ରାବଣର ମୃତ୍ୟୁ ପରେ ଭାଇ ବିଭିଷଣକୁ କାହିଁକି ବିବାହ କରିଥିଲେ ମନ୍ଦୋଦରୀ?

ଶ୍ରୀରାମଙ୍କର ଜୀବନି ଓ ରାମାୟଣ ମହାକଥା ବିଷୟରେ ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣା। କିପରି ଅହଙ୍କାରୀ ରାବଣକୁ ପ୍ରଭୁ ରାମଚନ୍ଦ୍ର ପରାସ୍ତ କରି ସୀତା ମାତାଙ୍କୁ ଉଦ୍ଧାର କରିଥିଲେ ସେ ବିଷୟରେ କାହାକୁ ବା ଅଛପା ରହିିଛି।ତେବେ ରାବଣ ବଧ ପରେ ପ୍ରଭୁ ରାମଚନ୍ଦ୍ର ମାତା ସୀତାଙ୍କୁ ନେଇ ଅଯୋଦ୍ଧ୍ୟା ଫେରିଥିଲେ ଓ ଏହା ପରେ ରାମାୟଣ ପ୍ରତି ଲୋକଙ୍କ ଆଗ୍ରହ କମ୍‌ ହେବାକୁ ଲାଗିଥିଲା। ତେବେ ରାବଣଙ୍କ ବଧ ପରେ ତାଙ୍କ ପତ୍ନୀ ମନ୍ଦୋଦରୀଙ୍କର ଆଗାମୀ ଜୀବନ ବିଷୟରେ ବୋଧ ହୁଏ କିଛି ଲୋକ ଜାଣିଥିବେ। ଆଜି ଆମେ ଆପଣଙ୍କୁ ରାବଣଙ୍କ ମୃତୁ୍ୟୂ ପରେ ମନ୍ଦୋଦରୀଙ୍କର ଜୀବନି ବିଷୟରେ କିଛି ଅଜଣା କଥା ଜଣାଇବୁ।

ପୁରାଣ ଅନୁସାରେ ଭଗବାନ ଶିବଙ୍କୁ ଖୋଜିବା ପାଇଁ ମାଧୁରା ନାମକ ଏକ ଅପ୍‌ସରୀ କୈଳାସ ପର୍ବତ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ।ମା ପାର୍ବତୀଙ୍କ ଅନୁପସ୍ଥିତିକୁ ଦେଖି ସେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବାକୁ ଲାଗିଥିଲେ। ପାର୍ବତୀ ସେଠାରେ ପହଞ୍ଚିବା ପରେ ମହାଦେବଙ୍କ ପାଉଁଶକୁ ମାଧୁରାଙ୍କ ଦେହରେ ଦେଖିବା ପରେ ମାତା ଭିଷଣ ରାଗି ଯାଇଥିଲେ ଓ ମଦୁରାାଙ୍କୁ ୧୨ ବର୍ଷ ପର୍ଯ୍ୟନ୍ତ ବେଙ୍ଗ ରୂପରେ ରହିବାକୁ ମାଧୁରାଙ୍କୁ ଅଭିଶାପ ଦେଇଥିଲେ। ଏହା ପରେ ଭଗବାନ ଶିବ ପାର୍ବତୀଙ୍କୁ ତାଙ୍କ ଅଭିଶାପ ଫେରାଇ ନେବାକୁ ଅନୁରୋଧ କରିଥିଲେ। ମାତା ପାର୍ବତୀ ଅଭିଶାପକୁ ଫେରାଇ ଫେରାଇ ନେଇ ପାରିନଥିଲେ ଓ ୧୨ ବର୍ଷ ପରେ ସେ ତାଙ୍କ ପ୍ରକୃତ ରୂପକୁ ଫେରିବେ ବୋଲି ସେ କହିଥିଲେ କିନ୍ତୁ ସେ ପର୍ଯ୍ୟନ୍ତ ତାଙ୍କୁ ଅଭିଶାପଟି ଭୋଗ କରିବାକୁ ପଡିବ।

କିଛି ଦିନ ପରେ ଅସୁରରାଜ ମାୟାସୁର ଏବଂ ତାଙ୍କ ପତ୍ନି ହେମା କନ୍ୟା ସନ୍ତାନ ପ୍ରାପ୍ତ କରିବା ପାଇଁ ସେହି କୈଳାସ ପର୍ବତ ଉପରେ ବହୁ ବର୍ଷ ପର୍ଯ୍ୟନ୍ତ ରହି ଉଭୟେ ତପସ୍ୟା କରୁଥିଲେ।ତପସ୍ୟା କରୁଥିବା ସମୟରେ ତାଙ୍କୁ ଏକ ବେଙ୍ଗର କାନ୍ଦିବା ଶବ୍ଦ ଣୁଭିଥିଲା। କାନ୍ଦ ଶୁଣି ସମାନେ ସେହି ବେଙ୍ଗ ପାଖକୁ ଯାଇଥିଲେ ଓ ମାଧୁରାର ସମସ୍ତ କାହାଣୀ ଶୁଣିଥିଲେ। ମାଧୁରାଙ୍କ ନିକଟରୁ ସବୁ କଥା ଶୁଣିବା ପରେ ସେମାନେ ତାଙ୍କ ମନରେ ଦୟାଭାବ ଯାଗୃତ ହୋଇଥିଲା ଏବଂସେମାନେ ତାକୁ ନିଜ ସହିତ ନେଇ ଆସି ନିଜ ଝିଅ କରି ରଖିଥିଲେ ।ସେହି ବେଙ୍ଗଟି ପରେ ସମସ୍ତଙ୍କ ନିକଟରେ ମନ୍ଦୋଦରୀ ନାମରେ ପରିଚିତ ହେଲେ।

r2

ରାବଣର ଦୃଷ୍ଟି ପ୍ରଥମ ଥର ପାଇଁ ମନ୍ଦୋଦରୀ ଉପରେ ପଡିବା ପରେ ସେ ଅସୁରରାଜଙ୍କୁ ତାଙ୍କୁ ବିବାହ କରିବାର ପ୍ରସ୍ତାବ ରଖିଥିଲେ।ରାବଣ ଜଣେ ଅହଙ୍କାରୀ ରାଜା ହୋଇଥବବାରୁ ଅସୁରରାଜ ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିନଥିଲେ ଯାହା ଫଳରେ ରାବଣ ରାଗିଯାଇ ଯୁଦ୍ଧ ପାଇଁ ଆହ୍ଵାନ ଦେଇଥିଲେ। କିନ୍ତୁ ମନ୍ଦୋଦରୀ ରାବଣଙ୍କ ଶକ୍ତି ବିଷୟରେ ଅବଗତ ଥିଲେ ଓ ସେ ତାଙ୍କ ପିତାଙ୍କୁ ଅତି ସହଜରେ ପରାସ୍ତ କରିଦେବେ ବୋଲି ସେ ରାବଣଙ୍କୁ ବିବାହ କରିବାକୁ ରାଜି ହୋଇ ଯାଇଥିଲେ।

ସୀତାଙ୍କ ଅପହରଣ ପରେ ମନ୍ଦୋଦରୀ ଅନେକ ଥର ରାବଣଙ୍କୁ ବିରୋଧ କରିଥିଲେ ଯେ ଅନ୍ୟ କାହାର ପତ୍ନୀକୁ ଏହିପରି ଭାବେ ଅପହରଣ କରିବା ଲଙ୍କାପତୀଙ୍କୁ ଶୋଭା ଦେଉନାହିଁ।କିନ୍ତୁ ରାବଣ ନିଜ ଅହଙ୍କାର ଯୋଗୁଁ ମନ୍ଦୋଦରୀଙ୍କ କଥା ଶୁଣିନଥଲେ ଏବଂ ଶେଷରେ ରାବଣ ଏବଂ ପ୍ରଭୁ ରାମଙ୍କ ଯୁଦ୍ଧରେ ରାବଣ ପରାସ୍ତ ହେଲେ।ରାବଣର ବଧ କରିବା ପରେ ପ୍ରଭୁ ଶ୍ରୀରାମ ବିଭିଷଣଙ୍କୁ ଲଙ୍କାର ରାଜା ଭାବରେ ଘୋଷଣା କରିଥିଲେ ଓ ମନ୍ଦୋଦରୀଙ୍କୁ ତାଙ୍କ ସହିତ ବିବାହ କରିବାର ପ୍ରସ୍ତାବ ଦେଇଥିଲେ। କିନ୍ତୁ ମନ୍ଦୋଦରୀ ସେହି ପ୍ରସ୍ତାବରେ ରାଜି ହୋଇନଥଲେ ଓ ରାଜ୍ୟ ଠାରୁ ମଧ୍ୟ ଦୁରେଇ ଯାଇଥିଲେ। କିଛି ସମୟ ପରେ ସେ ବିଭିଷଣଙ୍କ ସହିତ ବାହା ହେବାକୁ ରାଜି ହୋଇଯାଇଥିଲେ।

Leave A Reply

Your email address will not be published.