ପୁରୁଣା ବାଇକ୍ ରେ ନୂଆ ଯୋଗାଡ଼, ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପୁରୁଣା ଗାଡ଼ି । ଯାହା ବର୍ତ୍ତମାନ ଅଦରକାରୀ ହୋଇଯାଇଛି । କିଏ କବାଡ଼ି ଖାନାରେ ବିକ୍ରି କରିଦେଉଛି ତ ପୁଣି କିଏ ସେହି ଗାଡ଼ିକୁ ଆବର୍ଜନାରେ ଫିଙ୍ଗିବାକୁ ମଧ୍ୟ ଟିକିଏ ପଛଘୁଞ୍ଚା ଦେଉନି । ଆପଣମାନେ ଆପଣଙ୍କ ପୁରୁଣା ବାଇକ କବାଡିଆରେ ଦେଇ ଦେଵା ପାଇଁ ସ୍ଥିର କରିଛନ୍ତି କି ! ନା ପୁରୁଣା ହୋଇ ଜଙ୍କ ଧରିଲା ବୋଲି ଫିଙ୍ଗି ଦେଉଛନ୍ତି l ନା ତାକୁ ନିଜ ବାଡ଼ିରେ ପକେଇ ଖତ କରୁଛନ୍ତି l ଏମିତି କଦାପି କରନ୍ତୁ ନାହିଁ … କେବଳ କେନି୍ୟୂଜରେ ଆପଣମାନଙ୍କ ପାଇଁ ଆଣିଛୁ ଗୋଟିଏ ସୁନ୍ଦର ଯୋଗାଡ଼ଟିଏ l
ବର୍ତ୍ତମାନ୍ ସତେ ଯେମିତି ଗୋଟିଏ ଟ୍ରେଣ୍ଡ ପାଲଟିଯାଇଛି ଏହି ଯୋଗାଡ଼ l ପୁରୁଣା ବାଇକକୁ ଯୋଡି ଜାଡି ଏକ ନୂଆ ରୂପ ଦେଇ ନିଜର ବେଉସାକୁ ଆଉ ଟିକେ ସରସ ସୁନ୍ଦର କରିବାରେ ବେଶ ସହାୟକ ହେଉଛି l ଆପଣମାନଙ୍କୁ କିଛି ଦୃଶ୍ୟ ଦେଖାଉଛୁ.. ଯେଉଁ ଦୃଶ୍ୟ ଦେଖିବା ପରେ ଆପଣ ବି ଯଦି ପୁରୁଣା ବାଇକ୍ ଫିଙ୍ଗିବା ପାଇଁ ଭାବୁଥିବେ ତେବେ ଏପରି କରିବା ପୂର୍ବରୁ ଥରେ ନିଶ୍ଚୟ ଭାବିବେ । ଏହି ପୁରୁଣା ବାଇକର ଯୋଗାଡ଼ରେ ଏମାନେ ଜୀବନରେ କେମିତି ପରିବର୍ତ୍ତନ ଆଣିଛି ତାହାହିଁ ସବୁଠାରୁ ଆଶ୍ଚର୍ଯ୍ୟକର କଥା l
ଦିନ ଥିଲା ଏହି ବୁଲା ବ୍ୟବସାୟୀଟି ଯେତେବେଳେ ବେପାର କରିବାକୁ ବାହାରୁ ଥିଲା ସେ ପ୍ରଥମେ ଗୋଟିଏ ଟ୍ରଲିରେ କିଛି ଜିନିଷ ନେଇ ବିକ୍ରି କରୁଥିଲା l ଅଳ୍ପ ଜାଗାକୁ ଯାଇ ପାରୁଥିଲା ସକ୍ଷମ ଅନୁସାରେ ଅଳ୍ପ ଜିନିଷ ନେବାକୁ ପଡୁଥିଲା l ସେ ବି ଅଧିକ ସ୍ଥାନକୁ ଯାଇପାରୁନଥିଲା । କିଛି ଜାଗାକୁ ଯାଇ ସଂଧ୍ୟା ପୂର୍ବରୁ ଘରକୁ ଫେରି ଆସୁଥିଲା l ବେଳେ ବେଳେ ତାକୁ ବିଭିନ୍ନ ସ୍ଥାନରେ ରାତ୍ରୀ ଯାପନ କରିବାକୁ ପଡୁଥିଲା l ଏବେ ଏହି ଯୋଗାଡ଼ ଦେଖାଇଛି ତାଙ୍କୁ ନୂଆ ରାସ୍ତା । ବର୍ତ୍ତମାନ ଆଉ ସେ ଦୁଃଖ କଷ୍ଟ ସମୟ ନାହିଁ l ବହୁତ ଜିନିଷ ଲଦି ନେଇପାରୁଛନ୍ତି ଅନେକ ସ୍ଥାନକୁ ଆରାମରେ ଯାଇ ବେଶ ଦୁଇ ପଇସା ଭଲ ରୋଜଗାର କରି ପାରୁଛନ୍ତି l ଖରାବର୍ଷା ଦାଉରୁ ଏବେ ତାଙ୍କୁ ମିଳୁଛି ଟିକିଏ ଆରାମ୍ । ଆଉ ଟଲି ଟାଣିବାର କଷ୍ଟ ବି ନାହିଁ । ଏହି ଉଠା ଦୋକାନୀ ମାନେ ଅନେକ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ l ଆଜିର ଦିନରେ ଏମାନଙ୍କ ପାଇଁ ଦୋକାନ ଉଠାଇ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଵା ସହଜ ହୋଇ ପାରୁଛି l ଏମାନଙ୍କୁ ହୁଏତ ଏହି ଯୋଗାଡ଼ଟି ପାଇଁ ପ୍ରାଥମିକ ସ୍ଥରରେ କିଛି ଖର୍ଚ୍ଚ କରିବାକୁ ପଡୁଛି ସତ l ହେଲେ ଜୀବନ ଜୀବିକା ଏମାନଙ୍କର ସୁନ୍ଦର ସୁଗମ ଏବଂ ଉତ୍ତମ ରୋଜଗାରକ୍ଷମ ହୋଇ ପାରୁଛି l