ମୃତ ପତ୍ନୀଙ୍କୁ ମନେପକାଇ ଝିଅ ସହ ପୁଣି ଥରେ ମ୍ୟାଟରନିଟି ଫଟୋସୁଟ୍ କଲେ ବାପା, ଦେଖିଲେ ହୋଇଯିବେ ଭାବୁକ
ଆଜିକାଲି ସୋସିଆଲ ମିଡ଼ିଆରେ ଏକ ମ୍ୟାଟରନିଟି ଫଟୋସୁଟ୍ର ଫଟୋ ଖୁବ୍ ଭାଇରାଲ ହେଉଛି । ଏହି ପୋଷ୍ଟକୁ ଯେବେ ଆପଣ ଦେଖିବେ ,ଏହା ପଛର କାହାଣୀ ଜାଣିବା ପରେ ବୋଧ ହୁଏ ଆପଣଙ୍କ ହୃହୟ କାନ୍ଦି ଉଠିବ । ବାସ୍ତବରେ ଏହି ପୋଷ୍ଟରେ ଜେମ୍ସ ଅଲ୍ୱାରେଜ୍ ଓ ତାଙ୍କର ୧ ବର୍ଷିୟା ଝିଅ ଏଡଲିନ୍ ମ୍ୟାଟରନିଟି ଫଟୋସୁଟ୍କୁ ପୁଣି ଥରେ ରିକ୍ରିଏଟ୍ କରିଛନ୍ତି । ବିଶେଷ କଥା ହେଲା ୧ ବର୍ଷ ପୂର୍ବେ ଜେମ୍ସ ପତ୍ନୀଙ୍କ ସହ ମ୍ୟାଟରନିଟି ଫଟୋସୁଟ୍ କରାଇ ଥିଲେ। ଏବେ ପତ୍ନୀଙ୍କ ମୃତ୍ୟୁ ପରେ ନିଜର ଝିଅ ସହ ସେହି ଫଟୋ ଗୁଡ଼ିକର ରିକ୍ରିଏଟ୍ କରିଛନ୍ତି ।
ଖବର ଅନୁସାରେ ଜେମ୍ସଙ୍କର ପତ୍ନୀ ୟେସେନିଆ ଏଗୁଇଲର ଏକ ବର୍ଷ ପୂର୍ବେ ୩୫ ସପ୍ତାହର ଗର୍ଭବତୀ ଥିଲେ । ଏହି ସମୟରେ ୱାକ୍ରେ ବାହାରିଥିବା ସମୟରେ ଠିକ ସେତିକି ବେଳେ ଏକ କାର୍ ଧକ୍କାରେ ସେହି ସ୍ଥାନରେ ତାଙ୍କର ମୃତ୍ୟୁ ହୋଇଥିଲା। କନ୍ୟା ସନ୍ତାନକୁ ବଞ୍ଚାଇବା ପାଇଁ ଡାକ୍ତରମାନଙ୍କୁ ସି-ସେକ୍ସନ କରିବାକୁ ପଡ଼ିଲା ଏବଂ ଏହି ସମୟରେ ଶିଶୁଟିକୁ କୌଣସି ଆଘାତ ଲାଗିନଥିଲା ବେଳେ ପିଲାଟିର ଜୀବନ ବଞ୍ଚି ଗଲା ।
View this post on Instagram
ନିଜ ପତ୍ନୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ୩୭ ବର୍ଷିୟ ଜେମ୍ସ ତାଙ୍କ ସହ କରାଯାଇ ଥିବା ମ୍ୟାଟରନିଟି ଫଟୋସୁଟ୍କୁ ପୁଣି କରିଥିଲେ। ମାତ୍ର ଫରକ ଖାଲି ଏତିକି ଥିଲା କି , ଏହି ଥର ଏହି ଫଟୋସୁଟ୍ ତାଙ୍କର ଝିଅ ଏଡଲିନ୍ଙ୍କର ପ୍ରଥମ ଜନ୍ମଦିନରେ ହୋଇଥିଲା । ଫଟୋରେ ଆପଣ ଦେଖିପାରୁଥିବେ କି କୁନି ପିଲାଟି ପୂରା ନିଜ ମାଆ ପରି ଗୋଲାପୀ ରଙ୍ଗର ଡ୍ରେସ୍ ପିନ୍ଧିଥିଲା । ଜେମ୍ସ ନିଜର ଛୋଟ ପରି ସହ ସେମିତି ପୋଜ୍ରେ ଫଟୋ ଉଠାଇ ଥିଲେ , ଯେମିତି ନିଜ ପତ୍ନୀଙ୍କ ସହ ଉଠାଇ ଥିଲେ । ଜେମ୍ସ ଏହି ଫଟୋକୁ ଇନଷ୍ଟାଗ୍ରାମରେ କ୍ୟାପସନ ଦେଇ ପୋଷ୍ଟ କରିଥିଲେ । ଏବେ ଏହି ଫଟୋ ଖୁବ୍ ଭାଇରାଲ ହେଉଛି।
ଏହା ସହିତ ଜେମ୍ସ କହିଛନ୍ତି ଯେ ,”ଏଡଲିନ୍ଙ୍କର ଜନ୍ମଦିନ ଆସୁଥିଲା ଏବଂ ସବୁଠୁ ଦୁଃଖର କଥା ହେଉଛି ସେହି ଦିନ ମୁଁ ମୋର ପତ୍ନୀଙ୍କୁ ହରାଇଥିଲି”। ମୁଁ ଏଡଲିନ୍ଙ୍କର ଜନ୍ମଦିନ ପାଳନ କରିବା ସହିତ, ମୋ ପତ୍ନୀଙ୍କୁ ସମ୍ମାନ ଦେବା ପାଇଁ କିଛି ବିଶେଷ କରିବାକୁ ଚାହୁଁଥିଲି । ମୋ ଝିଅ ପିନ୍ଧିବା ପାଇଁ ଏହି ଗୋଲାପୀ ରଙ୍ଗର ପୋଷାକ ମଧ୍ୟ କେହି ଜଣେ ତିଆରି କରିଥିଲେ ଏବଂ ଆମେ ସମାନ ସ୍ଥାନକୁ ଯାଇ ମ୍ୟାଟରନିଟି ଫଟୋସୁଟ୍ କରିଥିଲୁ । ଯାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଥିଲା ।
ସୋସିଆଲ ମିଡ଼ିଆରେ ଏହି ଫଟୋ ଭାଇରାଲ ହେବା ପରେ ଏହାକୁ ଦେଖି ଭୁୟର୍ସ ମାନେ କାନ୍ଦି ପକାଇଥିବା ବେଳେ ଅନ୍ୟ କେତେ ଜଣ କମେଣ୍ଟରେ କହିଛନ୍ତି “ଏହି ଫଟୋସୁଟ୍ ଗୁଡିକ ବହୁତ ସୁନ୍ଦର ହୋଇଛି , ଯାହାକୁ ଦେଖି ମୋ ହୃଦୟ ତରଳି ଯାଉଛି ” ।