ଅଦ୍ଭୁତ ଆଶ୍ଚର୍ଯ୍ୟ ! ଭ୍ୟାକସିନ୍‌ ନେବା ପରେ ବ୍ୟକ୍ତି ପାଇଲେ ନିଜ ଦୃଷ୍ଟି ଶକ୍ତି

ମାଲକାନାଗିରି (କେନ୍ୟୁଜ) : ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ହେବା କଥା ଆପଣ ଶୁଣିଥିବେ, କିନ୍ତୁ ଏହା ଅପରେସନର କାମ କରିବ ଏହି କଥା ଆପଣଙ୍କୁ ଟିକେ ଅଲଗା ଲାଗିପାରେ। କିନ୍ତୁ ହଁ ଆଜ୍ଞା ଏଠାରେ ଟିକା ଅପରେସନର କାମ କରିଛି। ମାଲକାନଗିରି ଜିଲ୍ଲାର କୁଡୁମୁଳୁଗୁମା ବ୍ଲକରେ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି। ଏଠାରେ କରୋନା ଟିକାର ବିରଳ ପ୍ରଭାବ ଦେଖିବାକୁ ମିଳିଛି। ଜଣେ ଦୃଷ୍ଟିହୀନ ଫେରି ପାଇଛନ୍ତି ତାଙ୍କ ଦୃଷ୍ଟି ଶକ୍ତି, ତାହାପୁଣି ଟିକା ନେବା ପରେ।

ମାଲକାନଗିରି ଜିଲ୍ଲାର ଅଧିବାସୀ ଅଧ୍ୟୁଷିତ କୁଡୁମୁଳୁଗୁମା ଅଞ୍ଚଳରୁ ଜଣେ ବ୍ଯକ୍ତିଙ୍କ ପାଖରେ ଏଭଳି ଘଟଣା ଘଟିଛି। ହୃଷିକେଶ ସେଠୀ ନାମକ ଜଣେ ବ୍ୟକ୍ତି ଗତ ୧୮ ବର୍ଷ ହେବ ଦୁଇଟି ଆଖିରେ ଦେଖି ପାରୁନଥିଲେ। ବାମ ଆଖିରେ ଯାହା ଦେଖୁଥିଲେ ଡାହାଣ ଆଖିରେ ସେ ଆଦୌ ଦେଖିପାରୁନଥିଲେ। ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଦେଖାଇବା ପରେ ଡାକ୍ତର ଅପରେସନ ପାଇଁ ପରାମର୍ଶ ଦେଇଥିଲେ। ନଚେତ ଆଖି ଭଲ ହେବନି ବୋଲି ସିଧା ସିଧା କହିଦେଇଥିଲେ। ହେଲେ ହୃଷୀକେସଙ୍କ ପାଖରେ ଯାହା କିଛି ଥିଲା ବିକି କେବଳ ବାମ ଆଖିର ଅପରେସନ କରିଥିଲେ। ଆଉ ଡାହାଣ ଆଖି ପାଇଁ ଟଙ୍କା ଯୋଗାଡ଼ କରି ପାରିନଥିଲେ। କେବଳ ଭାଗ୍ଯକୁ ଆଦରି ଓ ସରକାରଙ୍କୁ ଗୁହାରୀ କରି ଆସୁଥିଲେ ହୃଷିକେଶ।

କିନ୍ତୁ ଏବେ କରୋନାର ପ୍ରଥମ ଡୋଜ ଗତ ମଇ ୮ ତାରିଖରେ ନେବା ପରଠାରୁ ଧିରେ ଧୀରେ ହୃଷିକେଷଙ୍କୁ ଦେଖାଯିବା ଆରମ୍ଭ ହେଲା। ଆଉ ବାମ ଆଖି ବନ୍ଦ କରି ମଧ୍ୟ ସେ ଡାହାଣ ଆଖି ଠିକଭାବେ ଦେଖିପାରୁଛନ୍ତି ବୋଲି କହିଛନ୍ତି ହୃଷିକେଷ। ହୃଷିକେଷ ନିଜ ଆଖିର ଅପରେସନ ପାଇଁ ଏଣେ ତେଣେ ବୁଲି ବହୁତ ଲୋକଙ୍କର ସାହାଯ୍ୟ ଲୋଡିଥିଲେ କିନ୍ତୁ କେହି ତାଙ୍କୁ ସାହା ହୋଇନଥିଲେ। ଏବେ କରୋନା ମହାମାରି ଯୋଗୁଁ ଟୀକା ନେବା ପରେ ଗୋଟିଏ ପ୍ରକାରର ବଂଚିବାର ରାହା ଖୋଜି ପାଇଛନ୍ତି ହୃଷିକେଶ। ଖୁସି ବ୍ୟକ୍ତ କରିବା ସହିତ ଅନ୍ଯ ମାନଙ୍କୁ ମଧ୍ୟ ଟୀକା ନେବାକୁ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.