କେମିତି ମିନିଟରେ ଶାଢ଼ିରୁ ପ୍ରସ୍ତୁତ ହେଉଛି ରଶି ଦେଖନ୍ତୁ ଭିଡିଓ

ଲୋକମାନେ ସାଧାରଣତଃ ପୁରୁଣା ଶାଢ଼ିକୁ ଫୋପାଡି ଦିଅନ୍ତି। କେହି କେହି ତ ଏହାକୁ କୌଣସି କାମରେ ବି ବ୍ୟବହାର କରିଦିଅନ୍ତି। କିନ୍ତୁ କଣ ଆପଣ କେବେ ଶାଢ଼ିରେ ରସି ପ୍ରସ୍ତୁତ କରିବାର ଦେଖିଛନ୍ତି। ଯଦି ଦେଖିନାହାଁନ୍ତି ତାହେଲେ ଏବେ ଦେଖି ନିଅନ୍ତୁ। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭାଇରାଲ ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଜଣେ ବ୍ୟକ୍ତି ପୁରୁଣା ଶାଢ଼ିକୁ ମାତ୍ର ଗୋଟେ ଦୁଇ ମିନିଟରେ ରସି ବନାଇ ଦେଉଛନ୍ତି। ଏହି ମଜାଦାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

ଏହି ଭିଡିଓକୁ ଲେଖକ ଅଦ୍ୱେତ କାଲା ସେୟାର କରିଛନ୍ତି। ଭିଡିଓ ସହିତ ସେ ଏକ ସୁନ୍ଦର କ୍ୟାପସନ ବି ଲେଖିଛନ୍ତି। ଭିଡିଓରେ ଆପଣ ଦେଖି ପାରୁଥିବେ ଯେ ଲୋକମାନେ ଏକ ଶାଢ଼ି ଧରିଛନ୍ତି। ସେ ଶାଢ଼ିର ଅନେକ ଲମ୍ବା ଟୁକୁଡା କରି ବାଇକରେ ଲାଗିଥିବା ମେସିନରେ ଫସାଇଦେଲେ। ଏହାପରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ମେସିନର ହ୍ୟାଣ୍ଡେଲ ଚଲାଉଛନ୍ତି ଆଉ କିଛି ମିନିଟରେ ହିଁ ଏକ ମଜବୁତ ରସି ତିଆରି କରୁଛନ୍ତି।

ତେବେ ଏହି ଭାଇରାଲ ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରିବା ସହିତ ରସି ବନାଉଥିବା ବ୍ୟକ୍ତିଙ୍କ ଟ୍ୟାଲେଣ୍ଟକୁ ଖୁବ୍ ପସନ୍ଦ କରୁଛନ୍ତି। ଭିଡିଓକୁ ଲୋକମାନେ ସେୟାର କରିବା ସହିତ ନିଜର ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।