ହଠାତ୍ ଟ୍ରେନରେ ମଞ୍ଜୁଲିକାକୁ ଦେଖି ଯାତ୍ରୀଙ୍କର ଉଡିଲା ହୋସ୍, ଭିଡିଓ ହେଉଛି ଭାଇରାଲ୍

ସୋସିଆଲ ମିଡିଆରେ କିଏ କେତେ ବେଳେ ଭାଇରଲ ହୋଇଯାଏ, ତାହା କେହି କରିପାରିବେ ନାହିଁ । ଆଉ ଆଜିକାଲି ସୋସିଆଲ ମିଡିଆରେ ଡ୍ୟାନ୍ସ , ଅଭିନୟ, ଷ୍ଟଣ୍ଟ ଭିଡିଓ ବିଶେଷ ଭାବେ ଦେଖିବାକୁ ମିଳୁଛି । ଏହାରି ଭିତରେ ପୁଣି ଏମିତି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଯାହା ନଏଡା ମେଟ୍ରୋ ଟ୍ରେନରେ ଘଟିଛି।

 

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଭିଡିଓଟି ବହୁଳ ଭାବରେ ସେୟାର କରାଯାଉଛି। ବିଶେଷତଃ ଟ୍ୱିଟରରେ। ଭିଡିଓରେ ଦେଖାଯାଇଛି ଜଣେ ଝିଅ ‘ମଞ୍ଜୁଲିକା’ ପରି ପୋଷାକ ପରିଧାନ କରିଛନ୍ତି, ଯେଉଁଥିରେ ଅକ୍ଷୟ କୁମାର ଏବଂ ବିଦ୍ୟା ବାଲାନ ମୁଖ୍ୟ ଭୂମିକାରେ ଅଭିନୟ ଅଭିନୟ କରିଥିଲେ। ଝିଅଟି ଯାତ୍ରୀମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ସିଟ୍ ରେ ଜଣେ ବ୍ଯକ୍ତି ହେଡଫୋନ୍ ଲଗାଇ ଗୀତ ଶୁଣୁଥିବାବେଳେ ଝିଅଟି ତାଙ୍କ ନିକଟକୁ ଯିବା କ୍ଷଣି ବ୍ଯକ୍ତି ଜଣକ ଭୟରେ ସେହି ସ୍ଥାନ ଛାଡି ଦୌଡି ପଳାଉଥିବାର ଦେଖିବାକୁ ମିଳୁଛି।

ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ଝିଅଟି କାହିଁକି ଏପରି ପୋଷାକ ପିନ୍ଧିଥିଲା? ଅନେକ ଟ୍ୱିଟର ବ୍ୟବହାରକାରୀ ମତ ଦେଇଛନ୍ତି ଯେ ଝିଅଟି ମେଟ୍ରୋରେ ବୋଧ ହୁଏ ଏକ ଇନଷ୍ଟାଗ୍ରାମ ରିଲ୍ ତିଆରି କରୁଥିଲେ, ତେଣୁ ସେ ଏହି ଲୋକପ୍ରିୟ ଚରିତ୍ରରେ ଅଭିନୟ କରୁଥିଲେ। ତେବେ ଭିଡିଓଟି ନେଟିଜେନ୍ସଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ଗ୍ରହଣ କରିଛି। ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଝିଅର ଅଭିନୟକୁ ପ୍ରଶଂସା ମଧ୍ଯ କରିଛନ୍ତି।

କେହି କେହି ଦିଲ୍ଲୀ ମେଟ୍ରୋ ରେଳ ନିଗମକୁ ଟ୍ୟାଗ୍ କରିଥିବାବେଳେ କେହି କେହି ନଏଡା ମେଟ୍ରୋ ରେଳ ନିଗମକୁ ଟ୍ୟାଗ କରିଛନ୍ତି। କେହି କେହି ଭିଡିଓକୁ ହାଲୁକା ଭାବେ ଗ୍ରହଣ କରିଛନ୍ତି । ତେବେ ଏହା ଏକମାତ୍ର ଘଟଣା ନୁହେଁ, ଏମିତି ଅନେକ ଥର ଦେଖିବାକୁ ମିଳିଛି , ଯେଉଁଠି କିଛି ଲୋକ ବିଭିନ୍ନ ଚରିତ୍ରରେ ନିଜକୁ ସଜାଇ ଟ୍ରେନରେ ଯାତ୍ରା କରିଥାନ୍ତି।