ଭଗବାନ ବିଷ୍ଣୁଙ୍କ ପ୍ରିୟ ମାସ ମାର୍ଗଶୀର, ଏହି ମାସରେ ଶଙ୍ଖ ପୂଜା କରିବାର ରହିଛି ବିଶେଷ ମହତ୍ତ୍ୱ

ହିନ୍ଦୁ ଧର୍ମରେ ୧୨ ମାସର ଅଲଗା ଅଲଗା ମହତ୍ତ୍ୱ ରହିଥାଏ। ଏହି ମାସ ଅଲଗା ଅଲଗା ଦେବଦେବୀଙ୍କୁ ସମର୍ପିତ ରହିଥାଏ। ସେହି ଅନୁସାରେ ହିଁ ଭଗବାନଙ୍କ ପୂଜା ଏବଂ ଆରାଧନା କଲେ ଭଗବାନ ଜଲଦି ପ୍ରସନ୍ନ ହୁଅନ୍ତି। କାର୍ତ୍ତିକ ମାସ ସରିବା ପରେ ମାର୍ଗଶିର ମାସ ଚାଲିଲାଣି। ଏହି ମାସ ଭଗବାନ ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ ମାସ। ଏହି ମାସରେ ଶଙ୍ଖ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଥାଏ।

ଏହି ମାସରେ ସାମାନ୍ୟ ଶଙ୍ଖକୁ ଭଗବାନ ଶ୍ରୀକୃଷ୍ଣଙ୍କ ପାଞ୍ଚଜନ୍ୟ ଶଙ୍ଖ ମାନି ପୂଜା କରିବା ଦ୍ୱାରା ଭଗବାନ ବହୁତ ପ୍ରସନ୍ନ ହୁଅନ୍ତି ଏବଂ ପ୍ରଭୁ ଭକ୍ତର ସମସ୍ତ ଇଚ୍ଛା ପୂରଣ କରନ୍ତି। ମାନ୍ୟତା ଅନୁଯାୟୀ, ସମୁଦ୍ର ମନ୍ଥନ ସମୟରେ ଶଙ୍ଖ ପ୍ରକଟ ହୋଇଥିଲା। ପୁରାଣ ମୁତାବକ, ମା’ ଲକ୍ଷ୍ମୀ ସମୁଦ୍ର ପୁତ୍ରୀ ହୋଇଥିବାରୁ ଲକ୍ଷ୍ମୀ ଏବଂ ଶଙ୍ଖ ଭାଇ ଭଉଣୀ ବୋଲି କୁହାଯାଏ। ଏଥିପାଇଁ ଶଙ୍ଖ ପୂଜା କଲେ ମା’ ଲକ୍ଷ୍ମୀଙ୍କ କୃପା ମିଳିଥାଏ। ତେଣୁ ଲକ୍ଷ୍ମୀ ପୂଜାରେ ଶଙ୍ଖ ମଧ୍ୟ ବହୁତ ଶୁଭ ବୋଲି କୁହାଯାଏ। ଏହାସହିତ ଆରତୀ କରିବା ପରେ ଭକ୍ତଙ୍କ ଉପରେ ଶଙ୍ଖ ଜଳ ସିଞ୍ଚନ କରାଯାଏ।

conch

ଏହି ମାସ ସରିବାକୁ ଆଉ ୨୫ ଦିନ ବାକି ରହିଛି। ତେବେ ଆପଣ ଏହି ୨୫ ଦିନ ମଧ୍ୟରେ ଶଙ୍ଖରେ ଏହି ଉପାୟ କରିବା ଦ୍ୱାରା ଅର୍ଥ ଅଭାବ ରହିବ ନାହିଁ।

– ଦକ୍ଷିଣାବର୍ତ୍ତୀ ହୋଇ ଶଙ୍ଖରେ କ୍ଷୀର ଭରି ସେଥିରେ ଭଗବାନ ବିଷ୍ଣୁଙ୍କ ଅଭିଷେକ କରନ୍ତୁ। ଏହାଦ୍ୱାରା ନାରାୟଣଙ୍କ କୃପାରୁ ଖୁବ୍‌ ଧନ ଲାଭ ହେବ।

– ଏହି ମାସରେ ମୋତି ଶଙ୍ଖରେ ଅରୁଆ ଚାଉଳ ଭରି ତାହାକୁ ଏକ ରୁମାଲରେ ବାନ୍ଧି ଆଲମାରୀରେ ରଖିଦିଅନ୍ତୁ। କିଛି ଦିନରେ ଅର୍ଥ ଲାଭ ହେବ।

– ବିଷ୍ଣୁ ମନ୍ଦିରରେ ଶଙ୍ଖକୁ ଦାନ କରନ୍ତୁ, ସବୁ ଅର୍ଥ ସମସ୍ୟା ଦୂର ହେବ।

– ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏହି ମାସରେ ଦକ୍ଷିଣାବର୍ତ୍ତୀ ଶଙ୍ଖରେ ଗଙ୍ଗାଜଳ ରଖି ଅଭିଷେକ କରନ୍ତୁ। ମା’ ଲକ୍ଷ୍ମୀଙ୍କ କୃପା ମିଳିବ।

– ଶଙ୍ଖକୁ ବିଧିବିଧାନରେ ସ୍ଥାପନା କରିବା ପାଇଁ ମାର୍ଗଶୀର ମାସ ହିଁ ବହୁତ ଶୁଭ।

– ଯଦି ଧନବାନ ହେବାରେ ଶୁକ୍ର ଦୋଷ ସମସ୍ୟା ଆଣୁଥାଏ, ତେବେ ଏକ ଧଳା କପଡାରେ ଶଙ୍ଖ, ଚାଉଳ ଏବଂ ପାଉଁଶ ଭରି ନଦୀରେ ଭସାଇ ଦିଅନ୍ତୁ। ଜଲଦି ଏହାର ଲାଭ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.