ସ୍ପେଶାଲ

ଦୀର୍ଘ ୧୦ ବର୍ଷ ହେଲା ମାନସିକ ରୋଗରେ ଜୀବନ କାଟୁଛି ପୁଅ, ଶିକୁଳିରେ ବାନ୍ଧି ରଖିଛି ମା’

ଯାଜପୁର ଟାଉନ(କେନ୍ୟୁଜ୍‌): ପୁଅ ବଡ଼ ହେଲେ ବାପା ମା’ଙ୍କ ଦୁଃଖ ଯିବ । ବାର୍ଦ୍ଧକ୍ୟ  ସମୟରେ ସାହାରା ପାଲଟିବ । ଏଭଳି ଅନେକ କିଛି ଚିନ୍ତା କରିଥାନ୍ତି ପ୍ରତ୍ୟେକ ବାପା ମା । କିନ୍ତୁ ଯେତେବେଳେ ସେହି ପୁଅ ବାପା ମା’ଙ୍କ ଉପରେ ବୋଝ ପାଲଟିଯାଏ ସେତେବେଳେ ଦୁଃଖ ଦୁଇ ଗୁଣ ହୋଇଯାଏ ।  ତେବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ପରିସ୍ଥିତିରେ ପଡି ପରିବାର ଲୋକେ ନିଜ ପୁଅକୁ ଶିକୁଳିରେ ବାନ୍ଧିବାକୁ ପଡିଛି ।

ଭେଣ୍ଡିଆ ପୁଅକୁ ବାନ୍ଧି ରଖିଛି ମାଆ । ଲୁହା ଜଞ୍ଜିରରେ ବନ୍ଧା ପଡିଛି ଜଣେ ଅସହାୟ ମାଆର ମମତା । ପରିଣତ ବୟସରେ ପୁଅ, ମା’ର ଆଶା ବାଡି ସାଜିବା କଥା, ହେଲେ ଏଠି ପୁଅର ଗୋଡକୁ ଶିକୁଳିରେ ବାନ୍ଧିବାକୁ ବାଧ୍ୟ ହୋଇଛି ଜଣେ ବୃଦ୍ଧା ମାଆ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଆଉଁରୀ ପଂଚାୟତ ମାଟିଆକଣ ଗାଁର ଦେବକୀ ମଲିକଙ୍କ ଏହି ଯନ୍ତ୍ରଣାଦାୟକ କାହାଣୀ ଆଖିରେ ଲୁହ ଆଣିଦେବ ନିଶ୍ଚୟ ।

ଦେବକୀଙ୍କ ପରିବାର କହିଲେ ୩ ପୁଅ । ବେଶ ହସ ଖୁସିରେ ପରିବାର ଚାଲୁଥିଲା । ଖୁସିକୁ ଦୁଇ ଗୁଣ କରିବାକୁ ପୁଅ ଯାଇଥିଲେ ପଞ୍ଜାବ ଚାକିରି କରି ପରିବାର ପ୍ରତିପୋଷଣ କରିବା ପାଇଁ । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା । ହଠାତ ପୁଅ ଶାନ୍ତନୁଙ୍କ ଦେହ ଖରାପ ହୋଇଗଲା । ଆଉ ସଙ୍ଗେ ସଙ୍ଗେ ସ୍ଥାନୀୟ ମେଡ଼ିକାଲରେ ଚିକିତ୍ସା କରିବା ପରେ କଟକ ମେଡିକାଲରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପରେ ଜଣାପଡ଼ିଲା ପୁଅ ମାନସିକ ରୋଗରେ ଆକ୍ରାନ୍ତ । ସେବେଠୁ ଶାନ୍ତନୁ ଜଣେ ମାନସିକ ରୋଗୀ ଭାବେ ଜୀବନ କାଟୁଛନ୍ତି ।

ପୁଅର ଚିନ୍ତାରେ ବାପା ଆରପାରିକୁ ଚାଲିଗଲେ । ଅନ୍ୟପଟେ ଅର୍ଥ ଅଭାବ ଯୋଗୁ ଦୀର୍ଘ ୧୦ ବର୍ଷ ହେଲା ମାନସିକ ରୋଗରେ ଜୀବନ କାଟୁଛନ୍ତି ଶାନ୍ତନୁ । ଶାନ୍ତନୁ କୌଣସି ଅଘଟଣ ଘଟାଇବା ଆଶଙ୍କାରେ ପରିବାର ଲୋକେ ତାଙ୍କୁ ଶିକୁଳିରେ ବାନ୍ଧି ଦେଇଛନ୍ତି । ଭଙ୍ଗା ଚାଳ ଘରେ ବନ୍ଧା ଅବସ୍ଥାରେ ପୁଅର ଦାନ୍ତଘସା, ଗାଧୁଆ-ପାଧୁଆ ସାଙ୍ଗକୁ ଖିଆପିଆ କରୁଛନ୍ତି ମା’ ଦେବକୀ । ଏଭଳି ସ୍ଥଳେ ଏହି ପରିବାରକୁ ସରକାରୀ ସହାୟତା ଆବଶ୍ୟକ ହେଉଛି ।

ସେପଟେ ଶାନ୍ତନୁଙ୍କୁ ସହାୟତା ଯୋଗାଇ ଦେବାକୁ ବିଂଝାରପୁର ବିଡ଼ିଓ ପ୍ରତିଶ୍ରୁତି ଦେଇଛନ୍ତି । ସ୍ଥାନୀୟ ଲୋକଙ୍କ କିଛି ସହାୟତାରେ ତ ଜୀବନ ବଞ୍ଚିଛି, ହେଲେ ମୁଣ୍ଡ ଗୁଞ୍ଜିବାକୁ ଭଲ ଛପରଟିଏ ବି ନାହିଁ । ଏଭଳି ସ୍ଥିତିରେ ଭେଣ୍ଡିଆ ପୁଅ ଶାନ୍ତନୁଙ୍କୁ ସରକାରୀ ବ୍ୟବସ୍ଥାରେ ଚିକିତ୍ସା ସହିତ ପକ୍କା ଘରଟିଏ  ଯୋଗାଇ ଦେବାକୁ ପରିବାର ଲୋକେ  ଅନୁରୋଧ କରିଛନ୍ତି ।

 

Sonalisa

Recent Posts

ଚେନ୍ନାଇରୁ ମୁମ୍ବାଇ ଯାଉଥିବା IndiGo ବିମାନକୁ ବୋମା ଧମକ, କ୍ରୁ ସଦସ୍ୟଙ୍କୁ ମିଳିଲା ଧମକପୂର୍ଣ୍ଣ ଚିଠି

ଇଣ୍ଡିଗୋ ବିମାନକୁ ପୁଣି ବୋମା ଧମକ । ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ବୋମାରେ ଉଡ଼ାଇ ଦେବାକୁ…

5 mins ago

କଣ୍ଟାବାଞ୍ଜି: ମାଲବୋଝେଇ ଟ୍ରେନ ଲାଇନଚ୍ୟୁତ, ଟ୍ରାକ୍ ବାହାରକୁ ପଳାଇଲା ୪ଟି ବଗି

କଣ୍ଟାବାଞ୍ଜି(କେନ୍ୟୁଜ୍‌): goodଯାହାଫଳରେ ଏହି ଟ୍ରାକରେ ଟ୍ରେନ୍ ଚଳାଚଳ ବନ୍ଦ ହୋଇଥିଲା । ଖୋଦ ସମ୍ବଲପୁର ଡିଭିଜନ ଡିଆରଏମ ଓ ରେଳବାଇ…

6 mins ago

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା, ଇଭିଏମ୍‌ ଏବଂ ଭିଭିପାଟ୍‌କୁ ପୋଖରୀରେ ଫିଙ୍ଗିଲେ ଲୋକ

ଆଜି ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ଏହା ମଧ୍ୟରେ ପଶ୍ଚିମବଙ୍ଗରେ ପୁଣି ଦେଖିବାକୁ ମିଳିଛି…

26 mins ago

ମହାକାଳପଡ଼ାରେ ୩୦ ବୁଥରେ EVM ଅଚଳ ଖବର ସମ୍ପୂର୍ଣ୍ଣ ମିଛ : ସିଇଓ

ମହାକାଳପଡ଼ା(କେନ୍ୟୁଜ୍‌): ମହାକାଳପଡ଼ାରେ ୩୦ ବୁଥରେ EVM ଅଚଳ ଖବର ସମ୍ପୂର୍ଣ୍ଣ ମିଛ । ପ୍ରେସ୍ ମିଟରେ ସ୍ପଷ୍ଟ କଲେ ମୁଖ୍ୟ…

28 mins ago

ଯୁଦ୍ଧ ଶେଷ କରିବାର ସମୟ ଆସିଛି : ବାଇଡେନ

ଯୁଦ୍ଧ ଶେଷ କରିବାର ସମୟ ଆସିଛି । ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ଆମେରିକା ରାଷ୍ଟ୍ରପତି…

41 mins ago

୫୬ ଡିଗ୍ରୀରେ ରେକର୍ଡ ଭାଙ୍ଗିଲା ନାଗପୁର, କେତେ ଡିଗ୍ରୀ ତାପମାତ୍ରା ସହ୍ୟ କରିପାରିବ ମଣିଷ ଶରୀର?

ଏଥର ଗରମ ସମସ୍ତ ରେକର୍ଡ ଭାଙ୍ଗିଦେଇଛି । ଚଳିତ ବର୍ଷ ସମଗ୍ର ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଛି, ଏଥିଯୋଗୁଁ…

44 mins ago