ପଟ୍ଟାମୁଣ୍ଡାଇ (କେନ୍ୟୁଜ) : ଦିନେ ଚନ୍ଦ୍ରରେ ପାଦ ଥାପିବା ପାଇଁ ସ୍ୱପ୍ନ ଦେଖୂଥିବା ମଣିଷ ଆଜି ଅନ୍ୟ ଗ୍ରହରେ ଜମି କିଣୁଛି । ପୃଥିବୀ ପୃଷ୍ଠରେ ଜମି କିଣାବିକା ହେଉଥିବା ଆମ ସମସ୍ତେ ଜାଣିଛୁ। ମାତ୍ର ହଜାର ହଜାର ମାଇଲ ଦୂର ମହାକାଶରେ କେହି କେବେ ଜମି କିଣିବା ଶୁଣିଛନ୍ତି କି ଆପଣ? ଘଟଣା ଆଶ୍ଚଯ୍ୟର୍ ଲାଗିବ ନିଶ୍ଚୟ । ପୃଥିବୀ ପୃଷ୍ଠ ନୁହେଁ ଚନ୍ଦ୍ର ଗ୍ରହରେ ଜମି କିଣିଛନ୍ତି ବାଙ୍ଗାଲୋରରେ ରହୁଥିବା ପଟ୍ଟାମୁଣ୍ଡାଇ ବ୍ଲକ କୁପୁଣି ଗ୍ରାମର ଅଭୟ ସେନାପତି ।
ନିକଟରେ ଚନ୍ଦ୍ର ଗ୍ରହରେ ୧ଏକର ଜମି କିଣିଛନ୍ତି ବୋଲି ଦାବି କରିଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକ କୁପୁଣି ଗ୍ରାମରେ ଅଭୟଙ୍କ ଘର ହୋଇଥିବା ବେଳେ ଦୀର୍ଘ ୧୫ରୁ ଉର୍ଦ୍ଧ୍ୱ ବର୍ଷ ହେବ ଅଭୟ ବାଙ୍ଗାଲୋରରେ ଏକ କମ୍ପାନୀରେ କାଯ୍ୟର୍ କରୁଛନ୍ତି। ଗତ ୧୫ ତାରିଖରେ ଅଭୟଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ନିଜ ଝିଅକୁ କିଛି ସ୍ପେଶାଲ ଉପହାର ଦେବା ପାଇଁ ଚିନ୍ତା କରିଥିଲେ ଅଭୟ। ଚନ୍ଦ୍ର ଗ୍ରହରେ ଏକ ଜମି କିଣି ଝିଅକୁ ଉପହାର ଦେବା ପାଇଁ ଚିନ୍ତା କଲେ। କମ୍ପାନୀରେ କାମ କରୁଥିବା ତାଙ୍କର ଜଣେ ସହଯୋଗୀ ଅଭୟଙ୍କୁ ଜମି କିଣାଇବାରେ ସାହାଯ୍ୟ କରିଥିଲେ।
ଚନ୍ଦ୍ରରେ ଜମି ଯୋଗାଇ ଦେଉଥିବା ନ୍ୟୁୟର୍କସ୍ଥିତ କମ୍ପାନୀ ସହ ଯୋଗାଯୋଗ ମଧ୍ୟ କରାଇ ଦେଇଥିଲେ। ଏନେଇ ଚନ୍ଦ୍ର ଗ୍ରହରେ ଜାଗା କିଣିଥିବା ନେଇ ସେ ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି। ମାର୍ଚ୍ଚ ୬ତାରିଖରେ ନିଜ ନାଁରେ ଜମି ରେଜେଷ୍ଟ୍ରୀ ହୋଇଥିବା ବେଳେ ନ୍ୟୁୟର୍କସ୍ଥିତ ଲୁନାର ସୋସାଇଟି ଇଣ୍ଟରନ୍ୟାସନାଲ ମାଧ୍ୟମରେ ଏହି ଜମି ଖର୍ଦି ବିକ୍ରି ହୋଇଛି । ୧୦ ହଜାରରୁ ଉର୍ଦ୍ଧ ଟଙ୍କା ଦେଇ ଗୋଟେ ଏକର ଜମି ପାଇଛନ୍ତି ଅଭୟ । ସମସ୍ତ କାଗଜପତ୍ର ସହିତ କମ୍ପାନୀ ଅଭୟଙ୍କୁ ତାଙ୍କ ଜମିର ଡିଜିଟାଲ ଫଟକପି ଓ ନକ୍ସା ମଧ୍ୟ ଯୋଗାଇ ଦେଇଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରାପଡା ଜିଲ୍ଲା ତଥା ପଟ୍ଟାମୁଣ୍ଡାଇ ମାଟିର ପୁଅ ଅଭୟ ଜିଲ୍ଲାର ପ୍ରଥମ ବ୍ୟକ୍ତି ଯିଏକି ଚନ୍ଦ୍ର ଗ୍ରହରେ ଜାଗା କିଣିଛନ୍ତି। ସେନେଇ ଏହି ଖବର ଗାଁରେ ପହଚିଂବା ପରେ ଗ୍ରାମବାସିଙ୍କ ଠାରୁ ଆରମ୍ଭ କରି ସମ୍ପର୍କୀୟ ଓ ପଡୋଶୀମାନେ ବେଶ ଖୁସିବ୍ୟକ୍ତ କରିଛନ୍ତି।
ଏମିତି ଏକ ଦିନ ଆସିବ ଲୋକମାନେ ଅନ୍ୟଗ୍ରହରେ ଜମି କିଣିବେ ଏନେଇ କେହି କେବେ ସ୍ୱପ୍ନ ଦେଖୁନଥିବା ମଣିଷ ଆଜି ସତରେ କେତେ ଆଗରେ ପହଚିଂଛି । ଆଖି ପାଉନଥିବା ମାଇଲ ମାଇଲ ଦୁର ଅନ୍ୟଗ୍ରହକୁ ମଣିଷ ନିଜ ହାତ ମୁଠାକୁ ଆଣି ପାରିଛି । ଏହା କେବଳ ସମ୍ଭବ ହୋଇ ପାରିଛି ବିଜ୍ଞାନ ପାଇଁ। ଆଜି ସାଧାରଣ ଲୋକଟିଏ ଅନ୍ୟଗ୍ରହରେ ଜମି କିଣିବା ପାଇଁ ଇଚ୍ଛ ପ୍ରକାଶ କରି ପାରୁଛନ୍ତି।