କବର ପାହାଡ଼! ଏମିତି ଏକ ପାହାଡ଼, ଯାହା ତିଆରି ହୋଇଛି କେବଳ କବରରେ, ଜାଣନ୍ତୁ କେବେ ଆରମ୍ଭ ହୋଇଥିଲା ପ୍ରକ୍ରିୟା

ଆଜି ପର୍ଯ୍ୟନ୍ତ ଆପଣ ଅନେକ ପାହାଡ଼ ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପାହାଡ଼ ବିଷୟରେ କହିବାକୁ ଯାଉଛୁ, ଯାହାକି କବରରେ ତିଆରି ହୋଇଛି। ହଂକଂର ପଶ୍ଚିମ ଅଞ୍ଚଳରେ ପୋଖ ଫୁ ଲାମ ନାମକ ଏକ ଜାଗା ଅଛି, ଯେଉଁଠି ଏହି ପାହାଡ଼ ଆପଣ ଦେଖିବାକୁ ପାଇପାରିବେ।
ହଜାର ହଜାର କବର ମିଶି ଏହି ପାହାଡ଼ ତିଆରି ହୋଇଛି। ଏହି ପାହାଡ଼ ଉପରେ ଅନେକ ମୃତଦେହକୁ ପୋତା ଯାଇଛି। ଏଠି ଗୋଟିଏ କବରରୁ ଆଉ ଏକ କବର ପାଖକୁ ପହଞ୍ଚିବାକୁ ହେଲେ ଲୋକଙ୍କୁ ସିଡ଼ି ବ୍ୟବହାର କରିବାକୁ ପଡ଼ିଥାଏ। ଏହି ସ୍ଥାନକୁ ୧୮୮୨ ମସିହାରେ ତିଆରି କରାଯାଇଥିଲା। ସେବେଠାରୁ ଏଠାରେ ମୃତଦେହଗୁଡ଼ିକୁ ପୋତା ଚାଲିଛି।
ଏହାକୁ ପୂର୍ବେ ‘ଚାଇନିଜ କ୍ରିଶ୍ଚିନ ସିମିଟ୍ରି’ କୁହାଯାଉଥିଲା। ଯେବେଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି, ସେବେଠାରୁ ଏ ପର୍ଯ୍ୟନ୍ତ ଏହା ଚାଲିଛି। ଲୋକେ ଆଜି ବି ଏହି ଜାଗାରେ ମୃତଦେହ ପୋତୁଛନ୍ତି ଏବଂ କବରର ପାହାଡ଼ ବଢ଼ିବାରେ ଲାଗିଛି।