ଗଳିରେ କ୍ରିକେଟ ଖେଳୁଥିଲେ ଯୁବକ, ଗୋଟିଏ ଶଟ ମାରିଲେ ତ ପବନରେ ଉଡ଼ି ଜବରଦସ୍ତ କ୍ୟାଚ ଧରିଲା କୁକୁର, ଦେଖନ୍ତୁ Viral Video

ଆଇପିଏଲର ପୂରା କ୍ରେଜ ଭାରତ ସାରା ଛାଇଯାଇଛି। ଏବେ ସୋସିଆଲ ମିଡିଆରେ ଦୁଇ ଯୁବକ ଏବଂ ଏକ କୁକୁରର ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ବି ହସି ହସି ଗଡ଼ିଯିବେ। ଇନଷ୍ଟାଗ୍ରାମରେ ଛଡ଼ାଯାଇଥିବା ଏହି ଭିଡ଼ିଓକୁ ଲୋକେ ଖୁବ ପସନ୍ଦ କରିଛନ୍ତି। ଗଳିରେ କ୍ରିକେଟ ଖେଳୁଥିବା ବେଳେ ଜଣେ ଯୁବକ ଏକ ଶଟ ମାରିଥିଲେ। କୁକୁର ଉପରକୁ ଡେଇଁ ବଲଟିକୁ କ୍ୟାଚ କରିନେଇଥିଲା।

ଇନଷ୍ଟାଗ୍ରାମ ରିଲସ ଭିଡ଼ିଓ ‘Absolutely Elementary’ ନାମକ ଆକାଉଣ୍ଟରୁ ସେୟାର କରାଯାଇଥିଲା, ଯାହାକି ଫନି ଡଗ ଭିଡ଼ିଓ ସେୟାର କରିବାରେ ଜଣାଶୁଣା। ଫୁଟେଜ ନାଲି ଜର୍ସି ପିନ୍ଧିଥିବା ଯୁବକଙ୍କଠାରୁ ଆରମ୍ଭ ହେଉଛି। ସେ ବୋଲିଂ ପାଇଁ ପ୍ରସ୍ତୁତ ହେଉଛନ୍ତି। ଯୁବକ ଜଣକ ବୋଲିଂ କରୁଥିବା ବେଳେ ୩ଟି କୁକୁର ଫିଲଡିଂ କରୁଛନ୍ତି।

ତେବେ ବ୍ୟାଟିଂ କରୁଥିବା ଯୁବକ ଯେତେବେଳେ ଏକ ବଡ଼ ଶଟ ମାରୁଛନ୍ତି, ସେହି ସମୟରେ ଏକ କୁକୁର ଉପରକୁ ଡେଇଁ ବଲକୁ ପାଟିରେ ଧରିନେଉଛି। ପଛରୁ କମେଣ୍ଟ୍ରିରେ ବି କୁକୁରର ବହୁତ ତାରିଫ କରାଯାଉଛି। ତେବେ ଭିଡ଼ିଓ ସେୟାର କରାଯାଇ କ୍ୟାପସନ ଲେଖାଯାଇଛି ଯେ ‘ଏହି ଆଇପିଏଲରେ ଆପଣ କେଉଁ ରଙ୍ଗ ବଞ୍ଚିବେ?’

ଭିଡ଼ିଓକୁ ୨୦ ସେପ୍ଟେମ୍ବରରେ ସେୟାର କରଯାଇଥିଲା, ଯାହାକୁ ଏ ପର୍ଯ୍ୟନ୍ତ ୧୦ ମିଲିୟନରୁ ଅଧିକ ଭିୟୁ ମିଳିସାରିଲାଣି। ଏହାସହିତ ୪ ଲକ୍ଷରୁ ଅଧିକ ଲାଇକ୍ସ ଏବଂ ହଜାର କମେଣ୍ଟ ଆସିସାରିଲାଣି। ଜଣେ ୟୁଜର ମଜାଳିଆ ଢଙ୍ଗରେ କହିଛନ୍ତି, ‘ଟିକେ ଭାବନ୍ତୁ, ଯଦି ଇଣ୍ଡିଆନ ଟିମରେ ଫିଲ୍ଡର କୁକୁର ହେବେ, ତେବେ କେତେ ମଜା ଆସିବ’।