ଆଧାରକାର୍ଡ ଭଳି ତିଆରି ହୋଇଛି ବିବାହ ପତ୍ର, ସୋସିଆଲ ମିଡିଆରେ ଭାଇରାଲ
ସାଧାରଣତଃ ବିବାହ ଉତ୍ସବରେ ଅତି ସାଧାରଣ ଭାବେ ବିବାହ କାର୍ଡ ଛପା ଯାଇଥାଏ । ଯେଉଁଥିରେ ଭଗବାନଙ୍କ ଫୋଟ ସହ ବିବାହ ସମ୍ପର୍କରେ କିଛି ତଥ୍ୟ କାର୍ଡରେ ସୁଚନା ଦିଆଯାଇଥାଏ । ବର୍ତମାନ ସମୟ ବଦଳି ଯାଇଛି । ସେହି ଅନୁସାରେ ଲୋକଙ୍କ ଚିନ୍ତାଧାରାର ପରିବର୍ତନ ଘଟୁଛି । ଯାହା ଫଳରେ ଭଳିକି ଭଳି ମନ ମୁତାବକ କାର୍ଡ ପ୍ରସ୍ତୁତ କରାଯାଉଛି । ଏହାରି ଭିତରେ ଏକ ବିବାହ କାର୍ଡ ଭାଇରାଲ ହେବାରେ ଲାଗିଛି । ଯାହା ଦେଖିବାକୁ ଠିକ ଆଧାରକାର୍ଡ ପରି ।
ଏହି କାର୍ଡଟି ଯେତେ ଲୋକଙ୍କ ଘରକୁ ଯାଇଛି ସେମାନେ ଯେତେବେଳେ ଏହି କାର୍ଡ ଟିକୁ ଦେଖିଥିବେ ନିଶ୍ଚୟ ଭାବିଥିବେ ଏହା ସେମାନଙ୍କର ନୁଆ ଆଧାରକାର୍ଡ ବୋଧେ ଘରକୁ ଆସିଛି । ଯିଏ ହେଲେ ମଧ୍ୟ ଏହି କାର୍ଡକୁ ଦେଖି ପ୍ରକୁତ କଥା କଣ ତାହା ବୁଝିବାକୁ ନିଶ୍ଚୟ ୫ ମିନିଟ ଲାଗିଯିବ । ଟୁଇଟର ୟୁଜର ଡିକେ ସରଦାନା ଏହି ନିମନ୍ତ୍ରଣ ପତ୍ରରେ ଏକ ଫୋଟ ପୋଷ୍ଟ କରିଛନ୍ତି । ଯଦି ଆପଣ ଏହି କାର୍ଡକୁ ଦେଖିବେ ତାହାହେଲେ ଆପଣଙ୍କୁ ଏହା ଏକ ଆଧାରକାର୍ଡ ଭଳି ନିଶ୍ଚୟ ଅନୁଭବ ହେବ ।
ଏହାକୁ ନିଖୁଣ ଭାବରେ ଦେଖିଲେ ଆପଣ ଏହାର ସତ ଜାଣି ପାରିବେ । ଆଜିକାଲି ବିବାହ କାର୍ଡ ଗୁଡିକୁ ବିଭିନ୍ନ ପ୍ରକାର ତିଆରି କରାଯାଇ ପାରୁଛି । କିଛି ଦିନ ପୁର୍ବରୁ ଆମେ ଆପଣଙ୍କୁ ଏଭଳି କିଛି ବିଚିତ୍ର କାର୍ଡ ଦେଖାଉଛୁ ଯାହାକି ଏକ ଲାପଟପ ଭଳି ହୋଇଥିଲା । ଏହି କାର୍ଡ ଏପଲ ମାର୍କ ବୁକ ପ୍ରୋ ଭଳି କମ୍ପାନୀ ଏହାକୁ ଡିଜାଇନ କରିଥିଲେ ।
ପୁଣିଥରେ ଏହି ଭଳି ଏକ ବିଚିତ୍ର ଧରଣର କାର୍ଡ ଭାଇରାଲ ହୋଇଥିଲା । ଯାହାକି ଆଧାରକାର୍ଡ ଭଳି ହୋଇଥିଲା । କାର୍ଡ ଉପରେ ଶୁଭ ବିବାହ ଲେଖା ଯାଇଥିଲା । ତଳେ ବର,କନ୍ୟା ଓ ପରିବାର ଲୋକଙ୍କ ନାମ ଲେଖା ଯାଇଥିଲା । ବରର ନାମ ଥିଲା ପ୍ରହଲ୍ଲାଦ ଓ କନ୍ୟାର ନାମ ବର୍ଷା ଥିଲା । ଦୁହେଁ ମଧ୍ୟ ପ୍ରଦେଶର ପିପାରିୟା ଗାଁର ବାସିନ୍ଦା ଥିଲେ । ଆଧାରକାର୍ଡ ନମ୍ବର ସ୍ଥାନରେ ସେମାନଙ୍କ ବିବାହ ତାରିଖ ଲେଖାଯାଇଥିଲା ।
ସେମାନଙ୍କ ବିବାହ ତାରିଖ ୨୨ ଜୁନ ୨୦୧୭ ଥିଲା । ତଳେ ସେମାନଙ୍କ ଫୋଟ ଦିଆଯାଇଥିଲା । ଏହି ନିମନ୍ତ୍ରଣ ପତ୍ରରେ କ୍ୟୁ.ଆର କୋଡ୍ ଏବଂ ବାର କୋଡ୍ ମଧ୍ୟ ରହିଛି । ଆଜିକାଲି ବିବାହ କାର୍ଡରେ ଏଭଳି ଏକ୍ସପେରିମେଣ୍ଟ କରିବା ଅତି ସାଧାରଣ କଥା ହୋଇ ଗଲାଣି । ବହୁତ ଥର ଦେଖାଯାଇଛି କି କୌଣସି ରାଜନୈତିକ ଦଳକୁ ବାହାଘର କାର୍ଡ ଦିଆଯାଉଥିବା ହେତୁ ଏହାକୁ ଅଧିକ ଆକର୍ଷଣ କରାଯାଇଛି ।
ଏହି କାର୍ଡ ଟି ପୁରୁଣା ଅଟେ । ଏହି ଭଳି ବିଚିତ୍ର କାର୍ଡକୁ ଲେକେ ଭିନ୍ନ ଭିନ୍ନ ଆକାଉଣ୍ଟରେ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ଦେଖିବାକୁ ମିଳିଥାଏ । ଏହା କାର୍ଡଟି ପୁରୁଣା ହୋଇଥିଲେ ମଧ୍ୟ ବିବାହ ରୁତୁରେ ଏହା ଭାଇରାଲ ହୋଇଥାଏ ।