ମୃତ୍ୟୁକୁ ଛୁଇଁ ଫେରି ଆସିଲେ ବ୍ୟକ୍ତି, ୪୫ ମିନିଟ ପାଇଁ ଅଟକି ଯାଇଥିଲା ନିଃଶ୍ୱାସ

ମୃତ୍ୟୁକୁ ନେଇ ଅନେକ ରହସ୍ୟ ରହିଛି । ଅନେକ ସମୟରେ କିଛି ଲୋକଙ୍କର ମୃତ୍ୟୁ ହୋଇଯାଏ କିନ୍ତୁ ହଠାତ ସେମାନେ ଜିଇଁ ଉଠନ୍ତି । ନିକଟରେ ଏମିତି କିଛି ଜଣେ ବ୍ୟକ୍ତିଙ୍କ ସହ ହୋଇଛି । ଆମେରିକାର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା କିନ୍ତୁ ୪୫ ମିନିଟ ପରେ ସେ ହଠାତ ବଞ୍ଚି ଉଠିଥିଲେ । ଭିନ୍ସେଣ୍ଟ ଟଲମାନ ନାମକ ଜଣେ ବ୍ୟକ୍ତିଙ୍କର ପ୍ରାୟ ୪୫ ମିନିଟ୍ ଯାଏଁ ନିଶ୍ୱାସ ବନ୍ଦ ହୋଇଯାଇଥିଲା । ଭିନ୍ସେଣ୍ଟ ବଡି ବିଲ୍ଡିଂ ସପ୍ଲିମେଣ୍ଟର ଏକ ଭାରି ଡୋଜ ନେଇଥିଲେ, ଏହି ଡୋଜ ଏତେ ବିପଜ୍ଜନକ ଥିଲା ଯେ ଏହା ଭିନ୍ସେଣ୍ଟଙ୍କ ଅବସ୍ଥାକୁ ଆହୁରି ଖରାପ କରିଦେଇଥିଲା ଏବଂ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ତାଙ୍କର ନିଶ୍ୱାସ ବନ୍ଦ ହୋଇଯାଇଥିଲା ।

ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଏବଂ ତାଙ୍କ ମୃତଦେହକୁ ନେବାକୁ କହିଥିଲେ। ଯେତେବେଳେ ତାଙ୍କ ମୃତଦେହକୁ ନିଆଯାଉଥିଲା ହଠାତ୍ ସେ ନିଶ୍ୱାସ ନେବା ଆରମ୍ଭ କରି ଜୀବନ୍ତ ହୋଇଗଲେ। ଡାକ୍ତରଙ୍କ କହିବା ଅନୁଯାୟୀ ଭିନ୍ସେଣ୍ଟଙ୍କ ନିଶ୍ୱାସ ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ବନ୍ଦ ହୋଇଯାଇଥିଲା ।

ରିପୋର୍ଟ ଅନୁଯାୟୀ ଯେତେବେଳେ ଭିନ୍ସେଣ୍ଟଙ୍କ ଚେତା ଫେରିଥିଲା ସେ କହିଥିଲେ ଯେ ତାଙ୍କ ମୃତ୍ୟୁ ପରେ ସେ ଡ୍ରେକ୍ ନାମକ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ। ଭିନ୍ସେଣ୍ଟ କହିଛନ୍ତି ଯେ ଏହି ସମୟରେ ସେ ତାଙ୍କ ଜୀବନରେ କରିଥିବା ସମସ୍ତ ଖରାପ ଏବଂ ଭଲ କାର୍ଯ୍ୟକୁ ଅନୁଭବ କରିଥିଲେ ।

ବିଜ୍ଞାନରେ ଏହାକୁ ନିୟର ଡେଥ୍‌ ଏକ୍ସପେରିଏନ୍ସ କୁହାଯାଏ । ଏହା ଉପରେ ଏକ ରିସର୍ଚ୍ଚ ନ୍ୟୁୟର୍କ ଏକାଡେମୀ ଅଫ୍ ସାଇନ୍ସ ପତ୍ରିକାରେ ପ୍ରକାଶ ପାଇଥିଲା । ଅନେକ ଥର ମଣିଷର ଶ୍ୱାସକ୍ରିୟା ବନ୍ଦ ହେବା ପରେ ପୁଣି ନିଶ୍ୱାସ ଫେରିଆସେ । ବିଶେଷକରି ପାଣିରେ ବୁଡ଼ି ଯାଉଥିବା ଲୋକଙ୍କ ସହ ଏମିତି ହୋଇଥାଏ ।