକେ ଅଲଗା । ଭିଡିଓଟିକୁ ପ୍ରକୃତରେ ଆଇପିଏସ ଅଫିସର ରୁପିନ ଶର୍ମା ସେୟାର କରିଛନ୍ତି । ଯେଉଁ ଥିରେ ଜଣେ ଯୁବକ ନିଜକୁ କରୋନା ସଂକ୍ରମଣରୁ ବଂଚେଇବା ପାଇଁ ନିଜ ମଟର ସାଇକେଲକୁ ହିଁ ବାଇଓ ବବଲରେ ପରିଣତ କରିଦେଇଛନ୍ତି । ଭିଡିଓଟିକୁ ଯିଏ ଦେଖୁଛି ହସି ହସି ଗଡି ଯାଉଛି ।

ଏହି ଭିଡିଓଟିକୁ ଟ୍ୱିଟର ୟୁଜର @ruppin1992 ଶେୟାର କରିଛନ୍ତି । ଆଉ ଏହାର କ୍ୟାପ୍ସନରେ ଲେଖିଛନ୍ତି, ଡୋମିଷ୍ଟିକ ଏୟାର ବବଲ ସର୍ଭିସ ।, କରୋନାରୁ ସୁରକ୍ଷା ପାଇବା ପାଇଁ ନୂଆ ଉପାୟ|” ଆର୍ଟିକଲ ଲେଖାଯିବା ପରେ ପରେ ଏହାକୁ ୨ ହଜାରରୁ ଅଧିକ ଜଣ ଦେଖିସାରିଥିବା ବେଳେ ୧୫୫ ରୁ ଅଧିକ ଲାଇକ୍ସ ମିଳିସାରିଛି ।