ଲକଡାଉନରେ ଘରେ ବସି ମୁଣ୍ଡକୁ ଆସିଲା ଆଇଡିଆ, ବସୁ ବସୁ ବନାଇଦେଲେ ୩ ଚକିଆ ଗାଡି

କରଞ୍ଜିଆ (କେନ୍ୟୁଜ) : କରୋନା ମାହାମାରି ଯୋଗୁଁ ବିଶ୍ୱରେ ଲକ ଡାଉନ ଓ ସଟ ଡାଉନ ହେଇଥିଲା ।ଲକଡାଉନ ରେ ଅନେକ ଲେକମାନେ ଘରେ ବସି ଛୁଟି ମନାଉଥିବା ବେଳେ ମୟୁରଭଞ୍ଜ ଜିଲ୍ଲାର ଜଣେ ଯୁବ ବ୍ୟବସାୟୀ ନିଜର ଜ୍ଞାନ କୌଶଳରେ ନିର୍ମାଣ କରିଛନ୍ତି ଏକ ଚାରି ଚକିଆ ଯାନ । ଲକ ଡାଉନ ଓ ସଟ ଡାଉନ ଲୋକମାନଙ୍କୁ ଅନେକ କିଛି ଶିକ୍ଷା ଦେଇଛି । କାରଣ ସେତେବେଳେ କିଛି ଭାବିବା ପାଇଁ ସମୟ ଥିଲା । ଟଙ୍କା ଏବଂ ସମୟର ମୂଲ୍ୟ ବୁଝି ହେଉଥିଲା। ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବଜାର ଯୁବ ବ୍ୟବସାୟୀ ନିଜସ୍ୱ ଜ୍ଞାନ କୌଶଳରେ ୪ଚକିଆ ଗାଡି ନିର୍ମାଣ କରି ଚର୍ଚ୍ଚାରେ।

ଅଳ୍ପ ଖର୍ଚ୍ଚରେ ଭଲ ଗାଡି ବନେଇଥିବାରୁ ବିଭିନ୍ନ ସ୍ଥାନରୁ ଗାଡି ଦେଖିବାକୁ ସୁଅ ଛୁଟିଛି ଲୋକଙ୍କର। ଏହି ଚାରିଚକିଆ ଗାଡ଼ିରେ ୩ ଜଣ ବସି ପାରିବେ ଏବା ବ୍ୟାଟେରୀରେ ଚାଲି ପାରିବ। ଥରେ ବ୍ୟାଟେରୀ ଚାର୍ଚ୍ଚ ହେଲେ ୩୦୦ କିଲୋମିଟର ଗାଡି ଚାଲି ପାରିବ ବୋଲି ଦାବି କରିଛନ୍ତି ଯୁବ ବ୍ୟବସାୟୀ। ନୂତନ ଗାଡି ପାଇଁ ଗୋଟିଏ ସୌର ଚାଳିତ ବ୍ୟାଟେରୀ, ଗୋଟିଏ ପାଣିପମ୍ପ ପ୍ରଭୃତି ସହିତ କିଛି ଅଦରକାରୀ ଲୁହାକୁ ନେଇ ଗାଡି ନିର୍ମାଣ କରିଛନ୍ତି। ଏହି ଗାଡି ନିର୍ମାଣ ପାଇଁ ମାର୍ଚ୍ଚ ମାସରୁ ଆରମ୍ଭ କରି ନଭେମ୍ବର ମାସରେ ଶେଷ କରିଛନ୍ତି ଯୁବ ବ୍ୟବସାୟୀ ସୁଶୀଲ କୁମାର ଅଗ୍ରୱାଲ। ଏହି ଗାଡିକୁ ନେଇ ନିଜେ ପରୀକ୍ଷା ନିରୀକ୍ଷଣ ମଧ୍ୟ କରୁଛନ୍ତି ।

gadiଓଡିଶାରେ ଅନେକ ଗରିବ ଏବଂ ମଧ୍ୟବର୍ତ୍ତୀ ପରିବାର ଅଛନ୍ତି । ସେମାନେ ଗାଡି କିଣିବା ଗୋଟିଏ ପ୍ରକାର ସପ୍ନ ହେଇଯାଏ । କିନ୍ତୁ କରଞ୍ଜିଆ ର ଯୁବ ବ୍ୟବସାୟୀ ସୁଶୀଲ କୁମାର ଅଗ୍ରୱାଲ ଆରମ୍ଭ କରିବାକୁ ଏକ ଫେକ୍ଟ୍ରି। ଯେଉଁଥିରେ ସେ ପ୍ରତ୍ୟେକ ଦିନ ୧୫୦ ଟି ଗାଡି ନିର୍ମାଣ କରିବା ପାଇଁ ମଧ୍ୟ ଯୋଜନା କରିଛନ୍ତି । ଭୁବନେଶ୍ୱର ର ହଂସପାଳରେ ଜମିବି ଛିନ୍ନଟ କରି ସାରିଲାଣି । ଏହି ଗାଡ଼ିରେ ବିଶେଶ୍ୱତ ହେଉଛି ଥରେ ଗାଡି କିଣିଲେ ଆଉ ଖର୍ଚ୍ଚ କରିବାକୁ ପଡିବ ନାହିଁ । ସୂର‌୍ୟ୍ୟ କିରଣ ରେ ବେଟାରୀ ଚାର୍ଚ୍ଚ ହେବ ଏବଂ ମଧ୍ୟବର୍ତ୍ତି ପରିବାର ପାଇଁ ଅନେକ ଫଳପଦ ହେବ ବୋଲି ଆଶା ରଖିଛନ୍ତି ସୁଶୀଲ କୁମାର ଅଗ୍ରୱାଲ ।

ପ୍ରତ୍ୟେକ ଦିନ ତେଲ ଦର ବୃଦ୍ଧି ପାଉଛି । ଆଉ ତେଲ ପକାଇ ୪ ଚକିଆ ଗାଡି ଚଲେଇବା ସବୁ ଲୋକମାନଙ୍କ ପାଇଁ ସମ୍ଭବ ହେଇ ପାରୁ ନାହିଁ। ଏହି ଘାଡି ଚଲେଇଲେ ଖର୍ଚ୍ଚ ଜିରୋ । ଦେଖିବାକୁ ବାକି ରହିଲା କେବେ ବଜାରକୁ ଏହି ଗାଡି ଆସୁଛି ଆଉ କେମିତି ଚାହିଦା ରହୁଛି।

Leave A Reply

Your email address will not be published.