ଚଳନ୍ତା ଟ୍ରେନକୁ ଅଟକାଇବାକୁ ଚେଷ୍ଟା କରୁଥିଲେ ବ୍ୟକ୍ତି, ତଳକୁ ଓହ୍ଲାଇ ଲୋକୋ ପାଇଲଟ ଦେଲେ ଜୋରଦାର ଚାପୁଡା

ଦେଶରେ ପ୍ରତ୍ୟେକ ଦିନ ଲକ୍ଷେରୁ ଅଧିକ ସଂଖ୍ୟାର ଲୋକ ଟ୍ରେନରେ ଯାତ୍ରା କରି ନିଜ ଲକ୍ଷ୍ୟ ସ୍ଥଳରେ ପହଁଚୁଛନ୍ତି। ଯେଉଁଥିପାଇଁ ରେଲୱେ ପକ୍ଷରୁ ହଜାର ହଜାର ସଂଖ୍ୟାରେ ଟ୍ରେନର ସଞ୍ଚାଳନ ହେଉଛି । ଅନ୍ୟପଟେ ଟ୍ରାକ୍ ଉପରେ ଦ୍ରୁତ ଗତିରେ ଯାଉଥିବା ଟ୍ରେନ୍ ନିଜ ସାମ୍ନାରେ ଥିବା ଯେକୌଣସି ବଡ଼ ଜିନିଷକୁ ମଧ୍ୟ ଉଡାଇ ପାରିବ । ତଥାପି କିଛି ଏପରି ଅସାମାଜିକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଟ୍ରେନର ରାସ୍ତାରେ ଆସି ଛିଡା ହେବାକୁ ପସନ୍ଦ କରନ୍ତି ।

ତେବେ ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତି ପାଗଳାମିର ସବୁ ସୀମା ପାର କରିଦେଉଥିବା ଦେଖିବାକୁ ମିଳୁଛି। ଭିଡିଓରେ ଜଣେ ମଦୁଆ ବ୍ୟକ୍ତିକୁ ଦେଖିବାକୁ ମିଳିଛି । ସେ ନିଶାସକ୍ତ ଅବସ୍ଥାରେ ଟ୍ରାକ୍ ଉପରେ ଚଢ଼ି ହାତ ହଲାଇ ଟ୍ରେନକୁ ଅଟକାଇବାକୁ ଚେଷ୍ଟା କରିଥିଲା। ଖାଲି ଏତିକି ନୁହେଁ ତାସହିତ ସେ ଲୋକୋ ପାଇଲଟକୁ ଫ୍ଲାଇଙ୍ଗ କିସ୍ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଆଉ ଏହାପରେ ଯାହା ହେଲା, ତାର କଳ୍ପନା ମଧ୍ୟ କରିପାରିବେ ନାହିଁ ।

ସାଧାରଣତଃ ଟ୍ରେନ ଯାଉଥିବା ସମୟରେ ତାର ସାମ୍ନାକୁ ଯେକୌଣସି ଜିନିଷ ଆସେ ତାକୁ ଧକ୍କା ମାରି ଚାଲିଯାଏ । କିନ୍ତୁ ଭିଡିଓରେ ଦେଖିବାକୁ ମିଳିଛି ଯେ ମଦୁଆ ବ୍ୟକ୍ତିର ଏପରି କାରନାମା ପରେ ଲୋକୋ ପାଇଲଟ ଟ୍ରେନକୁ ଅଟକାଇ ଟ୍ରେନରୁ ତଳକୁ ଓହ୍ଲାଇଥିଲେ ଓ ଦୌଡ଼ିକରି ଆସି ତାକୁ ମାରିବାରେ ଲାଗିଥିଲେ । ତେବେ ଏହି ଭାଇରାଲ ଭିଡିଓକୁ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହେବା ସହିତ ନିଜ ହସକୁ ରୋକି ପାରୁନାହାଁନ୍ତି। ଦେଖିବା ପରେ ଲୋକମାନେ ହସି ହସି ବେଦମ୍ ହୋଇଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖାଯାଉଥିବା ଘଟଣାଟି ଉତ୍ତରପ୍ରଦେଶର ବରେଲୀର ବୋଲି କୁହାଯାଉଛି । ଯେଉଁଠି ବ୍ୟକ୍ତି ମଦ ପିଇ ବରେଲୀର ସିଟି ଷ୍ଟେସନ ପାଖରେ ଥିବା ଶ୍ମଶାନ ଭୂମି କ୍ରସିଙ୍ଗ ପାଖରେ ଥିବା ରେଳ ଧାରଣାରେ ଆସୁଥିବା କାସଗଞ୍ଜ୍‌ କାନପୁର ଏକ୍ସପ୍ରେସ ଟ୍ରେନକୁ ଅଟକାଇବାକୁ ଚେଷ୍ଟା କରୁଥିଲା। ତେବେ ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନରେନ୍ଦ୍ର ସିଂହଙ୍କ ନାମକ ଜଣେ ବ୍ୟକ୍ତି ଏହି ଭିଡିଓକୁ ନିଜ ଟ୍ଵିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.