ସ୍ୱାମୀ ନା ସଇତାନ ! ଡ୍ରଗ୍ସ ଦେଇ ୧୦ ବର୍ଷ ହେବ ପତ୍ନୀଙ୍କୁ ଅଜଣା ବ୍ୟକ୍ତିଙ୍କ ଦ୍ୱାରା ରେପ କରେଇ ଆସୁଥିଲେ

ଫ୍ରାନ୍ସର ଜଣେ ୬୮ ବର୍ଷୀୟ ବୃଦ୍ଧଙ୍କୁ ଜେଲ ପଠାଯାଇଛି | ଯାହାର କାରଣ ଜାଣିଲେ ଆପଣଙ୍କ ଦେହ ଶିହରି ଉଠିବ । ଏହି ଦେଶର ଅଧିବାସୀ ଜଣେ ୬୮ ବର୍ଷୀୟ ବ୍ୟକ୍ତି ଗତ ୧୦ ବର୍ଷ ହେବ ନିଜ ସ୍ତ୍ରୀଙ୍କ ଅଜାଣତରେ ତାଙ୍କୁ ଡ୍ରଗସ ଦେଇ ଆସୁଥିଲେ । କାହିଁକି ଜାଣନ୍ତି ? ସେ ଖାଲିଯେ ଡ୍ରଗ୍ସ ଦେଉଥିଲେ ତାହା ନୁହେଁ । ଡ୍ରଗ୍ସ ନେବା ପରେ ପତ୍ନୀ ବେହୋସ ହୋଇଯାଉଥିଲେ ଆଉ ପରେ ଅଜଣା ବ୍ୟକ୍ତି ମାନେ ତାଙ୍କ ସହ ରେପ କରୁଥିଲେ । ଘଟଣାଟି ପ୍ରକୃତରେ ଫ୍ରାନ୍ସର ଦକ୍ଷିଣ ପଟରେ ଅବସ୍ଥିତ ଏବିଗନୋମ ସହରରେ ଘଟିଛି । ସୂଚନାରୁ ଜଣାଯାଇଛିଯେ ଆରୋପି ବ୍ୟକ୍ତି ଜଣକୁ ପ୍ରଥମେ ମହିଳା ମାନଙ୍କ ସ୍କଟ ତଳେ କ୍ୟାମେରା ଖଞ୍ଜାଯିବା ଆରୋପରେ ଗିରଫ କରିଥିଲା ସ୍ଥାନୀୟ ପୋଲିସ । ଯାହା ପରେ ପୁରା ଘଟଣା ବାବଦରେ ଜଣାପଡିଥିଲା । ଘଟଣା ସମ୍ପର୍କରେ ଜାଣିବା ପାଇଁ ପ୍ରାୟ ୪୫ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ମଧ୍ୟ ଏବାବଦରେ ପଚରାଉଚୁରା କରାଯାଇଥିଲା । ଆଉ ଜାଣି ଆଶ୍ଚର୍ଯ୍ୟ ହେବେ ମହିଳାଙ୍କୁ ରେପ କରିବା ତାଲିକାରେ ୨୪ ରୁ ୭୧ ବର୍ଷ ପର୍ଯ୍ୟନ୍ତର ବ୍ୟକ୍ତି ସାମିଲ ଅଛନ୍ତି ।

ଏବାବଦରେ ପୋଲିସ କମିସିନର ଜର୍ମି ବୋଷ ପଲଟିୟର କହିଛନ୍ତିକି, କୋଣସି ଦୁଷ୍କର୍ମ ମାମଲାରେ ଏତେ ଗୁଡିଏ ପ୍ରମାଣ ମିଳିବା ଖୁବ ବିରଳ ଘଟଣା । ଘଟଣାକୁ ସତ ସାବ୍ୟସ୍ତ କରିବା ପାଇଁ ଆମ ପାଖରେ ସବୁ କିଛି ଥିଲା । କିନ୍ତୁ ଡ୍ରଗ୍ସ ନେବା ପରେ ମହିଳା ବେହୋସ ହୋଇଯାଉଥିଲେ ଆଉ ତା ପରର ଘଟଣା ତାଙ୍କର କିଛି ବି ମନେ ରହୁନଥିଲା । ତାଙ୍କ ସହ କଣ ଘଟୁଛି ସେବାବଦରେ କିଛି ବି ଜାଣିପାରୁନଥିଲେ । ଆଶ୍ଚର୍ଯ୍ୟର କଥା ନିଜ ପତ୍ନୀଙ୍କ ସହ ଦୁଷ୍କର୍ମ ହେବା ସମୟର ଅନେକ ଭିଡିଓ ବ୍ୟକ୍ତି ଜଣଙ୍କ ନିଜ ପାଖରେ ରଖିଥିଲେ । ଭିନ୍ନ ଭିନ୍ନ ଫିଲ୍ମ ଗୁଡିକରେ ଭିନ୍ନ ଭିନ୍ନ ଲୋକେ ତାଙ୍କ ସହ ଏପରି କରିଥିବା ମଧ୍ୟ ଜଣାଯାଇଛି । ଏସବୁକୁ ଏକ କମ୍ପ୍ୟୁଟରରେ ରେକର୍ଡ କରି ରଖାଯାଇଥିଲା । ଏହାବାଦ କମ୍ପ୍ୟୁଟରରେ ଅନେକ କାଜୁଆଲ ସେକ୍ସ ମିଟିଙ୍ଗ ସାଇଟ୍ସ ଗୁଡିକୁ ସର୍ଚ୍ଚ କରାଯାଇଥିବା ମଧ୍ୟ ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.