ସ୍କୁଲ ଫିସ୍ ଦେବା ପାଇଁ ପାଖରେ ନଥିଲା ପଇସା, ରାସ୍ତାରେ ଗୀତ ଗାଇଲେ ବ୍ଯକ୍ତି : ହ୍ରିତିକ ରୋଶନ ମଧ୍ୟ ହେଲେ ଫ୍ଯାନ୍

ଆପଣ ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭାଇରଲ ଫଟୋ ଏବଂ ଭିଡିଓ ଦେଖିଥିବେ ନିଶ୍ଚିତ। ଆଉ ଏମିତି ସବୁ ଭାଇରଲ ଭିଡିଓ ପାଇଁ କେତେ ବ୍ଯକ୍ତିଙ୍କର ଜୀବନ ମଧ୍ୟ ବଦଳିଯାଉଛି। ରାନୁ ମଣ୍ଡଳ ଠାରୁ ଆରମ୍ଭ କରି ଅନେକ ଲୋକଙ୍କ ଜୀବନ ବଦଳିଯିବା ସହିତ କାହାକୁ ସାହଯ୍ଯ ମଧ୍ୟ ମିଳିଯାଉଛି। ଠିକ୍ ଏବେ ଏମିତି ଏକ ଭିଡିଓ ଭାଇରଲ ହେଉଛି, ଯାହା କୌଣସି ଛାତ୍ରର ଜୀବନ ବଦଳାଇଦେଇଛି।

୧୯୯୦ ରେ ରିଲିଜ ହୋଇଥିବା ଫିଲ୍ମ ଜୁର୍ମର ‘ଜବ୍ କୋଇ ବାତ୍ ବିଗଡ ଯାଏ’ ଗୀତ ଗାଇ ସମସ୍ତଙ୍କ ମନକୁ ଜିଣିନେଇଛନ୍ତି ଜଣେ ବ୍ଯକ୍ତି। ଏହି ଭିଡିଓ ଭାଇରଲ ହେବା ପରେ ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବଂ କୁନାଲ କପୁରଙ୍କ ସହିତ ଅନେକ ସେଲିବ୍ରିଟି ପ୍ରଶଂସା କରିଛନ୍ତି। ଏହି ଭିଡିଓକୁ ଟ୍ବିଟର ଏବଂ ଇନଷ୍ଟାଗ୍ରାରେ @ankit.today ନାମକ ଆକାଉଣ୍ଟରେ ପୋଷ୍ଟ କରାଯାଇଛି। ଯେଉଁଥିରେ କ୍ଯାପସନରେ ଲେଖାଯାଇଛି ‘ଯେତେବେଳେ ପ୍ରତିଭା ଟେକ୍ନିକ ସହିତ ମିଳିଥାଏ, ତେବେ ଖୁବସାରା ସମ୍ଭାବନା ମିଳିଯାଏ’।

୨ ମିନିଟ୍ ୧୦ ସେକେଣ୍ଡର ଏହି ଭିଡିଓ କ୍ଲିପରେ ସକିଲ ନାମକ ଜଣେ ବ୍ଯକ୍ତି ଗିଟାର ବଜାଇ ଗୀତ ଗାଉଥିବା ନଜର ଆସିଛନ୍ତି। ଯେଉଁଠାରେ କିଛି ଲୋକ ତାଙ୍କ ଗୀତ ଶୁଣିବା ପାଇଁ ଏକଜୁଟ ହୋଇଛନ୍ତି। ଏହି ଭିଡିଓରେ ଏକ ସାଇନବୋର୍ଡ ମଧ୍ୟ ଦେଖିବାକୁ ମିଳିଛି। ଯେଉଁଥିରେ ସକିଲଙ୍କୁ ସାହାଯ୍ଯ କରିବା ସହିତ ଅନଲାଇନ ମାଧ୍ୟମରେ ପେମେଣ୍ଟ କରିବା ପାଇଁ କୁହାଯାଇଛି। ମେସେଜରେ ଲେଖାଯାଇଛି କି, ଆପଣଙ୍କ ଯୋଗଦାନ ପାଇଁ ଧନ୍ଯବାଦ, ଏହା ମୋ ସଂଗୀତ କଲେଜର ଫିସ୍ ପାଇଁ ।

ଭାଇରଲ ଭିଡିଓ ମଧ୍ୟ କୁନାଲ କପୁରଙ୍କ ଦ୍ବାରା ପୁଣିଥରେ ସେୟାର କରାଯାଇଛି। ଯେଉଁଠି ସକିଲଙ୍କ ସାହାଯ୍ଯ ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଛି। ଏହି ଭିଡିଓ ସମସ୍ତଙ୍କୁ ଆକର୍ଷିତ କରିଛି। ଯେଉଁମାନେ ସକିଲଙ୍କୁ ସାହାଯ୍ଯ କରିଛନ୍ତି, ସେମାନଙ୍କୁ ସେ ଧନ୍ଯବାଦ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.