ନିଜ ପ୍ରେମିକା ପାଇଁ ଏହି ଯୁବକ ଯାହା କଲେ ଭିଡିଓ ଦେଖିଲେ ବୋଧହୁଏ ଆପଣ କହିବେ ‘ଏଇଟା ହିଁ ପ୍ରକୃତ ପ୍ରେମ’

ଆପଣ ଆପଣଙ୍କ ଜୀବନରେ ଅନେକ ପ୍ରେମ କାହାଣୀ ଦେଖିଥିବେ ଓ ଶୁଣିଥିବେ। ପ୍ରେମ ପାଇଁ ଜୀବନ ହାରିଥିବା ପ୍ରେମୀଙ୍କ ବିଷୟରେ ମଧ୍ୟ ଶୁଣିଥିବେ। ସେ ଲୈଲା ମଜନୁ ହୁଅନ୍ତୁ ବା ହିର ରାଞ୍ଝା, ଏମାନଙ୍କ ଜୋଡିକୁ ଲୋକମାନେ ଆଜି ବି ମନେ ରଖିଛନ୍ତି। କିନ୍ତୁ ସତରେ କଣ ପ୍ରେମ ପାଇଁ ଜୀବନ ହାରିବାଟା ହେଉଛି ପ୍ରକୃତ ପ୍ରେମ । ନା’ ପ୍ରେମରେ ଜୀବନ ହାରିବା ଅପେକ୍ଷା ସାଥି ହୋଇ ଜୀବନ ବଞ୍ଚିବା ହେଉଛି ପ୍ରକୃତ ପ୍ରେମ । ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ପ୍ରେମୀ ଜୁଗଳଙ୍କ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମାନେ ନିଶ୍ଚିତ ଭାବରେ ଭାବପ୍ରବଣ ହୋଇଯିବେ। ଆସନ୍ତୁ ଏହି ପ୍ରେମୀ ଯୋଡିଙ୍କ ବିଷୟରେ ଜାଣିବା।

bfଆପଣ ଦେଖି ପାରୁଥିବେ କିଭଳି ଜଣେ ପ୍ରେମୀ ତା ପ୍ରେମିକାର କେଶକୁ ଟ୍ରିମର ସାହାଯ୍ୟରେ ଟ୍ରିମିଙ୍ଗ୍‌ କରୁଛନ୍ତି । ପ୍ରେମିକ ଜଣଙ୍କ ସମ୍ପୂର୍ଣ୍ଣ ଭାବରେ ପ୍ରେମିକାଙ୍କ କେଶକୁ ଟ୍ରିମିଙ୍ଗ୍‌ କରୁଛନ୍ତି। ଏହି ଦୃଶ୍ୟ ଦେଖି ଆପଣଙ୍କ ମନରେ ନିଶ୍ଚିତ ଭାବରେ ପ୍ରଶ୍ନ ଆସୁଥିବ ଯେ କାହିଁକି? କାହିଁକି ସେ ଏଭଳି କାମ କରୁଛନ୍ତି ? ତେବେ ଆମେ ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ପ୍ରେମିକା ଜଣକ Alopecia ରୋଗରେ ପିଡିତ ଅଛନ୍ତି । ଏହି ରୋଗରେ ପିଡିତ ଥିବା ବ୍ୟକ୍ତିଙ୍କର ମୁଣ୍ଡରୁ ପ୍ରଚୁର ମାତ୍ରାରେ କେଶ ଝଡିଥାଏ ।

ଏବେ ଆପଣ ସେହି ପ୍ରେମିକ ଜଣଙ୍କର ତାଙ୍କ ପ୍ରେମିକା ପ୍ରତି ଥିବା ଅଗାଢ ଭଲ ପାଇବାକୁ ଅନୁମାନ ଲଗାଇ ପାରୁଥିବେ। ପ୍ରେମିକାର ଦୁଃଖ ବାଣ୍ଟିବାକୁ ଯାଇ ସେ ନିଜକୁ ମଧ୍ୟ ତାଙ୍କ ଭଳି ଚନ୍ଦା କରିଦଉଛନ୍ତି ଯାହାକୁ ଦେଖି ପ୍ରେମିକା ଜଣକ ଭାବପ୍ରବଣ ହୋଇ କାନ୍ଦି ପକାଉଛନ୍ତି । ଆପଣ ଏହି ଦୃଶ୍ୟରେ ଅନ୍ୟ ଏକ ସୁନ୍ଦର ଦୃଶ୍ୟ ଦେଖି ପାରୁଥିବେ । ପ୍ରେମିକା କାନ୍ଦିବାରୁ ପ୍ରେମିକ ଜଣକ ତାଙ୍କୁ ଆଲିଙ୍ଗନ କରି ତାଙ୍କ ମୁଣ୍ଡରେ ଚୁମ୍ବନ ଦେଉଛନ୍ତି । ସତରେ , କେତେ ପବିତ୍ର ଓ ନିବିଢ ତାଙ୍କ ଭଲ ପାଇବା । ଆଜିକାଲି ଦୁନିଆରେ ଏହିଭଳି ସାଥୀଟେ ଭାଗ୍ୟରେ ଥିଲେ ମିଳେ ।

Leave A Reply

Your email address will not be published.