ବିପଦପୂର୍ଣ୍ଣ ଭିଡିଓ: କୁକୁର ସାମ୍ନାରେ ଯୁବକ କରୁଥିଲେ ଅଜବ ପ୍ରକାରର ଡ୍ୟାନ୍ସ, ରାଗି ଯିବାରୁ ଯୁବକଙ୍କ ପଛଭାଗକୁ କାମୁଡ଼ି ଦେଲା ଡଗି

ସୋସିଆଲ ମିଡିଆରେ ଜଣେ ଯୁବକଙ୍କ ଅଜବ ପ୍ରକାରର ଡ୍ୟାନ୍ସ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏଥିରେ ଯୁବକଙ୍କ ଡ୍ୟାନ୍ସ ଦେଖି ପାଖରେ ଛିଡ଼ା ହୋଇଥିବା ଡଗି ବି ଦ୍ୱନ୍ଦ୍ୱରେ ପଡ଼ି ଯାଉଛି ଏବଂ ଏହାପରେ ସେ ଯାହା କରୁଛି, ତାହାକୁ ଦେଖି ଲୋକେ ଏକଦମ୍‌ ଚକିତ ହୋଇଯାଇଛନ୍ତି। ଅପଲୋଡ୍‌ ହେବାର ମାତ୍ର କିଛି ଘଣ୍ଟା ଭିତରେ ଏହାକୁ ହଜାର ହଜାର ଲୋକ ଦେଖି ସାରିଥିବା ବେଳେ ଶତାଧିକ ଲୋକ ଏହାକୁ ଲାଇକ୍‌ କରିଛନ୍ତି।

ଭିଡିଓରେ ଦେଖାଯାଇ ପାରିବ କି, କ୍ୟାପ୍ରି ପିନ୍ଧିଥିବା ଜଣେ ଯୁବକ କୌଣସି ଏକ ଗୀତରେ ଡଗି ଷ୍ଟାଇଲ୍‌ରେ ଡ୍ୟାନ୍ସ କରୁଛନ୍ତି। ଏହାରି ଭିତରେ ସେ ନିଜର ଡ୍ୟାନ୍ସିଂ ଷ୍ଟାଇଲ୍‌ ବଦଳାଉଛନ୍ତି। ଆଉ ଯେମିତି ହିଁ ସେ ଅଜବ ପ୍ରକାରର ଡ୍ୟାନ୍ସ କରୁଛନ୍ତି, ତ ପଛରେ ଛିଡ଼ା ହୋଇଥିବା ଡଗି ତାଙ୍କ ପଛଭାଗକୁ ଜୋର୍‌ରେ କାମୁଡ଼ି ପକାଉଛି।

କୁକୁର କାମୁଡ଼ି ଦେବାରୁ ଯୁବକ ଜଣକ ଜୋର୍‌ରେ ଚିଲ୍ଲାଇବାକୁ ଲାଗୁଛନ୍ତି ଏବଂ ଭିଡିଓ ବନାଉଥିବା ଅନ୍ୟ ଯୁବକ ମଧ୍ୟ ତୁରନ୍ତ କ୍ୟାମେରାକୁ ଅଫ୍‌ କରି ଦେଉଛନ୍ତି। ପରେ ପରେ ସେ ଯୁବକଙ୍କୁ ସହାୟତା କରିବାକୁ ପହଞ୍ଚୁଛନ୍ତି। ଭାଇରାଲ ହେଉଥିବା ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମରେ Comedy videos ନାମକ ୟୁଜର ନିଜ ଆକାଉଣ୍ଟରେ ସେୟାର କରିଛନ୍ତି। ତେବେ ଏହି ଭିଡିଓ ଉପରେ ନେଟିଜନ୍ସ ଖୁବ୍‌ ପ୍ରତିକ୍ରିୟା ଦେଉଛନ୍ତି।

 

View this post on Instagram

 

A post shared by Funny videos (@comedy_videos9752)

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.