ଶ୍ରୀ, ସମୃଦ୍ଧି ବୃଦ୍ଧି ନିମନ୍ତେ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ପାଳିତ ହୁଏ ମାଣବସା ଗୁରୁବାର, ମାଆଙ୍କ ଆର୍ଶୀବାଦ ପାଇବା ପାଇଁ କରନ୍ତି ପୂଜା

ମାଣବସା ଗୁରୁବାର ଓଷା ମାଣ ଓଷା ନାମରେ ବେଶ ଜଣାଶୁଣା। ଏହା ଓଡ଼ିଶାରେ ପାଳିତ ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ପୂଜା କରାଯାଏ । ଚଳିତ ବର୍ଷ ମାର୍ଗଶିର ମାସ ଆରମ୍ଭ ହୋଇସାରିଛି। ଆଉ ଆଜି ଘରେ ଘରେ ପାଳିତ ହୋଇଛି ମାର୍ଗଶିର ମାସର ଦ୍ୱିତୀୟ ଗୁରୁବାର। ତେବେ ଏହା ପୂର୍ବ ପାଳି ଅଲାଗି ପାଳି ଥିଲା। କାରଣ ଅଷ୍ଟମୀ ଯେହେତୁ ସରିନଥିଲା। ତେଣୁ ଆଜି ଠୁ ହିଁ ଏହି ପୂଜାକୁ ସମସ୍ତେ ପାଳନ କରିଛନ୍ତି। ଆମ ଓଡ଼ିଆଙ୍କ ପରମ୍ପରା ବିଷୟରେ କାହାକୁ ବା ଜଣା ନାହିଁ। ଏଠାରେ ପ୍ରତିିଟି ପର୍ବ ପର୍ବାଣୀ କୁ ଖୁବ ଖୁସିର ସହ ଲୋକ ପାଳନ କରିଥାନ୍ତି। ପ୍ରତିଟି ମାସରେ ଏଠାରେ କିଛି ନା କିଛି ପୂଜା ପାଳନ କରାଯାଏ।

ତେବେ ପ୍ରତ୍ୟେକ ଓଡ଼ିଆ ଘରଣୀଙ୍କ ପାଇଁ ମାର୍ଗଶୀର ମାସ ଗୁରୁବାର ର ମାହତ୍ୱ ବେଶ ଅଧିକ ରହିଛି। ଏହିଦିନ ନାରୀମାନେ ମାଆ ଲକ୍ଷ୍ମୀଙ୍କ ନିମିତ୍ତ ଓଷା ପାଳନ କରିଥାନ୍ତି । ଏହି ପୂଜା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ । ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ । ଏହି ଓଷାକୁ ଓଡ଼ିଶାର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ ମନାସି ଘରର ଶ୍ରୀ, ସମୃଦ୍ଧିପାଇଁ ପୂଜା ର୍ଚ୍ଚନା କରାଯାଏ।

ମାଣ ବସାଇବାରୁ ଏହାକୁ “ମାଣବସା” କୁହାଯାଏ। ଏହିଦିନ ଧାନ ମେଣ୍ଟାକୁ ସଜାଇ ମାଆଙ୍କୁ ସ୍ଥାପନା କରାଯାଏ। ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ୱାର ଲିପାପୋଛା କରି ଝୋଟି ଚିତା ପକାଇଥାନ୍ତି । ଗୁରୁବାର ଦିନ ବଡ଼ିଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିଥାନ୍ତି । ଗାଁମାନଙ୍କରେ ମହିଳାମାନେ ମାଟିଘରକୁ ଗୋବରରେ ଲିପାପୋଛା କରି ନୂତନ ଚାଉଳର ପିଠଉରେ ଝୋଟି ଏବଂ ଲକ୍ଷ୍ମୀପାଦରେ ଆଙ୍କନ୍ତି । ଘରର ପ୍ରତ୍ୟକ ଦୁଆର ଅଗଣା କାନ୍ଥ ଓ ଚାରିପାଖ ଝୋଟି ଚିତାଦ୍ୱାରା ସଜାଯାଇଥାଏ । ମାଣ ଖଟୁଲି ଉପରେ ଏକ ନୂଆ ମାଣରେ ଧଳାଧାନ ଭରି ରଖାଯାଏ । ହଳଦୀ ଓ ଗୁଗୁଳ ବାଟି ମାଣର ଉପରପାଶ୍ୱର୍ରେ ଲେପ ଦିଆଯାଏ ଯାହାଏକ ମୁହଁର ରୂପ ନେଇଥାଏ । ସେଥିରେ କଉଡିକୁ ଆଖିଭାବେ ବ୍ୟବାରକରି ନିଜର ସୃଜନ ଶୈଳିଦ୍ୱାରା ମାଣକୁ ଏକ ସୁନ୍ଦର ମୁହଁର ରୂପ ଦେଇ ଖଟୁଲିରେ ରଖି ତା ଉପରେ ଧାନର ମେଣ୍ଟାକୁ ରଖାଯାଏ ।

ଲକ୍ଷ୍ମୀଙ୍କର ସ୍ଥାପନା ପାଇଁ ଠାକୁରଘରର ଏକ ସ୍ୱତନ୍ତ୍ର ସ୍ଥାନ କରାଯାଏ । ପୂଜା ପାଇଁ ପୂର୍ବରୁ ପ୍ରସ୍ତୁତ କରି ରଖାଯାଇଥାଏ ଅମଳ ହୋଇଥିବା ଶୁକ୍ଳଧାନ , ମାଣ, ଗୁଆ, କଉଡି, ନଡିଆ, ଦୁବ, ବରକୋଳି ପତ୍ର, ସିନ୍ଦୂର, ଧୂପଦୀପ ଓ ନୈବେଦ୍ୟ । ମାଣ ବସାଇବା ପୂର୍ବରୁ ସେହିମାଣକୁ ହଳଦୀ ପାଣିରେ ଧୋଇ ଖରାରେ ଶୁଖିଯିବା ପରେ ସିନ୍ଦୂର ବୋଳାଯାଏ । ଲକ୍ଷ୍ମୀଙ୍କୁ ଏକ ନବବଧୂ ବେଶରେ ସଜାଯାଇ ଚନ୍ଦନ ସିନ୍ଦୂର ଆଦି ଦେଇ ସ୍ଥାପନା କରାଯାଏ । ବିଧି ଅନୁଯାୟୀ ଖଟୁଲି ଉପରେ ଲକ୍ଷ୍ମୀଙ୍କର କାଠରେ ନିର୍ମିତ ପ୍ରତିମା, ପାନିଆଁ, ଆଇନା, କଜ୍ଜଳ ଏବଂ ଖଟୁଲି ପାଖରେ ଆଖୁ, ମୂଳା ନିକଟରେ ରଖାଯାଇଥାଏ ।

ମଧ୍ୟାହ୍ନରେ ଶଙ୍କୁଡ଼ି ଧୂପରେ ଲାଗିହେବା ପାଇଁ ଖିରି ବା ତରଣ, ଚକୁଳିପିଠା, ତରକାରି ଇତ୍ୟାଦି ପ୍ରସ୍ତୁତ କରାଯାଇ ଶ୍ରଦ୍ଧାର ସହ ଭୋଗ ଲଗାଯାଏ । ୨ୟ ଗୁରୁବାରରେ ଚିତଉପିଠା, ଦହିକାଲୁଆ, ୩ୟରେ ଖେଚୁଡ଼ି-ଡାଲମା ଏବଂ ୪ର୍ଥରେ ମଣ୍ଡା ପିଠା ଭୋଗ ଲାଗି ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.