ଚାକିରି ପାଇଁ ଅଜବ ଯୁଗାଡ଼, ଷ୍ଟେସନରେ ରିଜ୍ୟୁମ୍ ଝୁଲାଇ ୩ ଘଣ୍ଟାରେ ଚାକିରି ପାଇଲେ ଯୁବକ

ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ ଯେ ଚାକିରି ଖୋଜିବା କେତେ କଷ୍ଟ । ଚାକିରି ଖୋଜିବା ପାଇଁ ଲୋକମାନେ ପ୍ରତ୍ୟେକ ଉପାୟରେ ଚେଷ୍ଟା ଜାରି ରଖିଥାନ୍ତି । କିନ୍ତୁ କରୋନା କାଳରେ ଲୋକଙ୍କୁ ଚାକିରି ଖୋଜିବା ଅଧିକ କଷ୍ଟସାଧ୍ୟ କରିଥିଲା । କାରଣ କରୋନା ପ୍ରଭାବ ହେତୁ ଅନେକ ଲୋକ ଚାକିରୀ ହରାଇଲେ । ତେଣୁ, ବର୍ତ୍ତମାନ ସମୟରେ ଚାକିରି ପାଇବା କୌଣସି ପ୍ରକାରେ ସହଜ କଥା ନୁହେଁ । ତଥାପି ଲୋକମାନେ ସେମାନଙ୍କ ତରଫରୁ କଠିନ ପରିଶ୍ରମ କରୁଛନ୍ତି ଯାହା ଦ୍ୱାରା ସେମାନେ ଏକ ଭଲ ଚାକିରି ପାଇପାରିବେ ।

ଏହି ଖରାପ ପର୍ଯ୍ୟାୟରେ ଜଣେ ବ୍ୟକ୍ତିଙ୍କର ଚାକିରି ପାଇବାର କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହିଭଳି ଘଟଣା ଲଣ୍ଡନରୁ ଆସିଛି ବୋଲି କୁହାଯାଉଛି। ଯେଉଁଠାରେ ୨୪ ବର୍ଷର ହାଇଦର ମଲିକ ଅନେକ ଥର ସାକ୍ଷାତକାର ଦେଇଥିଲେ, କିନ୍ତୁ ବାରମ୍ବାର ସେ ନିରାଶ ହୋଇଥିଲେ । ହେଲେ ସେ ହାରି ଯାଇ ନଥିଲେ । ନିଜର ଚେଷ୍ଟାରେ ଲାଗି ରହିଥିଲେ । ସେ ଚାକିରି ପାଇଁ ଏକ ନୂଆ ଉପାୟ ଆପଣାଇ ଥିଲେ।

ହାଇଦର ମଲିକଙ୍କ ପାଖରେ ଥିଲା ଭଲ ଶିକ୍ଷାଗତ ଯୋଗ୍ୟତା । ମିଡିଲସେକ୍ସ ୟୁନିଭର୍ସିଟିରୁ ବ୍ୟାଙ୍କିଂ ଓ ଫାଇନାନ୍ସରେ ପ୍ରଥମ ଡିଭିଜନ ପାଇଥିଲେ। ତଥାପି ହାଇଦର ମଲିକ ଚାକିରି ପାଇଁ ବିଭିନ୍ନ ଅଫିସ୍‌ରେ ଘୂରି ବୁଲୁଥିଲେ। ସେ ବାରମ୍ୱାର ଜୁମ୍‌ରେ ଇଣ୍ଟରଭ୍ୟୁ ଦେଉଥିଲେ । ହେଲେ ସଫଳତା ମିଳି ପାରୁନଥିଲା। ଏହାପରେ ସେ ଚାକିରୀ ପାଇବାକୁ ସ୍ୱତନ୍ତ୍ର ଉପାୟ ବାଛିଲେ । ସେ ଏକ ବୋର୍ଡରେ ସବୁ ସୂଚନା ଲେଖି ନିଜର ସିଭି ଓ ଲିଙ୍କ୍ଡଇନ୍‌ ପ୍ରୋଫାଇଲର କ୍ୟୁଆର କୋଡ ସେୟାର କଲେ ।

ଷ୍ଟେସନରେ ବୋର୍ଡ ଲଗାଇବାକୁ ହାଇଦରକୁ ପ୍ରେରଣା ଦେଇଥିଲେ ତାଙ୍କ ବାପା । ହାଇଦର କହିଛନ୍ତି, ପ୍ରଥମେ ସେ ଷ୍ଟେଶନରେ ଠିଆ ହୋଇ ଲୋକଙ୍କୁ କେବଳ ଗୁଡ୍‌ ମର୍ନିଂ କହିବା ସହ ସିଭି ବା ବାୟୋଡାଟା ଦେଖାଉଥିଲେ। ଏହି ସମୟରେ ବହୁତ ଲୋକ ନିଜ ନିଜ ଅଫିସ୍‌ର କାର୍ଡ ଦେଇଥିଲେ। ସେମାନେ ଏହି କାର୍ଡରେ ସେମାନଙ୍କର ଫୋନ୍‌ ନମ୍ବର ବି ଦେଇଥିଲେ। ଯେଉଁମାନେ ଦେଇଥିଲେ ମୁଁ ସେମାନଙ୍କ ସହ କଥା ହୋଇଥିଲି।

ଏହି ମଜାଦାର ଘଟଣାକୁ ମନେ ପକାଇ ହାଇଦର କହିଥିଲେ ଯେ ସେ ସକାଳ ୭ ଟାରେ ଷ୍ଟେସନରେ ପହଞ୍ଚିଥିଲେ ଏବଂ ସକାଳ ୯ .୩୦ ରେ ତାଙ୍କୁ ଏକ ମେସେଜ ମିଳିଥିଲା। ଯେଉଁଥିରେ ତାଙ୍କୁ କାନାରି ୱାର୍ଫ ଗ୍ରୁପରେ ଟ୍ରେଜେରୀ ଆନାଲିଷ୍ଟ ଭାବରେ ଏକ ସାକ୍ଷାତକାର ପାଇଁ ଡାକିଥିଲେ । ଯାହା ପରେ ସେ ନିର୍ଦ୍ଧାରିତ ସମୟରେ ସାକ୍ଷାତକାରରେ ପହଞ୍ଚିଥିଲେ। ଦ୍ୱିତୀୟ ପର୍ଯ୍ୟାୟ ସାକ୍ଷାତକାର ପରେ, ମୁଁ ଚାକିରି ପାଇଲି । ବର୍ତ୍ତମାନ ହାଇଦରଙ୍କ ଏହି କାହାଣୀ ଇଣ୍ଟରନେଟରେ ଅନେକ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.