ବସ୍ତାରେ ୧୦ ଟଙ୍କିଆ କଏନ ଧରି କାର ଶୋ’ରୁମରେ ପହଞ୍ଚିଲେ ବ୍ୟକ୍ତି, କିଣିଲେ ୬ ଲକ୍ଷ ଟଙ୍କାର ଦାମୀ କାର

ଆପଣ ଆଜିକାଲି ନୋଟିସ କରୁଥିବେ କି, ଲୋକେ କଏନ ବଦଳରେ କାଗଜ ନୋଟ ରଖିବାକୁ ବୋ୍ ପସନ୍ଦ କରୁଛନ୍ତି। ଟଙ୍କିକିଆ କଏନ ହେଉ କିମ୍ବା ୧୦ ଟଙ୍କିଆ କଏନ ନେବାକୁ ଅନେକ ଲୋକ ମନା କରିଦେଉଛନ୍ତି। କିନ୍ତୁ ଏହି ୧୦ ଟଙ୍କିଆ କଏନ ଯୋଗୁଁ ଜଣେ ବ୍ୟକ୍ତି କାର କିଣିପାରିବାରେ ସକ୍ଷମ ହୋଇଛନ୍ତି। ତାମିଲନାଡୁର ଜଣେ ବ୍ୟକ୍ତି କାର କିଣିବା ପାଇଁ ୧୦ ଟଙ୍କିଆ କଏନ ବସ୍ତାରେ ଭରି ଶୋରୁମରେ ପହଞ୍ଚିଥିଲେ। ଯାହାକୁ ଦେଖିବା ପରେ ସମସ୍ତେ ଅବାକ ହୋଇଯାଇଥିଲେ।
ତାମିଲନାଡୁ ଅରୁର ନିବାସୀ ଭେଟ୍ରିଭାଲ କହୁନ୍ତି, ସେ ଏକ ସ୍କୁଲ ଏବଂ ମେଡିକାଲ ଷ୍ଟୋରରେ କାମ କରନ୍ତି। ତାଙ୍କ ମାଆ ଏକ ଦୋକାନ ଚଲାନ୍ତି । ଆଉ ଏଠାକୁ ଆସୁଥିବା ଲୋକ ଆଉ ପିଲାମାନେ ୧୦ ଟଙ୍କିଆ କଏନ ଦେଇ କିଛି ନା କିଛି ଖାଆନ୍ତି। କିନ୍ତୁ ବଳକା ପଇସା ବାବଦରେ ଏହି କଏନକୁ ନେବାକୁ ମନା କରିଦିଅନ୍ତି। ଖାସ୍ ଏଥିପାଇଁ ଆମ ଘରେ ଏପରି କଏନର ଭଣ୍ଡାର ରହିଛି। ଘରେ ପିଲାମାନେ ଏହି କଏନ ଗୁଡିକ ସହ ଖେଳୁଥିଲେ, ସତେ ଯେପରି ଏମାନଙ୍କ କୌଣସି ମୂଲ୍ୟ ନାହିଁ । ଏହାପରେ ଏହି କଏନ ଗୁଡିକରେ କାର କରିବାକୁ ସ୍ଥିର କରିଥିଲେ।

ଭେଟ୍ରିଭାଲ ବହୁ ପରିଶ୍ରମ କରି ୬ ଲକ୍ଷ ମୂଲ୍ୟର ୧୦ ଟଙ୍କିଆ କଏନ ଏକାଠି କରିଥିଲେ । ଯେତେବେଳେ ଏହି ଟଙ୍କାରେ କାର କଣିବା ପାଇଁ ସୋ ରୁମରେ ପହଞ୍ଚିଥିଲେ। ସେହି ସମୟରେ ସୋ’ ରୁମ ମାଲିକ ମଧ୍ୟ କାର ବିକ୍ରି କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ଭେଟ୍ରିଭାଲଙ୍କ ସଂକଳ୍ପକୁ ଦେଖି ବିକ୍ରି ପାଇଁ ସେ ରାଜି ହୋଇଥିଲେ।
ଭେଟ୍ରିଭାଲ କହିଛନ୍ତି, ୧୦ ଟଙ୍କିଆ କଏନ ନେବା ପାଇଁ ଗ୍ରାହକ ରାଜି ହୁଅନ୍ତି ନାହି । କେବଳ ଗ୍ରାହକ ନୁହନ୍ତି ବ୍ୟାଙ୍କ ମଧ୍ୟ ଏହି କଏନ ନେବାକୁ ରାଜି ହୋଇ ନଥିଲା। ଆରବିଆଇର ବିନା କୌଣସି ଘୋଷଣାରେ ବି ବ୍ୟାଙ୍କ ଏହି କଏନ ନେବା ପାଇଁ ପ୍ରସ୍ତୁତ ନଥିଲେ । ଏନେଇ ସେ ଅଭିଯୋଗ ମଧ୍ୟ କରିଥିଲେ, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା ।