ସ୍ପେଶାଲ

୬୫ ବର୍ଷରେ ବନିଲେ ଓକିଲ ! ୪୨ ଥରରେ ମାଟ୍ରିକ, ୧୦ ଥରରେ ଯୁକ୍ତ ୨ ପାସ୍ କଲେ ଏହି ବ୍ୟକ୍ତି

ସମାଜ ପାଇଁ ଉଦାହରଣ ସାଜିଛନ୍ତି ଢେଙ୍କାନାଳ ଜିଲ୍ଲାର ପାରିଖେଦା ଗ୍ରାମର ତ୍ରିଲୋଚନ ନାଏକ। ସେ ଏମିତି କାମ କରିଛନ୍ତି ଯାହାକୁ ଶୁଣିଲେ ଆପଣ ସହଜରେ ବିଶ୍ୱାସ କରିପାରିବେନି। ଯେଉଁ ବୟସରେ ସେ ଅବସର ନେବା କଥା ସେହି ବୟସରେ ସେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି। ନିଜର ଦୃଢ ଇଛାଶକ୍ତି ବଳରେ ୪୨ଥର ମାଟ୍ରିକ ପରିକ୍ଷା ଏବଂ ୧୦ ଥରରେ +୨ ପରିକ୍ଷା ଦେଇ ପାସ୍ କରିଥିଲେ ତ୍ରିଲୋଚନ। ଏବେ ୬୫ ବର୍ଷ ବୟସରେ LLB (ଓକିଲାତି )ପାଠ ଶେଷ କରି ନିଜକୁ ଜଣେ ଓକିଲ ଭାବେ ପରିଚିତ କରାଇ ପାରିଛନ୍ତି ।

ଓକିଲ ହେବା ପାଇଁ ପିଲାଦିନରୁ ତାଙ୍କର ସ୍ୱପ୍ନ ଥିଲା, ଯାହାକୁ ସେ ବୟସର ଅପରାହ୍ନରେ ସାକାର କରିଛନ୍ତି। ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ ଶୋଗର ପସି ପଞ୍ଚାୟତର ପାରି ଖେଦା ଗ୍ରାମର ଅନନ୍ୟ ବ୍ୟକ୍ତି ୬୫ ବର୍ଷିୟ ତ୍ରିଲୋଚନ। ଶୋଗରପସି ପ୍ରାଥମିକ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ଶେଷ କରି ବଣସିହ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପଢିଥିଲେ । ପ୍ରଥମ ମାଟ୍ରିକ ପରିକ୍ଷା ୧୯୭୨ ରେ ଦେଇ ଫେଲ ହୋଇ ଯାଇଥିଲେ । ବିଫଳତା ପାଇବା ପରେ ବି ଭାଙ୍ଗି ପଡିନଥିଲେ ତ୍ରିଲୋଚନ। ୧୯୭୨ ରୁ ୧୯୯୨ ମସିହା ପର୍ଯ୍ୟନ୍ତ ପ୍ରତିବର୍ଷ ବାର୍ଷିକ ଏବଂ ସପ୍ଲିମେଣ୍ଟାରୀକୁ ମିଶାଇ ୨୦ ବର୍ଷ ବ୍ୟବଧାନରେ ୪୧ ଥର ପରିକ୍ଷା ଦେଇ ବୋଡ଼ ପରିକ୍ଷାରେ ଫେଲ ହୋଇ ୧୯୯୩ ମସିହାରେ ୪୨ ତମ ପରିକ୍ଷାରେ କୃତକାର୍ଯ୍ୟ ହାସଲ କରି ପାରିଥିଲେ ।

ପରବର୍ତ୍ତି ସମୟରେ ପାଠ ପଢ଼ାକୁ ଗୁରୁତ୍ୱ ଦେଇ ୧୯୯୭ ମସିହାରେ ଢେଙ୍କାନାଳ ମହାବିଦ୍ୟାଳୟରେ ଯୁକ୍ତଦୁଇ ନାମ ଲେଖାଇଥିଲ । ୧୦ଥର ପରିକ୍ଷା ଦେବାପରେ ଶେଷରେ ୨୦୦୭ରେ କୃତକାର୍ଯ୍ୟ ହାସଲ କରିଥିଲେ । ୨୦୧୭ରେ ସ୍ନାତକରେ ନାମ ଲେଖାଇ ଗ୍ରାଜୁଏଟ୍ ହେବାର ସୌଭାଗ୍ୟ ଅର୍ଜନ କଲେ । ପରେ କଟକ ଶ୍ରୀ ବିଶ୍‌ଗୁରୁ ‘ଲ’ କଲେଜରେ ଆଇନ୍ ପଠପଢ଼ା ଶେଷ କରି ଏବେ ୬୫ ବର୍ଷରେ ଏଲଏଲବି ହାସଲ କରି କଟକ ବାର ଆସୋସିଏସନର ସଦସ୍ୟ ହୋଇ ପାରିଛନ୍ତି ।

ତେବେ ପରିଣତ ବୟସରେ ପାଠ ପଢ଼ିବା ଯୋଗୁଁ ତାଙ୍କୁ ଲୋକଙ୍କ ଟାହିଟାପରାକୁ ଶୁଣିବାକୁ ପଡିଥିଲା। କିନ୍ତୁ ସେ କେବେ ତାଙ୍କ ଲକ୍ଷ୍ୟପଥରୁ କେବେବି ହଟିନଥିଲେ। ୬୫ ବର୍ଷରେ ଜଣେ ଓକିଲ ହୋଇ ଗରିବ, ଅସହାୟ ଲୋକମାନଙ୍କୁ ଆଇନ ସେବା ପ୍ରଦାନ କରିବେ ବୋଲି କହିଛନ୍ତି ତ୍ରିଲୋଚନ।

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

7 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago