ବାଃରେ ପ୍ରେମ ନିଶା, ଗୋଟିଏ ବରକୁ ବାହା ହେଲେ ଦୁଇ କନିଆ

ଆଜିକାଲି ଆପଣ ପ୍ରତିଦିନ ପ୍ରାୟ ବହୁ ଅଜବ ଘଟଣାର ଖବର ବିଷୟରେ ଶୁଣୁଥିବେ। ଯେଉଁଠି କିଏ ନିଜ ସ୍ୱାମୀକୁ ପ୍ରେମିକାକୁ ଅଢ଼େଇ ଲକ୍ଷ ଟଙ୍କା ନେଇ ବିକ୍ରି କରିଦେଲାଣି ତ ଆଉ କିଏ ବେଦୀ ଉପରେ କନିଆଁକୁ ଛାଡି ଚାଲିଯାଉଛି ପ୍ରେମିକା ପାଖକୁ। ତେବେ ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯେ ଯହାକୁ ଶୁଣି ଆପଣ ହତବାକ୍‌ ହୋଇଯିବେ। ନିଜ ଜିଭ କାମୁଡିଦେବେ।

ଗୋଟିଏ ବରକୁ ଦୁଇ କନିଆ । ଗୋଟିଏ ହିଁ ମଣ୍ଡପରେ ଜଣେ ବର ଦୁଇଜଣ ଯୁବତୀଙ୍କ ବେକରେ ପକେଇଛନ୍ତି ବରଣମାଳା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଏହା ଆଇନ ବିରୋଧୀ ହେଲେ ବି ଯୁବକ ଜଣକ ଦୁଇ ଜଣ ଯୁବତୀଙ୍କୁ ବିବାହ କରିଛନ୍ତି ତାହା ପୁଣି ଗୋଟିଏ ମଣ୍ଡପରେ । ଛତିଶଗଡ ବସ୍ତରରେ ଏହି ନିଆରା ବିବାହ ହୋଇଛି ।

marriageଏଠାରେ ରହୁଥିବା ଚନ୍ଦୁ ନାମକ ଯୁବକ ଗୋଟିଏ ହିଁ ମଣ୍ଡପରେ ନିଜର ଦୁଇ ଜଣ ପ୍ରେମୀକାଙ୍କୁ ବିବାହ କରିଛନ୍ତି । ଏହି ଯୁବକଜଣକ ଦୀର୍ଘ ସମୟ ଧରି ଦୁଇ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ । ଏବଂ ଶେଷରେ ଦୁଇ ଜଣ ଯୁବତୀଙ୍କୁ ବିବାହ ମଧ୍ୟ କରିଛନ୍ତି । ଜାନୁୟାରୀ ୩ ତାରିଖରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା । ଆଉ ଏଥିରେ ଗାଁରେ କିଛି ଲୋକ ସାମିଲ ହୋଇଥିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ବସ୍ତର ଜିଲ୍ଲା ଠାରୁ ୨୦ କିମି ଦୂର ରେ ଥିବା ଟିକୋରାଲହଂଗା ଗାଁରେ।

jhiaଯୁବକଙ୍କର କହିବା କଥା ହେଲା ଏହି ଦୁଇ ଜଣ ଯୁବତୀ ତାଙ୍କୁ ବହୁତ ଭଲ ପାଉଥିଲେ । ତେଣୁ ସେ କାହାକୁ ଦୁଃଖ ଦେବାକୁ କି ଧୋକା ଦେବାକୁ ଚାହୁଁନଥିଲେ । ପ୍ରାୟ ତିନି ବର୍ଷ ପୂର୍ବେ ଚନ୍ଦୁ ଟୋକପାଲ ଅଂଚଳକୁ ନିଜର ଏକ କାମରେ ଯାଇଥିଲେ । ଆଉ ସେଠାରେ ହଠାତ ତାଙ୍କର ଦେଖାହୋଇଥିଲା ୨୧ ବର୍ଷୀୟ ସୁନ୍ଦରୀଙ୍କ ସହ । ଏହାପରେ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିଲେ । ଏବଂ ପରେ ବିବାହ କରିବା ନେଇ ମନ ବଳାଇଥିଲେ । ଚନ୍ଦୁ ଏବଂ ସୁନ୍ଦରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ମାତ୍ର ଗୋଟିଏ ବର୍ଷ ପୁରୁଥିଲା । ଆଉ ଠିକ ସେତିକି ବେଳେ ଚନ୍ଦୁଙ୍କ ସହ ଆଉ ଜଣେ ଯୁବତୀ ହସିନାଙ୍କର ଦେଖା ହୋଇଗଲା । ୨୦ ବଁର୍ଷୀୟ ହସିନା ନିଜ ସମ୍ପର୍କୀୟଙ୍କ ବିବାହକୁ ଆସିଥିବାବେଳେ ଚନ୍ଦୁଙ୍କ ସହ ଦେଖା ସାକ୍ଷାତ ହୋଇଥିଲା । ଆଉ ଏହାପରେ ପ୍ରଥମ ଦେଖାରେ ଦୁହେଁ ହୁହିଁଙ୍କୁ ଭଲ ପାଇ ବସିଥିଲେ ।

jhia marriageଚନ୍ଦୁ ନିଜର ପ୍ରଥମ ପ୍ରେମିକା ସୁନ୍ଦରୀ ସମ୍ପର୍କରେ ହସିନାକୁ ଜଣାଇଥିଲେ ଏବଂ ତାଙ୍କୁ ବିବାହ କରିବା କଥା ବି କହିଥିଲେ । କିନ୍ତୁ ଏଥିରେ କୌଣସି ଆପତି ନାହିଁ ବୋଲି କହିଥିଲେ ହସିନା । ଗୋଟିଏ ଦିନ ଚନ୍ଦୁ ଉଭୟ ସୁନ୍ଦରୀ ଏବଂ ହସିନାକୁ ପରସ୍ପର ସହ ଭେଟ କରାଇଲେ । ଦୁହେଁ ଏକାଠି ରହିଲେ କୌଣସି ଅସୁବିଧା ହେବ ନାହିଁ ବୋଲି ଉଭେୟ ଚନ୍ଦୁଙ୍କୁ ଜଣାଇଥିଲେ । କିନ୍ତୁ ଥରେ ହସିନା ଚନ୍ଦୁ ସହ ଚନ୍ଦୁର ଘରେ ରହୁଥିବା କଥା ସୁନ୍ଦରୀ ଜାଣିବାକୁ ପାଇଥିଲା । ଏହାପରେ ସୁନ୍ଦରୀ ବି ଚନ୍ଦୁର ଘରେ ଆସି ରହିବାକୁ ଲାଗିଲା । ଏହାପରେ ୩ ଜଣ ଗୋଟିଏ ପରିବାରର ସଦସ୍ୟ ପରି ଗୋଟିଏ ଘରେ ହିଁ ରହିଲେ ।

ବିନା ବିବାହରେ ଦୁଇ ଜଣ ଯୁବତୀଙ୍କ ସହ ଗୋଟିଏ ଘରେ ଏକାଠି ରହିବା ଚନ୍ଦୁଙ୍କୁ ଭଲ ଲାଗିନଥିଲା । ତେଣୁ ସେ ବିବାହ କରିବାକୁ ସ୍ଥିର କରିଥିଲେ । ଶେଷରେ ବିବାହ ତାରିଖ ଠିକ କରି ଗୋଟିଏ ହିଁ ମଣ୍ଡପରେ ଅଳ୍ପ ଅତିଥିଙ୍କ ଉପସ୍ଥିତିରେ ନିଜର ଦୁଇପ୍ରେମୀକାଙ୍କୁ ଜୀବନସା୍ଥୀ କରିଥିଲା ଚନ୍ଦୁ । ଛତିଶଗଡ ବସ୍ତରର ଏହି ନିଆରା ବିବାହ ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଦେଇଛି । ହିନ୍ଦୁ ବିବାହ ଆଇନ ଅନୁସାରେ ଏହିପରି ବିବାହ ବୈଧ ନୁହେଁ କିନ୍ତୁ ଏହି ବିବାହ ଆଦିବାସୀ ସଂସ୍କୃତିରେ ସିକୃତିପ୍ରାପ୍ତ ।