ହେଡ଼ଫୋନରେ ଲୁଚି ରହିଥିଲା ସ୍ପାଇଡର, କାନରେ ଲଗାଇବା ମାତ୍ରେ ଯୁବତୀଙ୍କ ସହ ହେଲା କିଛି ଏମିତି

ଅଷ୍ଟ୍ରେଲିଆର ଜଣେ ମହିଳା ପ୍ଲମ୍ବର ହେଡଫୋନ୍ ବ୍ୟବହାର କରୁଥିବା ସମୟରେ ତାଙ୍କ କାନରେ ଟିକିଏ କଷ୍ଟ ଅନୁଭବ ହୋଇଥିଲା ଯାହା ପରେ ସେ ନିଜ ହେଡଫୋନକୁ କାନରୁ ବାହାର କରିଥିଲେ । ତେବେ ଏହାକୁ ବାହାର କରିବା ପରେ ସେ ଯାହା ଦେଖିଲେ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସେ ଦେଖିଲେ ଯେ ହେଡଫୋନର ସଫ୍ଟ ପ୍ୟାଡିଂ ଭିତରେ ଏକ ବଡ଼ ସ୍ପାଇଡର୍ ଥିଲା । ତେବେ ହେଡଫୋନରେ ଥିବା ସ୍ପାଇଡରର ଏହି ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

हेडफोन में छुपी हुई थी मकड़ी

ହେଡଫୋନରେ ସାଉଣ୍ଡ ହେଉଥିବା କାରଣରୁ ଓଲି ଥର୍ଷ୍ଟ ନିଜ କାର୍ଯ୍ୟରେ ଧ୍ୟାନ ଦେଇ ପାରୁନଥିଲେ, ଯାହା ପରେ ସେ ହେଡ଼ାଫୋନକୁ କାନରୁ ବାହାର କରିଦେଇଥିଲେ । ଏହାପରେ ସେ ତାକୁ ଝଡି ସ୍ପାଇଡରକୁ ବାହାର କରିବାକୁ ଚେଷ୍ଟା କରୁଥିଲେ ସେତେବେଳେ ସେ ହଲି ପାରିଲା ନାହିଁ ଏବଂ ଭିତରେ ହିଁ ରହିଗଲା ।

ସେୟାର୍ ହୋଇଥିବା ଭିଡିଓରେ ଓଲି କହିଛନ୍ତି, “ମୁଁ ମୋ କାନରେ ଟିକିଏ କଷ୍ଟ ଅନୁଭବ କରୁଥିଲି କାରଣ ସ୍ପାଇଡର୍ ବାହାରକୁ ଆସିବାକୁ ଚାହୁଁଥିଲା।” ତେବେ ଏହି ଭିଡିଓଟି ବର୍ତ୍ତମାନ ଅଧିକ ଭାଇରାଲ ହେବାରେ ଲାଗିଛି ଏବଂ ଫେସବୁକ ୟୁଜର୍ସମାନେ ଏହା ଉପରେ ହଜାର ହଜାର କମେଣ୍ଟ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.