ମହାନତା ଦେଖାଇଲେ ଯୁବକ : ବିଦ୍ୟୁତ ତାରରେ ଲାଗି ଛଟପଟ ହେଉଥିବ ଗୋଟିଏ ଗାଈକୁ ଉଦ୍ଧାର କରି ବଞ୍ଚାଇ ଦେଲେ ତା ଜୀବନ, ଦେଖନ୍ତୁ ଭିଡିଓ

ଆଜିକାଲି ଅନେକ ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଯାହା ୟୁଜର୍ସ ମାନଙ୍କ ମନକୁ ଛୁଇଁ ଥାଏ । ସେହିପରି ପଞ୍ଜାବର ମାନସାରେ ଜଣେ ଯୁବକ ଏପରି କାମ କରିଛନ୍ତି ଯାହାକୁ ନେଇ ଚାରିଆଡେ ପ୍ରଶଂସାର ସୁଅ ଛୁଟୁଛି। ଘଟଣାଟି ହେଉଛି ଗୋଟିଏ ଗାଈକୁ ମୃତ୍ୟୁମୁଖରୁ ବଞ୍ଚାଇଛନ୍ତି ଜଣେ ସାହସୀ ଯୁବକ । ଏଥିପାଇଁ ସମସ୍ତେ ଉକ୍ତ ଯୁବକଙ୍କର ସାହସକୁ ନେଇ ଚର୍ଚା କରୁଛନ୍ତି । ଯୁବକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଆଜି ଗୋଟିଏ ଗାଈର ଜୀବନ ବଞ୍ଚି ପାରିଛି । ଏହି ଘଟଣାର ଭିଡିଓ ଟ୍ୱିଟରରେ ଶେୟାର କରାଯାଇଛି ।

ଏହି ଭିଡିଓରେ, ଜଣେ ଦୋକାନୀ ନିଜର ମହାନତା ଦେଖାଇଛନ୍ତି । ଏକ ଜଳମଗ୍ନ ରାସ୍ତାକଡ଼ରେ ଗାଈଟିଏ ଯାଉଥିଲା । ହଠାତ୍ ଗାଈଟି ଏକ ବିଦ୍ୟୁତ ଖୁଣ୍ଟରେ ହଠାତ୍ ଲାଗିଯାଇ ତଳେ ପଡ଼ିଯାଇଥିଲା । ଗାଈଟି ଦେହରେ ଏତେମାତ୍ରାରେ ବିଦ୍ୟୁତ କରେଣ୍ଟ ଲାଗିଥିଲା ଯେ ସେ ତଳେ ପଡ଼ି ଖାଲି ଛଟପଟ ହେବାରେ ଲାଗିଥିଲା । ଯେତେବେଳେ ଜଣେ ଯୁବକ ଏହି ଗାଈ କୁ ପାଣିରେ ଫସି ରହିଥିବାର ଦେଖିଲେ ସେ ଏକ କପଡ଼ାରେ ଧରି ଗାଈ ଗୋଡ଼ରେ ବାନ୍ଧି ତାକୁ ପାଣିରୁ ଉଠାଇ ଆଣିଲେ। ସେଠାରେ ଥିବା ବ୍ୟକ୍ତି ମାନେ ମଧ୍ୟ ଗାଈଟିକୁ ପାଣିରୁ ଆଣିବା ପାଇଁ ସାହାଯ୍ୟ କରିଥିଲେ।

ଶେଷରେ ସମସ୍ତଙ୍କର ଉଦ୍ୟମ ସଫଳ ହୋଇଥିଲା ଓ ଗାଈଟି ବିଦ୍ୟୁତ କରେଣ୍ଟରୁ ମୁକ୍ତି ପାଇଥିଲା । ଏହାପରେ ଗାଈଟି ସୁସ୍ଥ ହୋଇ ଚଲାବୁଲା କରୁଥିବାର ଦେଖାଯାଇଥିଲା । ତେବେ ରାସ୍ତା ସାରା ପାଣି ଭର୍ତ୍ତି ହୋଇଥିବାରୁ ବିଦ୍ୟୁତ ସଂଯୋଗ ହେବାର ଆଶଙ୍କା ରହିଥିଲା । ମାତ୍ର ଏହାକୁ ତିଳେମାତ୍ର ଖାତିର ନକରି ଗାଈକୁ ରକ୍ଷା କରିବାକୁ ଆଗେଇ ଆସିଥିବା ଯୁବକଙ୍କୁ ଦେଖିଲେ ପ୍ରମାଣିତ ହେଉଛି ଯେ ମଣିଷ ଭିତରେ ମାନବିକତା କେଉଁଠି ନା କେଉଁଠି ଜୀବିତ ରହିଛି ଯାହା ଏହି ଭିଡିଓରେ ଦେଖିବାକୁ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.