ସ୍ପେଶାଲ

ଚଷମା ଟିଏ କିଣିବାକୁ ପାଖରେ ନଥିଲା ପଇସା, ମଲରେ ପୋଛିବା ଚାକିରୀ କରିବା ବେଳେ ମିଳିଲା ୩୫ ହଜାର ଟଙ୍କା

ଆଜିକା ସମୟରେ ଲୋକେ ଯେମିତି ମାନବିକତା ଭୁଲିବାକୁ ବସିଲେଣି । ନିଜ ସ୍ୱାର୍ଥ ସୁବିଧା ହିଁ ଯେମିତି ଆଜିକା ଲୋକଙ୍କର ପ୍ରାଥମିକତା ହୋଇସାରିଛି । ଏଥିପାଇଁ ଅନ୍ୟର ଗଳା କାଟିବାକୁ ବି ପଛଉ ନାହିଁ ସଭ୍ୟ ସମାଜର ପରିଚୟ ନେଇ ରହୁଥିବା ମଣିଷ ମାନେ । କିନ୍ତୁ ଆଜି ବି ହୁଏତ ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନଙ୍କ ହୃଦୟ କେବଳ ଅନ୍ୟ ମାନଙ୍କ ପାଇଁ ହିଁ କାନ୍ଦିଥାଏ । ଅନ୍ୟର ସୁବିଧା, ଅସୁବିଧା ଆଦିକୁ ଯେମିତି ନିଜର ଭାବି ବସନ୍ତି ଏମାନେ । ଅନ୍ୟ ଆଖିରେ ଲୁହ ଦେଖି ଯଥାସାଧ୍ୟ ସାହାଯ୍ୟ କରିବା ପାଇଁ ଟିକିଏ ବି କୁଣ୍ଠା ନ ଥାଏ ସେମାନଙ୍କର । ଆଉ ଏମାନଙ୍କୁ ଦେଖି ମନରେ ଆସେ ଆଜି ବି ପୃଥିବୀରୁ ମାନବିକତା ମରିନାହିଁ । ହଜି ଯାଇନାହାନ୍ତି ସହୃଦୟ ଲୋକେ । ଏମିତି ହିଁ ଏକ ଘଟଣାକୁ ନେଇ ଏକ ଭିଡିଓ ଵିଭିନ୍ନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ଅନୁଯାୟୀ, ଜଣେ ଲୋକ ଏକ ଜଣାଶୁଣା ମଲର ଏକ ଦୋକାନରେ କାଚ ପୋଛିବା କାମ କରି ଆସୁଥିଲେ ।

ଆଉ ଏହି କାମ ସେ ଏଥିପାଇଁ କରୁଥିଲେ କାରଣ ତାଙ୍କ ପାଖରେ ନିଜ ପାଇଁ ଚଷମା କିଣିବାକୁ ଆବଶ୍ୟକ ମୁତାବକ ଅର୍ଥ ନଥିଲା । ଏମିତିକି କାମ ସନ୍ଧାନରେ ହାତରେ ଏକ ବୋର୍ଡ ଟିଏ ଧରି ଘଣ୍ଟା ଘଣ୍ଟା ଏଠି ସେଠି ବୁଲୁଥିଲେ ବ୍ୟକ୍ତି ଜଣଙ୍କ । ଏମିତି କରିବା ପରେ ତାଙ୍କୁ ଶେଷରେ କାମ ଟିଏ ମିଳିଲା । ଆଉ ପାରିଶ୍ରମିକ ବାବଦରେ କିଛି ଡ଼ଲାର ବି ମିଳୁଥିଲା ତାଙ୍କୁ । କିନ୍ତୁ ଏମିତି କିଛି ଦିନ କାମ କରିବା ପରେ ବି ନିଜ ଚଷମା ପାଇଁ ଆବଶ୍ୟକ ପରିମାଣର ଅର୍ଥରାଶି ଯୋଗାଡ଼ କରି ପାରିନଥିଲେ । ବ୍ୟକ୍ତି ଜଣଙ୍କ ନିଜ ବିଷୟରେ ଜଣେ ସହୃଦୟ ବ୍ୟକ୍ତିଙ୍କ ନିକଟରେ କହିବାରୁ ସେ ତାଙ୍କୁ ୫୦୦ ଡ଼ଲାର ସାହାଯ୍ୟ ଆକାରରେ ଦେଇଥିଲେ । ଏତେ ବଡ ଆକାରର ଅର୍ଥରାଶି ପାଇ ବ୍ୟକ୍ତି ଜଣଙ୍କ ଆଖିରେ ଆନନ୍ଦ ଲୁହ ଆସି ଯାଇଥିଲା । ଭାରତୀୟ ମୁଦ୍ରା ହିସାବରେ ଏହାର ମୂଲ୍ୟ ପଖାପାଖି ୩୫ ହଜାର ଟଙ୍କା ପାଖାପାଖି ହେବ ।

KNews Bureau

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

6 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

6 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

10 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

33 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

41 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

47 mins ago