ଦୃଢ଼ ମନୋବଳ ଆଗରେ ହାର ମାନିଛି ଶାରୀରିକ ସମସ୍ୟା: ମଣ୍ଡେଲା ଆର୍ଟ କରି ଚର୍ଚ୍ଚାରେ ଶ୍ୱେତପଦ୍ମା

କେନ୍ଦୁଝର ସହର ନିକଟ ବ୍ରାହ୍ମଣୀଗାଁର ଶ୍ୱେତପଦ୍ମା । ପାରମ୍ପାରିକ ମଣ୍ଡଲ ଆର୍ଟ କଳାକୃତି କରି ଏବେ ସେ ଚର୍ଚ୍ଚାରେ। ବିରଞ୍ଚି ନାରାୟଣ ମିଶ୍ର ଏବଂ ସୁଲୋଚନା ମିଶ୍ରଙ୍କ କନ୍ୟା ଶ୍ଵେତପଦ୍ମା ଦୀର୍ଘ କିଛି ବର୍ଷ ହେଲା ଭଲରେ ଚଳ ପ୍ରଚଳ କରିପାରୁ ନାହାନ୍ତି । କଳା ପ୍ରତି ରୁଚି ଯୋଗୁଁ ଶାରୀରିକ ସମସ୍ୟାକୁ ଭୂକ୍ଷେପ ନ କରି ଘଣ୍ଟା ଘଣ୍ଟା ଧରି ମଣ୍ଡଳ କଳାକୃଳିରେ ନିମଗ୍ନ ରହୁନ୍ତି ସେ ।

କେନ୍ଦୁଝର(କେନ୍ୟୁଜ୍): ଦୃଢ଼ ମନୋବଳ ଆଗରେ ହାର ମାନିଛି ଶାରୀରିକ ସମସ୍ୟା। ଦୀର୍ଘଦିନ ଧରି ଗଭୀର ସ୍ନାୟୁବିକ ରୋଗରେ ଆକ୍ରାନ୍ତ ଥାଇ ଧୈର୍ଯ୍ୟ ଓ ଏକାଗ୍ରତା ବଳରେ ମଣ୍ଡେଲା ଆର୍ଟକୁ ପାଥେୟ କରି ସଫଳତାର ସିଡ଼ି ଚଢ଼ିଛନ୍ତି । ସ୍ନାତକୋତ୍ତର ପଢୁଥିବା ବେଳେ ଏକ ବିରଳ ସ୍ନାୟୁରୋଗରେ ପୀଡିତ ହେଲେ । ୪ବର୍ଷ ଧରି ବିଛଣାରେ ପଡ଼ିବା ପରେ ୨୦୧୯ ମସିହାରେ ପାରମ୍ପାରିକ ମଣ୍ଡଲ ଚିତ୍ରକଳା ପ୍ରତି ଆକର୍ଷିତ ହୋଇ ଆଖି ଝଲସିଯିବା ଭଳି କଳାକୃତି ସୃଷ୍ଟି କଲେ ।

କେନ୍ଦୁଝର ସହର ନିକଟ ବ୍ରାହ୍ମଣୀଗାଁର ଶ୍ୱେତପଦ୍ମା । ପାରମ୍ପାରିକ ମଣ୍ଡଲ ଆର୍ଟ କଳାକୃତି କରି ଏବେ ସେ ଚର୍ଚ୍ଚାରେ। ବିରଞ୍ଚି ନାରାୟଣ ମିଶ୍ର ଏବଂ ସୁଲୋଚନା ମିଶ୍ରଙ୍କ କନ୍ୟା ଶ୍ଵେତପଦ୍ମା ଦୀର୍ଘ କିଛି ବର୍ଷ ହେଲା ଭଲରେ ଚଳ ପ୍ରଚଳ କରିପାରୁ ନାହାନ୍ତି । କଳା ପ୍ରତି ରୁଚି ଯୋଗୁଁ ଶାରୀରିକ ସମସ୍ୟାକୁ ଭୂକ୍ଷେପ ନ କରି ଘଣ୍ଟା ଘଣ୍ଟା ଧରି ମଣ୍ଡଳ କଳାକୃଳିରେ ନିମଗ୍ନ ରହୁନ୍ତି ସେ। କିଛି ଦିନ ପୂର୍ବେ କାଶ୍ମୀର ପଣ୍ଡିତ ସମ୍ପର୍କିତ ଏକ ମାଣ୍ଡେଲା ବା ମଣ୍ଡଲ ଆର୍ଟ କରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ ଶ୍ୱେତପଦ୍ମା । ତାଙ୍କର ଜଣେ ବନ୍ଧୁ ଏହି କଳାକୃତିଟିକୁ ବହୁ ଚର୍ଚ୍ଚିତ ଦ କାଶ୍ମୀର ଫାଇଲ୍ସ ଚଳଚ୍ଚିତ୍ରର ନିର୍ମାତା ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କୁ ଉପହାର ମଧ୍ୟ ଦେଇଥିଲେ।

swetapadma

ଶ୍ଵେତପଦ୍ମାଙ୍କ କଳାକୃତି ଦେଖି ନିର୍ମାତା ଶ୍ରୀ ଅଗ୍ନିହୋତ୍ରୀ ଖୁସିବ୍ୟକ୍ତ କରିଛନ୍ତି। ଶ୍ଵେତପଦ୍ମାଙ୍କ ବାପା ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏବଂ ମା ପ୍ରାଥମିକ ଶିକ୍ଷୟତ୍ରୀ । +୨ ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ ଠିକ୍ ଠାକ୍ ଥିଲା । ଛୋଟବେଳୁ ଖୁବ ସୁନ୍ଦର ଚିତ୍ର ଆଙ୍କୁଥିଲେ । ଜେଜେ ମା ଅହଲ୍ୟା ମିଶ୍ର ଏଥିପାଇଁ ପ୍ରେରଣାର ଉତ୍ସ ଥିଲେ। ସ୍ନାତକୋତ୍ତର ପରେ ବିଏଡ଼ ଶିକ୍ଷା ଗ୍ରହଣ କରିଥିବା ଶ୍ୱେତପଦ୍ମା ବାଣୀବିହାରରେ ଏମଏସସି ପଢିବା ସମୟରେ ୨୦୧୪ ସ୍ନାୟୁବିକ ରୋଗରେ ଆକ୍ରାନ୍ତ ହୋଇଥିଲେ । ହଠାତ, ଚଳପ୍ରଚଳ କରିବା ବନ୍ଦ ହୋଇଯାଇଥିଲା । ୩ ଥର ଅସ୍ତ୍ରୋପଚାର ପରେ ପ୍ଲାଷ୍ଟିକ ପାଇପ ଖଞ୍ଜାଯିବା ପରେ ଅଳ୍ପ ଅଳ୍ପ ଚଲାବୁଲା କରିପାରୁଛନ୍ତି। ତଳେ ବସିବା ତାଙ୍କ ପକ୍ଷେ ସମ୍ଭବପର ହୋଇପାରୁନି।

ଏପଟେ ପ୍ରଥମେ ମୋବାଇଲରୁ ବିଭିନ୍ନ ଆର୍ଟ ବିଷୟରେ ଜ୍ଞାନ ଆହରଣ କଲେ ଶ୍ୱେତପଦ୍ମା । ୨୦୧୯ ମସିହାରେ ମାଣ୍ଡେଲା ଆର୍ଟ ବା ମଣ୍ଡଳ କଳାକୃତି ଆରମ୍ଭ କରିଥିଲେ । ତାଙ୍କ ଦ୍ୱାରା ପ୍ରସ୍ତୁତ କଳାକୃତି ଆଦୃତ ହେଲା । ଫେସବୁକ ରେ ଏହି କଳାକୃତି ଅନେକଙ୍କ ପସନ୍ଦ କରିଥିଲେ । କେନ୍ଦୁଝର ର ସଂସ୍କୃତି ,ଦେବାଦେବୀ, ବିଶ୍ୱର ସର୍ବବୃହତ ରଥର ଚିତ୍ର ,ବଳଦେବଜୀଉଙ୍କ ସହ ଅଲାରନାଥ ଙ୍କ କଳାକୃତି ତାଙ୍କର ବିଶେଷ ଅବଦାନ। ଶ୍ୱେତପଦ୍ମା ଙ୍କ ଏହି ଚମତ୍କାର କଳାକୃତି ତାଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରଶଂସା ମିଳିବା ସହ ଲୋକପ୍ରିୟ ମାଗାଜିନି ସୃଷ୍ଟି,ଅଗ୍ନିରୁପା, ରେବତୀ ରେ ସ୍ଥାନ ପାଇଛି। ତାଙ୍କ କଳାକୃତି ଗୁଡିକ ନେଇ ଅନଲାଇନ ରେ ଅନୁଷ୍ଠିତ ଅନେକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସେ ପୁରସ୍କୃତ ହୋଇଛନ୍ତି।

ଏପରି ଶ୍ୱେତପଦ୍ମା ଙ୍କ କଳାକୃତି ଦେଖି ଓଡିଶା ର ମହାମହିମ ରାଜ୍ୟପାଳ ଗଣେଶି ଲାଲ ତାଙ୍କୁ ଯୋଗାଯୋଗ କରିଥିଲେ ,ରାଜ୍ୟପାଳ ଙ୍କ ଠାରୁ ଡାକରା ପାଇ ଶ୍ୱେତପଦ୍ମା ବାପା ମା ଙ୍କ ସହ ପହଞ୍ଚିଥିଲେ ରାଜ ଭବନ ରେ,ରାଜ ଭବନ ରେ ମହାମହିମ ରାଜ୍ୟପାଳ ଶ୍ୱେତପଦ୍ମା ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଓ ଶ୍ୱେତପଦ୍ମା ମଧ୍ୟ ରାଜ୍ୟପାଳ ଙ୍କୁ କେନ୍ଦୁଝର ସ୍ୱୟଂ ଶାସିତ ମହାବିଦ୍ୟାଳୟ କୁ ବିଶ୍ୱ ବିଦ୍ୟାଳୟ ରେ ପରିଣତ କରିଥିବାରୁ ଧନ୍ୟବାଦ ଦେବା ସହ ରାଜ୍ୟପାଳ ଙ୍କ ଏକ ପ୍ରତିଛବି କୁ ମଣ୍ଡଳ କଳାକୃତିରେ ଆଙ୍କି ଉପହାର ଦେଇଥିଲେ, ଯାହାକୁ ନେଇ ରାଜ୍ୟପାଳ ଖୁସି ବ୍ୟକ୍ତ କରିଥିଲେ , ପ୍ରଥମେ ୨୦୨୧ରେ ସାଂସ୍କୃତିକ ପକ୍ଷରୁ ଆୟୋଜିତ କେନ୍ଦୁଝର କଳା ଉତ୍ସବ ରେ ଯୁବ ପ୍ରତିଭା ଭାବେ ସମ୍ବର୍ଦ୍ଧିତ ହୋଇଛନ୍ତି । ଏହାପରେ ଭୁବନେଶ୍ୱର ଜୟଦେବ ଭବନରେ ଠାରେ ଜୟଦେବ ଜୟନ୍ତୀ ଅବସରରେ କଳ୍ପତରୁ ପ୍ରତିଭା ସମ୍ମାନ ପାଇଥିଲେ।

art

ବାପା ବିରଞ୍ଚି ନାରାୟଣ ମିଶ୍ର ଓ ମା ସୁଲୋଚନାଙ୍କର ଶ୍ବେତପଦ୍ମା ପ୍ରଥମ ସନ୍ତାନ । ଇଚ୍ଛାଥିଲା ସେ ଜଣେ ବୈଜ୍ଞାନିକ ହେବେ । ୨୦୦୮ ମସିହାରେ ମ୍ୟାଟ୍ରିକ୍ ପାଶ୍ କରି ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟରେ ନାଁ ଲେଖାଇଥିଲେ । ୨୦୧୩ ମସିହରେ ଧରଣୀଧର କଲେଜରୁ ଉଦ୍ଭିତ ବିଜ୍ଞାନରେ ଟପ୍ପର ହୋଇଥିଲେ ଶ୍ବେତପଦ୍ମା ,ସାରା ରାଜ୍ୟରେ ଯୁକ୍ତ ୩ ପ୍ରବେଶିକା ପରୀକ୍ଷାରେ ସେ ଓଡିଶାରେ ଟପ୍ପର୍ ହୋଇ ବାଣୀବିହାର ବିଶ୍ବବିଦ୍ୟାଳୟର ଉଦ୍ଭିତ ବିଜ୍ଞାନରେ ନାଁ ଲେଖାଇଲେ ।ଏହାପରେ ହଠାତ୍ ସେ ଏକ ବିରଳ ସ୍ନାୟୁରୋଗରେ ପୀଡ଼ିତ ହେବାରୁ ଅଧାରୁ ତାଙ୍କୁ ପାଠ ଛାଡ଼ିବାକୁ ପଡିଲା । ୩ଟି ଅସ୍ତ୍ରୋପଚାର ଓ ଦୀର୍ଘବର୍ଷର ଅସୁସ୍ଥତା ପରେ ଆରମ୍ଭ କଲେ ପାରମ୍ପାରିକ ମଣ୍ଡଲ ଆର୍ଟ ।

ଅତି ସୁନ୍ଦର ଭାବେ ଏହି କଳାକୃତି କରୁଛନ୍ତି ଶ୍ୱେତପଦ୍ମା । ହୃଦୟସ୍ପର୍ଶୀ କବିତା ରଚନା ତଥା ଆବୃତ୍ତି ବି କରୁଛନ୍ତି । ଯାହାକୁ ନେଇ ଏବେ ସେ ଭବିଷ୍ୟତ ଜୀବନରେ ଆଗକୁ ବଢିବାର ସ୍ବପ୍ନ ଦେଖୁଛନ୍ତି । ଯଦି ଜିଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ସହଯୋଗ କରନ୍ତେ ତାହେଲେ ଏହି କଳା କୁ ବିଶ୍ୱ ଦରବାରରେ ପହଞ୍ଚେଇ ପାରନ୍ତେ ବୋଲି କହିଛନ୍ତି ଶ୍ୱେତପଦ୍ମା ଆଶା ରଖିଛନ୍ତି ।

 

You might also like