ଅଣ୍ଡର ୱେୟାର ଭିତରେ ସିଙ୍ଗଡ଼ା ସ୍ମଗଲିଂ କରୁଥିଲେ ଯୁବକ, ଧରାପଡ଼ିବା ପରେ କହିଲେ ଏମିତି କରିବାର କାରଣ

କୌଣସି ଦାମୀ ଜିନିଷର ଚୋରାଚାଲାଣ ହେବା କଥା ତ ଆମେ ସମସ୍ତେ ଶୁଣିଛେ। ଲୋକମାନେ ସୁନା, ରୁପା, ମଦ ଆଦିର ଚୋରାଚାଲାଣ କରିଥାନ୍ତି। କିନ୍ତୁ କେବେ ସିଙ୍ଗଡ଼ା ସ୍ମଗଲିଂ କଥା ଶୁଣିଛନ୍ତି କି! ଇଂଲଣ୍ଡରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ସିଙ୍ଗଡ଼ା ଚାଲାଣ କରିବା ଅଭିଯୋଗରେ ଗିରଫ କରିଛି। ଏହି ମାମଲା ବର୍ତ୍ତମାନର ସବୁଠାରୁ ଅଦ୍ଭୁତ କେସ୍‌। ତେବେ ବ୍ୟକ୍ତି ଜଣକ ଏଭଳି ସିଙ୍ଗଡ଼ା ଚୋରାଚାଲାଣ କରିବା ପଛର କାରଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଇଂଲଣ୍ଡ ପୋଲିସ ୨୦୨୦ ବର୍ଷର ସବୁଠୁ ଅଦ୍ଭୁତ ମାମଲାର ଖୁଲାସା କରିବା ବେଳେ ଏହି ସ୍ମଗଲିଂ କଥା ସାମ୍ନାକୁ ଆସିଥିଲା। ଘଟଣାଟି ବର୍ମିଂହାମ୍‌ର। ଏଠାରେ ଗତ ବର୍ଷ ଜଣେ ବ୍ୟକ୍ତିଙ୍କୁ ସିଙ୍ଗଡ଼ା ତସ୍କରି ମାମଲାରେ ଗିରଫ କରାଯାଇଥିଲା। ଗିରଫ ପରେ ଯାଞ୍ଚ ବେଳେ ପୋଲିସକୁ ଲଜ୍ଜାଜନକ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା। କାରଣ ଯୁବକଙ୍କ ଅଣ୍ଡର ୱେୟାରରୁ ବାହାରିଥିଲା ସିଙ୍ଗଡ଼ା।

ଏହି ମାମଲାର ପର୍ଦ୍ଦାଫାସ ହେବା ପରେ ଜଣାପଡ଼ିଥିଲା ଯେ ବ୍ୟକ୍ତି ଜଣକ ଜେଲରୁ ପ୍ୟାରୋଲ୍‌ରେ ଆସିଛନ୍ତି। ପୁଣିଥରେ ଜେଲକୁ ଫେରିବା ବେଳେ ସେ ଅଣ୍ଡର ୱେୟାରରେ ସିଙ୍ଗଡ଼ା ନେଇଥିଲୋ। ଏନେଇ ପଚରାଯିବାରୁ ସେ ଅତି ସାଧାରଣ ଭାବେ ଉତ୍ତର ଦେଇଥିଲେ ଯେ ଜେଲରେ ଭଲ ଖାଇବା ମିଳୁନାହିଁ। ଏଣୁ ସେ ଏହାକୁ ଖାଇବାକୁ ନେଉଥିଲେ। ତେବେ ଏହା ପରେ ଜେଲ କର୍ତ୍ତୃପକ୍ଷଙ୍କୁ କଏଦୀଙ୍କୁ ଭଲ ଖାଇବାକୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି।

You might also like