ଟ୍ରେନ୍ ଟ୍ରାଜେଡି ନେଇଗଲା ଭେଣ୍ଡିଆ ପୁଅର ଜୀବନ, ଦେଢ ବର୍ଷ ତଳେ ହୋଇଥିଲା ବାହାଘର

ଚାକିରୀ କରିବାକୁ ବାହାରି ଯାଇଥିଲା ପୁଅ । ହେଲେ କିଏ ଜାଣିଥିଲା ପୁଅ ଘରୁ ବାହାର କରିଥିବା ପାଦ ଅଣଲେଉଟା ହେବ ବୋଲି । ଆଉ ପୁଅ ଜୀବନ୍ତ ଅବସ୍ଥାରେ ଫେରିବ ନାହିଁ ବୋଲି । କାରଣ ଟ୍ରେନ୍ ଟ୍ରାଜେଡି ନେଇଗଲା ପୁଅର ଜୀବନ । ପୁଅର ଏହି ମୃତ୍ୟୁରେ କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ଗାଁ ଏବଂ ପରିବାର ।

ଉଦଳା(କେନ୍ୟୁଜ୍): ଚାକିରୀ କରିବାକୁ ବାହାରି ଯାଇଥିଲା ପୁଅ । ହେଲେ କିଏ ଜାଣିଥିଲା ପୁଅ ଘରୁ ବାହାର କରିଥିବା ପାଦ ଅଣଲେଉଟା ହେବ ବୋଲି । ଆଉ ପୁଅ ଜୀବନ୍ତ ଅବସ୍ଥାରେ ଫେରିବ ନାହିଁ ବୋଲି । କାରଣ ଟ୍ରେନ୍ ଟ୍ରାଜେଡି ନେଇଗଲା ପୁଅର ଜୀବନ । ପୁଅର ଏହି ମୃତ୍ୟୁରେ କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ଗାଁ ଏବଂ ପରିବାର ।

ପୁଅକୁ ମାତ୍ର ତିନି ମାସ । ଘରେ ପୁଅ, ସ୍ତ୍ରୀ ଏବଂ ବାପାମାଆକୁ ଛାଡି କର୍ମସ୍ଥଳୀକୁ ଯିବାକୁ ମନା କରୁଥିଲେ ପରିବାର ଲୋକେ । ହେଲେ ଘରର ପୁଅ ନିଜ ତିନି ମାସର ପୁଅ ଏବଂ ପରିବାର ଲୋକଙ୍କୁ ଭଲରେ ରଖିବା ପାଇଁ ପଇସା ରୋଜଗାର କରିବା ନିମନ୍ତେ ବାହାରି ପଡିଥିଲା ଗନ୍ତବ୍ୟସ୍ଥଳକୁ । ହେଲେ କିଏ ଜାଣିଥିଲା ବାଟରେ ଜଗି ରହିଥିଲା ଲୌହ ଦାନବ । ବାହାନଗା ଟ୍ରେନ୍ ଟ୍ରାଜେଡିରେ ଜୀବନ ହରାଇଲା ଘରର ଭେଣ୍ଡିଆ ପୁଅ । ମୃତଦେହ ଘରେ ପହଂଚିବା ପରେ କାନ୍ଦ ବୋବାଳିରେ ଫାଟି ପଡୁଛି ଘର ଏବଂ ଗ୍ରାମ । ଶୁକ୍ରବାର ରାତିରେ ବାହାନଗାରେ ହୋଇଥିବା ଟ୍ରେନ୍ ଟ୍ରାଜେଡିରେ ଯାଇଛି କପ୍ତିପଦା ବ୍ଲକ ଝିଙ୍କପଦା ପଂଚାୟତ ସୌଭାଗ୍ୟଦେଇପୁର ଗ୍ରାମର ରଜନ୍ତୀକାନ୍ତ ବେହେରାଙ୍କ ଜୀବନ ।

dead

 

ରଜନୀଙ୍କର ବିବାହ ଆଜକୁ ଦେଢ ବର୍ଷ ପୂର୍ବରୁ ହୋଇଥିଲା । ଏବେ ଏବେ ରଜନୀଙ୍କର ପୁଅଟିଏ ହୋଇଛି । ଯାହାକୁ ମାତ୍ର ତିନି ମାସ ବିତିଛି । ପୁଅ, ସ୍ତ୍ରୀ ଏବଂ ଘରେ ବାପାମାଆକୁ ଛାଡି ଶୁକ୍ରବାର ରାତିରେ କରମଣ୍ଡଳ ଏକ୍ସପ୍ରେସରେ ସେ ବାହାରିଥିଲେ ସୁଦୂର ବାଙ୍ଗାଲୋରରେ ନିଜ କର୍ମସ୍ଥଳୀକୁ । ହେଲେ କରମଣ୍ଡଳ ଏକ୍ସପ୍ରେସ ବାହାନଗା ଠାରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଶତାଧିକ ଲୋକଙ୍କ ମୃତ୍ୟୂ ହୋଇଛି । ଯେଉଁଥିରେ ରହିଛନ୍ତି ରଜନ୍ତୀକାନ୍ତ ଦାସ । ଟ୍ରେନ ଦୁର୍ଘଟଣାରେ ତାଙ୍କର ଜୀବନ ଯାଇଛି । ଏହି ଖବର ଜଣାପଡିବା ପରେ ପରିବାର ଲୋକେ ଘଟଣାସ୍ଥଳରେ ପହଂଚି ମୃତଦେହ ଚିହ୍ନଟ କରି ଘରକୁ ଆଣିଛନ୍ତି । ଅନେକ ସ୍ୱପ୍ନକୁ ସାଇତି ରଖି ପଇସା ରୋଜଗାର କରିବାକୁ ଯାଉଥିବା ଭେଣ୍ଡିଆ ପୁଅର ଏଭଳି ମୃତ୍ୟୁ ଏବଂ ମୃତ୍ୟୁ ପରେ ମୃତଦେହ ଘରେ ପହଂଚିବା ପରେ କାନ୍ଦ ବୋବାଳିରେ ଫାଟି ପଡୁଛି ଘର ଦ୍ୱାର ।

କାହା ଆଖି ଆଉ ବୋଲ ମାନୁନାହିଁ । ବହି ଚାଲିଛି ଧାର ଧାର ଲୁହ । କାନ୍ଥରୁ ଆଜି ପର୍ଯ୍ୟନ୍ତ ଲିଭି ନାହିଁ ଶୁଭ ବିବାହର ଚିତ୍ର । ହେଲେ ଶୁକ୍ରବାର ରାତିରେ କରମଣ୍ଡଳ ଟ୍ରେନ୍ ଟ୍ରାଜେଡି ଲିଭାଇଦେଲା ଜୀବନ ଦୀପ । ତିନି ମାସର ଶିଶୁପୁତ୍ର କେବେ ଆଉ ବାପା ସହିତ ଗେହ୍ଲ ହୋଇପାରିବ ନାହିଁ କି ବାପା ସହିତ ଖେଳିପାରିବ ନାହିଁ । ପାଇବ ନାହିଁ ବାପାର ସ୍ନେହ । ଏ ସବୁ ଭାବି ଭାବି ସ୍ତ୍ରୀ ନିଜର କୋହକୁ ସମ୍ଭାଳିପାରୁନାହିଁ ।

ତେବେ ବାହାନଗା ଟ୍ରେନ୍ ଟ୍ରାଜେଡି ଯେ କେତେ ପରିବାରକୁ ଦୁଃଖ ଦେଇଛି ତାହା ଆକଳନ କରିବା କଷ୍ଟ । ତେବେ ଏହି ପରିବାରi କିଭଳି ନିଜର କଷ୍ଟକୁ ଲାଘବ କରିବେ । କିଏ ସାହା ହେବ ଏହି ପରିବାରକୁ । ଏହି ଘଟଣା ଯେତିକି ଦୁଃଖଦାୟକ ସେତିକି ଯନ୍ତ୍ରଣାଭରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.