କେମିତି ହୋଇଥିଲା ଇନ୍ଦିରା ଓ ଫିରୋଜଙ୍କ ବିବାହ, ଜାଣିବେ ଆସନ୍ତୁ

ଗାନ୍ଧୀ ପରିବାରର ଦେଶ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ ଭୂମିକା ରହିଆସିଛି ।ଏହି ପରିବାରର ସଦସ୍ୟ ସବୁ ସମୟରେ ଚର୍ଚ୍ଚାର ପରିସରରେ ରହିଥାନ୍ତି। ସେ ଦେଶ ରାଜନୀତି ପାଇଁ ହେଉ ବା ନିଜ ବ୍ୟକ୍ତିଗତ ଜୀବନ ପାଇଁ ହେଉ। ତେଣୁ ସେହି ପରିବାରର ପ୍ରତିଟି ସଦସ୍ୟ ଭାରତର ସାଧାରଣ ଜନ ସାଧାରଣଙ୍କ ମଧ୍ୟରେ ବେଶ ପରିଚିତ । ଗାନ୍ଧୀ ପରିବାରର ଆଉ ଜଣେ ପରିଚିତ ବ୍ୟକ୍ତି ହେଉଛନ୍ତି ହେଉଛନ୍ତି ଫିରୋଜ ଗାନ୍ଧୀ । ଯିଏ କି ଭାରତର ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ ତଥା ଜବାହର ଲାଲ ନେହେରୁଙ୍କ ଝିଅ ଇନ୍ଦିରା ଗାନ୍ଧୀଙ୍କୁ ବିବାହ କରିଥିଲେ ।

ଫିରୋଜ ଗାନ୍ଧୀଙ୍କ ବାଲ୍ୟଜୀବନ:

ଫିରୋଜ ଗାନ୍ଧୀଙ୍କ ଜନ୍ମ ୧୯୧୨ ମସିହା ସେପ୍ଟେମ୍ବର ମାସ ୧୨ ତାରିଖରେ ହୋଇଥିଲା । ମୁମ୍ବାଇର ଏକ ପାର୍ସି ପରିବାରରେ ହିଁ ସେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ମାତାଙ୍କ ନାମ ରତିବାଇ ଓ ପିତାଙ୍କ ନାମ ଜାହାଙ୍ଗୀର ଥିଲା। ତାଙ୍କ ପିତା ବୃତିରେ ଜଣେ ସୁନାମଧନ୍ୟ ଇଂଜିନିୟର ଥିଲେ । ନିଜ ୫ ଭାଇଭଉଣୀଙ୍କ ଭିତରେ ଫିରୋଜ ସବୁଠାରୁ ସାନ ଥିଲେ । କିନ୍ତୁ ଫିରୋଜଙ୍କ ପୈତୃକ ଘର ଦକ୍ଷିଣ ଗୁଜୁରାଟର କୋଟପରିବଡ଼ରେ ଥିଲା।
ମୁମ୍ବାଇରେ ଜନ୍ମ ହୋଇଥିଲେ ମଧ୍ୟ ଫିରୋଜଙ୍କ ଶିକ୍ଷା ଦୀକ୍ଷା କିନ୍ତୁ ଆଲ୍ହାବାଦରେ ହୋଇଥିଲା । ୧୯୨୦ ମସିହାରେ ନିଜ ପିତାଙ୍କ ମୃତ୍ୟୁ ପରେ ହିଁ ନିଜ ମାଙ୍କ ସହ ସେ ଏଠାକୁ ପଲେଇ ଆସିଥିଲେ । ଆଲ୍ହାବାଦ୍ ସ୍ଥିତ ବିଦ୍ୟା ମନ୍ଦିରରୁ ସ୍କୁଲ ଶିକ୍ଷା ଶେଷ କରିବା ପରେ ‘ଇବିଙ୍ଗ କ୍ରିଷ୍ଟିଆନ କଲେଜ’ ରୁ ସ୍ନାତକ ଶିକ୍ଷା ଶେଷ କରିଥିଲେ । ପରେ ସେ ଏକା ଧାରାରେ ଜଣେ ରାଜନେତା, ପ୍ରତିଷ୍ଠିତ ସାମ୍ବାଦିକ, ଲୋକସଭାର ସଦସ୍ୟ ହୋଇଥିଲେ ।
ଇନ୍ଦିରା ଗାନ୍ଧୀଙ୍କ ପିତା ଜମା ଚାହୁଁନଥିଲେ କି ଇନ୍ଦିରାଙ୍କ ବିବାହ ଅନ୍ୟ କୌଣସି ଧର୍ମରେ ହେଉ । କିନ୍ତୁ ଇନ୍ଦିରା ଜିଦ କରି ଫିରୋଜଙ୍କ ସହ ପ୍ରେମ ବିବାହ କରିଥିଲେ । ଦୁଇ ଜଣଙ୍କ ପ୍ରେମ ସମ୍ପର୍କ ସେତେବେଳେ ବହୁ ଚର୍ଚ୍ଚାର ପରିସରକୁ ଆସିଥିଲା ।

ଏହା ସହ ପଢନ୍ତୁ: ଦୀର୍ଘ ୨୦ ବର୍ଷ ପରେ ପରେ ଆମେରିକାରେ ମିଳିଲେ ଭାରତୀୟ ଯୁବକ

କେମିତି ହୋଇଥିଲା ଇନ୍ଦିରା ଓ ଫିରୋଜଙ୍କ ଭେଟ:

ପ୍ରକୃତରେ ୧୯୩୦ ମସିହାରେ ଇନ୍ଦିରାଙ୍କ ମା କମଳା ନେହେରୁ ଦେଶ ସ୍ୱାଧୀନତା ଆନ୍ଦୋଳନ ଜନିତ ଏକ ଏକ ଧାରଣାରେ ବସିଥିଲେ। ଅସୁସ୍ଥତା କାରଣରୁ ସେ ସେହିଠାରେ ବେହୋସ ହୋଇ ଯାଇଥିଲେ । ଠିକ ସେହି ସମୟରେ ସେଠାରେ ଉପସ୍ଥିତ ଥିଲେ ଫିରୋଜ ଗାନ୍ଧୀ । ସେ ହିଁ କମଳାଙ୍କୁ ସଂଗେ ସଂଗେ ହସ୍ପିଟାଲକୁ ନେବା ସହ ତାଙ୍କର ବହୁ ଦେଖାଶୁଣା ମଧ୍ୟ କରିଥିଲେ । ଏହା ପରେ ଫିରୋଜ ପ୍ରାୟ ସମୟରେ ଇନ୍ଦିରାଙ୍କ ଘରକୁ ଯିବା ଆସିବା କରୁଥିଲେ । ଏଇଥିରୁ ହିଁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଦୁଇ ଜଣ ବିବାହ ମଧ୍ୟ କରିଥିଲେ।

ଫିରୋଜ ଓ ଇନ୍ଦିରାଙ୍କ ବିବାହ ୧୯୪୨ ମସିହାରେ ହିଁ ହୋଇଥିଲା । ପ୍ରଥମେ ଜବାହର ଏହି ବିବାହ ପାଇଁ ରାଜି ନଥିଲେ ମଧ୍ୟ ପରେ ମହାତ୍ମା ଗାନ୍ଧୀଙ୍କ କଥାରେ ରାଜି ହୋଇଯାଇଥିଲେ । ଖାଲି ଏତିକି ନୁହେଁ ମହାତ୍ମା ଗାନ୍ଧୀ ତାଙ୍କୁ ନିଜର ସାଙ୍ଗିଆ ଦେଇଥିଲେ । ତେଣୁ ପରେ ତାଙ୍କ ନାମ ଫିରୋଜ ଗାନ୍ଧୀରେ ପରିଣତ ହୋଇଥିଲା । ଭାରତ ଛଡା ଆନ୍ଦୋଳନ ସମୟରେ ଦୁଇ ଜଣ ଏକ ସାଙ୍ଗରେ ଜେଲ ମଧ୍ୟ ଯାଇଥିଲେ।୧୯୪୯ ମସିହାରେ ହିଁ ଇନ୍ଦିରା ଓ ଫିରୋଜ ଙ୍କର ୨ଟି ପୁତ୍ର ହୋଇଥିଲେ ସେମାନଙ୍କ ନାମ ରଖାଯାଇଥିଲା ଥିଲା ରାଜୀଭ ଗାନ୍ଧୀ ଓ ସଞ୍ଜୟ ଗାନ୍ଧୀ । ପୁଅ ହେବା ପରେ ପାରିବାରିକ କଳହ କାରଣରୁ ଇନ୍ଦିରା ନିଜ ବାପଘରକୁ ଚାଲିଯାଇଥିଲେ । ଏହା ପରେ ହିଁ ଫିରୋଜ, ନେହେରୁ ସରକାର ବିରୋଧରେ ଆନ୍ଦୋଳନ ଆରମ୍ଭ କରିଦେଇଥିଲେ ଓ ବହୁ ବଡ ବଡ ଦୁର୍ନୀତିର ପର୍ଦାଫାଶ ମଧ୍ୟ କରିଥିଲେ । ପରେ ଫିରୋଜଙ୍କ ଦେହ ଖରାପ ଖବର ଶୁଣି ଇନ୍ଦିରା ଫିରୋଜଙ୍କ ପାଖକୁ ଚାଲିଆସିଥିଲେ ଓ ଶେଷ ପର୍ଯ୍ୟନ୍ତ ତାଙ୍କ ସହ ଥିଲେ । ଶେଷରେ ୧୯୬୦ ମସିହାରେ ଏକ ହୃଦଘାତରେ ହିଁ ଫିରୋଜଙ୍କର ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.