ଘର ଭିତରେ ପଶି ଆସିଥିବା ଅଜଗରକୁ ଏମିତି ନିର୍ମମ ଭାବେ ମାରିଲେ ବ୍ୟକ୍ତି, ଦେଖିଲେ ଆପଣଙ୍କ ରକ୍ତ ହୋଇଯିବ ଗରମ

ବେଳେବେଳେ ଖାଦ୍ୟ ସନ୍ଧାନରେ ଆସି ଗ୍ରାମୀଣ ଇଲାକାରେ ପହଁଚିଯାଆନ୍ତି ଜୀବଜନ୍ତୁ ଏବଂ ସରୀସୃପ। ଏମିତିରେ ଯେତେବେଳେ ମଣିଷ ଏବଂ ଜୀବଜନ୍ତୁଙ୍କର ସାମ୍ନା ସାମ୍ନି ହୁଏ, ସେତେବେଳେ ମାମଲା ପୂରା ଗମ୍ଭୀର ହୋଇଯାଏ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ଏହି କଥାର ଜ୍ୱଳନ୍ତ ଉଦାହରଣ।
ହିମାଚଳ ପ୍ରଦେଶରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ଯେଉଁଠି ଗ୍ରାମବାସୀମାନେ ଅତି ନିର୍ମମ ଭାବେ ଏକ ବିଶାଳକାୟ ଅଜଗରକୁ ମାରିଦେଉଛନ୍ତି। ଭିଡିଓରେ ଆପଣ ଦେଖିପାରୁଥିବେ ଏକ ବିଶାଳ ଅଜଗର ଜନବସତି ରହୁଥିବା ସ୍ଥାନକୁ ଆସିଯାଇଛି। ସାପଟି ଜଣଙ୍କ ଘରେ ପଶି ଯାଇଛି ଆଉ ଯେତେବେଳେ ଏହି ଘଟଣା ବିଷୟରେ ଲୋକଙ୍କୁ ଜଣାପଡିଲା ସେତେବେଳେ ଲୋକମାନେ ସେଠାରେ ରୁଣ୍ଡ ହୋଇଗଲେ।
ଏହି ସମୟରେ ଜଣେ ବ୍ୟକ୍ତି ହାତରେ ବନ୍ଧୁକ ଧରି ସେହି କଥା କହିପାରୁନଥିବା ବିଚାରି ନିରୀହ ସାପଟିକୁ ଗୁଳି କରି ମାରିଦେଲେ। ବ୍ୟକ୍ତିଙ୍କ ଦୁଇଟି ଗୁଳିରେ ସେଥଠି ଟଳି ପଡିଲା ସାପ। ଏହାପରେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ରହିଛି।
ଏହି ଭିଡିଓକୁ ଆଇଏଫଏସ ଧର୍ମବୀର ମିନା ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଏହି ଅମାନବୀୟ ଘଟଣା ବିଷୟରେ କହିବା ପାଇଁ ମୋ ପାଖରେ ଶବ୍ଦ ନାହିଁ। ଏକ ସୁନ୍ଦର, ବିନମ୍ର ଏବଂ ନିର୍ଦ୍ଦୋଷ ଜୀବକୁ ମାରିଦେଲେ। ବ୍ୟକ୍ତିଙ୍କୁ ଗିରଫ କରାଯିବା ସହିତ ହିମାଚଳ ପ୍ରଦେଶ ଫରେଷ୍ଟ ତାଙ୍କ ବିରୁଦ୍ଧରେ ମାମଲା ମଧ୍ୟ ରୁଜୁ କରିଛି।
ତେବେ ଏହି ଦୃଶ୍ୟକୁ ଦେଖିବା ପରେ ଆପଣ ବି କୁହନ୍ତୁ କଣ ଦୋଷ ଥିଲା ଏ ନିରୀହ ଜୀବଟିର। ଏ ମାନବ ସମାଜର ଅମାନବୀୟ କାମକୁ ସେ ବା କେମିତି ବୁଝିପାରିବ। ଖାଦ୍ୟ ଅନେ୍ଵଷଣରେ ଆସି ବିଚାରୀ ମଣିଷ ହାତରେ ପ୍ରାଣ ହରାଇଲା। ଭିଡିଓ ଦେଖି ଆପଣ ଆପଣଙ୍କ ରାୟ ନିଶ୍ଚୟ ଦିଅନ୍ତୁ ଏ ବ୍ୟକ୍ତିଙ୍କୁ କେଉଁ ପ୍ରକାରର ଦଣ୍ଡ ମିଳିବା ଉଚିତ।