ତୁଳା ରାଶିରେ ଆଜି ପ୍ରବେଶ କରୁଛନ୍ତି ମଙ୍ଗଳ, ଜାଣନ୍ତୁ କେଉଁ ରାଶି ଉପରେ ପଡ଼ିବ କି ପ୍ରଭାବ

ଗ୍ରହମାନଙ୍କ ସେନାପତି କୁହାଯାଉଥିବା ମଙ୍ଗଳ ୨୦୧୯ ନଭେମ୍ବର ୧୦ ତାରିଖ ଅର୍ଥାତ୍‌ ଆଜିର ଦିନରେ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଅପରାହ୍ନ ୨.୪୯ରେ ମଙ୍ଗଳ ତୁଳା ରାଶିରେ ପ୍ରବେଶ କରିବେ। ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ସେ ତୁଳା ରାଶିରେ ବିରାଜମାନ ରହିବେ। ପୂର୍ବରୁ ସେପ୍ଟେମ୍ବର ୨୫ରୁ ସେ କନ୍ୟା ରାଶିରେ ଥିଲେ। ଆସନ୍ତୁ ଜାଣିବା ମଙ୍ଗଳଙ୍କ ଏହି ରାଶି ପରିବର୍ତ୍ତନ ଦ୍ୱାରା ୧୨ଟି ରାଶି ଉପରେ କି ପ୍ରଭାବ ପଡ଼ିବ…

ମେଷ: ସମ୍ପତ୍ତି କିଣା ବିକାରେ ପ୍ରଚୁର ଲାଭ ହେବ। ପାର୍ଟନର ଠିକ୍‌ ସମୟରେ ସହଯୋଗ କରିବେ। ବ୍ୟବସାୟ ଠିକ୍‌ ଠାକ୍‌ ଚାଲିବ। ଆୟ ବଢ଼ିବ।

ବୃଷ: ମନର ଚଞ୍ଚଳତାକୁ ନିୟନ୍ତ୍ରଣରେ ରଖନ୍ତୁ। ଆଇନ୍‌ ଅନୁସାରେ କିଛି ସମସ୍ୟା ଥିଲେ ଦୂର ହେବ। ଦାୟିତ୍ୱହୀନତା ଯୋଗୁ ଧନହାନି ହୋଇପାରେ। ବ୍ୟବସାୟରେ ବୃଦ୍ଧି ଘଟିବ। ଘରେ ଓ ବାହାରେ ସୁଖ ଶାନ୍ତି ବଜାୟ ରହିବ।

ମିଥୁନ: ଘରେ ବାହାରେ ଅଶାନ୍ତି ଦେଖାଦେବ। କାର୍ଯ୍ୟରେ ପ୍ରତିବନ୍ଧକ ଆସିପାରେ। ଆୟ କମିବ। ଅଯଥାରେ ଝଗଡ଼ା ହୋଇପାରେ। ଭାବିଚିନ୍ତିି କାର୍ଯ୍ୟ କରନ୍ତୁ।

କର୍କଟ: ପାର୍ଟି କିମ୍ବା ପିକ୍‌ନିକ୍‌ରେ ଯାଇପାରନ୍ତି। ସ୍ୱାଦିଷ୍ଟ ଭୋଜନ ମିଳିବ। ଚାକିରିରେ ସନ୍ତୁଷ୍ଟି ଲାଭ କରିବେ। ଭାବିଚିନ୍ତି କଥାବାର୍ତ୍ତା କରନ୍ତୁ ନଚେତ୍‌ ସମସ୍ୟା ହୋଇପାରେ। ଶତ୍ରୁ ସକ୍ରିୟ ରହିବେ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।

ସିଂହ: ସ୍ୱାସ୍ଥ୍ୟ ଭଲ ରହିବ। ମନ ପ୍ରସନ୍ନ ରହିବ। ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତ।ୁ ଅଯଥା କଥାରେ ନିଜ ମତାମତ ଦେଇ ଲୋକହସା ହୁଅନ୍ତୁ ନହିଁ। କିଛି କହିବା ପୂର୍ବରୁ ଆଉ ଥରେ ଚିନ୍ତା କରନ୍ତୁ। ଜୀବନସାଥୀଙ୍କ ସହ ମନୋମାଳିନ୍ୟ ହୋଇପାରେ।

କନ୍ୟା: ପ୍ରୟାସ ସଫଳ ରହିବ। କୌଣସି କାର୍ଯ୍ୟକୁ ନେଇ ଦୀର୍ଘଦିନ ଧରି ଲାଗି ରହିଥିବା ସମସ୍ୟା ଦୂର ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ। ନିବେଶ ଶୁଭ ରହିବ। ବ୍ୟାପାର ଓ ଅଫିସରେ କାର୍ଯ୍ୟ ଆପଣଙ୍କ ମନ ମୁତାବକ ହେବ।

ଏହାସହ ପଢନ୍ତୁ: ଧର୍ମ ମାସ କାର୍ତ୍ତିକର ଶେଷ ପାଞ୍ଚ ଦିନ, ଜାଣନ୍ତୁ ପଞ୍ଚୁକ ମାହାତ୍ମ୍ୟ

ତୁଳା: ଅପ୍ରତ୍ୟାଶିତ ଖର୍ଚ୍ଚ କରିପାରନ୍ତି। ବ୍ୟବସାୟରେ କ୍ଷତି ହେବ। ପାର୍ଟନରଙ୍କ ସହ ମତଭେଦ ହୋଇପାରେ। ଥକା ଅନୁଭବ କରିବେ। ଦୁଃଶ୍ଚିନ୍ତା ଲାଗି ରହିବ।

ବିଛା: ହଠାତ୍‌ କୌଣସି କଥାରେ ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ। ବ୍ୟବସାୟିକ ଯାତାୟାତ ସଫଳ ହେବ। ଅପ୍ରତ୍ୟାଶିତ ଭାବେ ଲାଭ ମିଳିପାରେ। ବ୍ୟବସାୟ ଠିକ୍‌ଠାକ୍‌ ଚାଲିବ। ଜୁଆ, ଲଟେରୀ ଆଦିରେ ଆଦୌ ପଶନ୍ତୁ ନାହିଁ, କ୍ଷତି ହୋଇପାରେ।

ଧନୁ: ନୂଆ ଯୋଜନା କରିବେ। ସାମାଜିକ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିବେ। ଆୟର ସ୍ରୋତ ବଢ଼ିବ। ବ୍ୟବସାୟରେ ଲାଭବାନ୍‌ ହେବେ। ଘରେ ଓ ବାହାରେ ସହଯୋଗ ମିଳିବ।

ମକର: ଅଜ୍ଞାତ ଭୟ ଓ ଚିନ୍ତା ଦେଖାଦେବ। ଯାତ୍ରା ସଫଳ ରହିବ। ଆଖିରେ ଯନ୍ତ୍ରଣା ହୋଇପାରେ। ବକେୟା ଆଦାୟ କରିବାରେ ସଫଳ ହେବେ। ଧନ ଅର୍ଜନ କରିବେ।

କୁମ୍ଭ: ରାଗ ଓ ଉତ୍ତେଜନା ଉପରେ ନିୟନ୍ତ୍ରଣ ରଖନ୍ତୁ। ବିବାଦ ମଧ୍ୟରେ ପଶନ୍ତୁ ନାହିଁ। ପୁରୁଣା ରୋଗ ପୁଣି ଥରେ ଦେଖାଦେଇପାରେ। ସ୍ୱାସ୍ଥ୍ୟରେ ଖର୍ଚ୍ଚ କରିପାରନ୍ତି। ବ୍ୟବସାୟ ଠିକ୍‌ ଚାଲିବ। ବନ୍ଧୁବାନ୍ଧବ ସହଯୋଗର ହାତ ବଢ଼ାଇବେ।

ମୀନ: ପୂଜା ପାଠରେ ମନ ନିବେଶ କରିବେ। ଆତ୍ମଶାନ୍ତି ବଜାୟ ରହିବ। କୋର୍ଟ କଚେରି ମାମଲାରେ ବିଜୟ ଲାଭ କରିବେ। ଅନ୍ୟ କାହା କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like