ପଶୁମାନଙ୍କ ମଧ୍ୟରେ କୁକୁରକୁ ସବୁଠାରୁ ବିଶ୍ବାସନୀୟ ପଶୁ ବୋଲି କୁହାଯାଏ। ସାଧାରଣତଃ ବର୍ତ୍ତମାନର ଦୁନିଆରେ ଲୋକମାନେ ଘରେ କୁକୁର ପାଳିବାକୁ ଭଲ ପାଉଛନ୍ତି। ଏହାସହିତ ତାଙ୍କ ନାମ ମଧ୍ୟ ବହୁତ ୟୁନିକ ଦେବାକୁ ଚାହିଁଥାନ୍ତି। କିନ୍ତୁ କୁକୁରର ନାମକରଣ କରି ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଲା ଏବଂ ତାଙ୍କୁ ଜେଲ୍ ଯିବାକୁ ମଧ୍ୟ ପଡିଲା।
ଘଟଣାଟି ଚୀନର। ୩୦ ବର୍ଷିୟ ବେନ ଚୀନର ସୋସିଆଲ ମିଡିଆର ନେଟୱାର୍କ ‘ୱିଚାଟ୍’ ରେ ଏକ ପୋଷ୍ଟ ସେୟାର କରିଥିଲେ। ଯେଉଁଥିରେ ସେ ଜଣାଇଥିଲେ ଯେ ସେ ନିଜର ଦୁଇ କୁକୁରଙ୍କ ନାମ ଚେଙ୍ଗୁଆନ୍ ଏବଂ ଜିଗୁଆନ ରଖିଛନ୍ତି।
ବେନଙ୍କର ଏହି ଦୁଇ କୁକୁରଙ୍କ ନାମ ଚୀନ ସରକାର ଏବଂ ସିଭିଲ ସର୍ଭିସ ଅଧିକାରୀଙ୍କ ନାମରେ ରଖିଛନ୍ତି। ରିପୋର୍ଟ ଅନୁଯାୟୀ ଚେଙ୍ଗୁଆନ ନାମ ଛୋଟ ଅପରାଧୀଙ୍କ ବିରୋଧରେ କାର୍ୟ୍ୟକାରୀ କରୁଥିବା ଅଫିସରଙ୍କ ନାମରେ ଜଡିତ ରହିଛି ସେହିଭଳି ଜିଗୁଆନ ନାମ ସିଭିଲ ସର୍ଭିସରେ ଟ୍ରାଫିକ ଆସିଷ୍ଟାଣ୍ଡ ଅଫିସରଙ୍କ ସହିତ ଜଡିତ ରହିଛି।
ଚୀନର ଏହିଭଳି ନାମକୁ ଅବୈଧ ବୋଲି ଧରାଯାଏ ଏବଂ ସେଠାକାର ଲୋକ ଏମିତି ନାମ ରଖିବାକୁ ରାଜି ହୁଅନ୍ତି ନାହିଁ। ରିପୋର୍ଟ ଅନୁଯାୟୀ ଜଣେ ପୋଲିସ ଅଧିକାରୀ ଜଣାଇଛନ୍ତି ଯେ ବେନଙ୍କର ପୋଷ୍ଟ ସୋସିଆଲ ମିଡିଆକୁ ଉସକେଇବା ଭଳି ପୋଷ୍ଟ ଥିଲା। ଯାହା ରାଷ୍ଟ୍ର ଏବଂ ସହରୀ ପ୍ରବନ୍ଧନକୁ ବହୁତ କ୍ଷତି ପହଁଚାଇ ପାରିଥାନ୍ତା।
ବେନ ନିଜର କୁକୁର ମାନଙ୍କର ଅବୈଧ ନାମ ରଖିବା ଅଭିଯୋଗରେ ୧୦ ଦିନ ଜେଲ ଦଣ୍ଡାଦେଶ ଶୁଣାଗଲା। ଅବଶ୍ୟ ବେନ ଏହି ମାମଲାରେ କହିଲେ ଯେ ତାଙ୍କୁ ଏହା ଜଣାନନଥିଲା ଯେ ଚେଙ୍ଗୁଆନ ଏବଂ ଜେଗୁଆନ ଅବୈଧ ନାମ ଅଟେ। ତାଙ୍କୁ ଏହି ନାମ ବହୁତ କୌତୁହଳ ଲାଗିଲା ଯେଉଁଥିପାଇଁ ସେ ନିଜର କୁକୁରଙ୍କର ଏପରି ନାମ ରଖିଥିଲେ।