ଏମିତି ଚଢ଼ିଲା ପ୍ରେମର ରଙ୍ଗ ଯେ ନିଜ ବନ୍ଧୁଙ୍କୁ ବାହା ହେବା ପାଇଁ କରିଦେଲେ ଲିଙ୍ଗ ପରିବର୍ତ୍ତନ

ପ୍ରେମ ଶାଶ୍ବତ, ଚିରନ୍ତନ, ପବିତ୍ର ଆଉ ଅମୃତର ଧାରା । ପ୍ରେମ ଜାଣେ ନାହିଁ ସୀମା, ସରହଦ, ଧର୍ମ ଗୋତ୍ର ଅବା ଜାତି । ପ୍ରେମର ଅନେକ କାହାଣୀ ଆପଣ ମାନେ ଦେଖିଥିବେ ଏବଂ ଶୁଣିଥିବେ । ନିଜ ପ୍ରେମକୁ ପାଇବା ପାଇଁ କେହି ଜୀବନ ଦେଇପାରେ ଆଉ କେହି ନେଇପାରେ । କାରଣ ପ୍ରେମ ଅନ୍ଧ । କିନ୍ତୁ ଆଜି ଆମେ ଏମିତି ଏକ ପ୍ରେମ କାହାଣୀ ବିଷୟରେ କହିବୁ ଯାହା ଆପଣଙ୍କୁ ସିନେମା ପରି ଲାଗିପାରେ । କିନ୍ତୁ ଏହା ସମ୍ପୂର୍ଣ୍ଣ ସତ । ବନ୍ଧୁକୁ ବିବାହ କରିବାକୁ ନିଜ ଲିଙ୍ଗ ପରିବର୍ତ୍ତନ କରିଦେଲେ ଆଉ ଜଣେ ବନ୍ଧୁ । ଆଜ୍ଞା ହଁ, ଆପଣଙ୍କୁ ଆଶ୍ଚର୍ଯ୍ଯ ଲାଗୁଥିବା ନିଶ୍ଚୟ । ହେଲେ ଏହି କାହାଣୀ ସମ୍ପୂର୍ଣ୍ଣ ସତ ।

ଘଟଣାଟି ପଶ୍ଚିମବଙ୍ଗର । ମଡେଲିଙ୍ଗ୍ ଲାଇନରେ କାମ କରୁଥିଲେ ଦୁଇ ବନ୍ଧୁ ଅନିକ୍ ଏବଂ ସାଗ୍ନିକ୍ । ଆଉ ଏକା ସାଥୀରେ କାମ କରୁଥିବା ବେଳେ ଉଭୟଙ୍କ ବନ୍ଧୁତ୍ବ ପ୍ରେମର ରୂପ ନେଇଥିଲା । ଆଉ ଏହି ପ୍ରେମ ଏତେ ଗଭୀର ହୋଇଗଲା ଯେ ଉଭୟ ପରସ୍ପରକୁ ଜୀବନସାଥୀ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଉଭୟଙ୍କ ପ୍ରେମକୁ ଗ୍ରହଣ କରିନଥିଲେ ପରିବାର ଲୋକ ।

kolkattaହେଲେ ନିଜ ପ୍ରେମକୁ ପାଇବା ପାଇଁ ସେମାନେ ଏମିତି ଏକ ବାଟ ଆପଣେଇଲେ ଯେ ଯାହା ଥିଲା କଳ୍ପନା ବାହାରେ । ଉଭୟ ସମଲିଙ୍ଗୀ ବୋଲି ପରିବାର ଲୋକଙ୍କ ସମସ୍ୟା ଥିଲା । ତେଣୁ ଅନିକ୍ ନିଜ ଅପରେସନ୍ କରି କରିଦେଲେ ଲିଙ୍ଗ ପରିବର୍ତ୍ତନ । ଆଉ ପୁଅରୁ ହୋଇଗଲେ ଝିଅ । କାରଣ କୌଣସି ବି ଅବସ୍ଥାରେ ନିଜ ସାଥୀଙ୍କୁ ପାଇବାକୁ ଚାହୁଁଥିଲେ । ତେଣୁ ପୁରୁଷରୁ ହୋଇଗଲେ ନାରୀ । କେବଳ ସେତିକି ନୁହେଁ ନିଜ ନାଁ ପରିବର୍ତ୍ତନ କରି ଅନିକରୁ କରିଦେଲେ ଏନି ।

ଆଉ ଏହା ପରେ ବାଧ୍ୟ ହୋଇ ପ୍ରେମ ଆଗରେ ମୁଣ୍ଡ ନୁଆଁଇଥିଲେ ଉଭୟଙ୍କ ପରିବାର ଲୋକ । ଗତ ସୋମବାର ଘର ଲୋକଙ୍କ ସହମତିରେ ଉଭୟ ସାତଜନମ ପାଇଁ ହୋଇଗଲେ ସାଥି । ସତରେ ଇଏ ଏକ ବିରଳ ପ୍ରେମ ଓ ବିରଳ କାହାଣୀ ନୁହେଁ କି ?