ବିବାହ ବେଦୀରେ ଟ୍ୱିଷ୍ଟ : ବର ଠାରୁ ବରଣମାଳା ଛଡ଼ାଇ ପ୍ରେମିକାକୁ ପିନ୍ଧାଇଲା ପ୍ରେମିକ, ମଥାରେ ଲଗାଇଲା ସିନ୍ଦୁର

ନୂଆଦିଲ୍ଲୀ : ବିହାରର ରାଜଧାନୀ ପାଟଣାର ଏରଇ ଗାଁରେ ବିବାହ ସମୟରେ ଅଭାବନୀୟ ଦେଖିବାକୁ ମିଳିଛି। ଏଠାରେ ବରଣମାଳା ସମୟରେ ଜଣେ ପ୍ରେମିକ ଉନ୍ମକ୍ତ କାଣ୍ଡ କରିଛି । ସେ ବର ହାତରୁ ବରଣମାଳା ଛଡ଼ାଇ ଆଣି ପ୍ରେମିକା ବେକରେ ପିନ୍ଧାଇ ଦେଇଛି । କେବଳ ସେତିକି ନୁହେଁ ପ୍ରେମିକାର ମଥାରେ ସିନ୍ଦୁର ବି ଲଗାଇଦେଇଛି । ଏହି ଘଟଣା ବିବାହ ମଣ୍ଡପରେ ଥିବା ଲୋକଙ୍କୁ ବିସ୍ମିତ କରିଦେଇଛି । ଉପସ୍ଥିତ ଲୋକେ ପ୍ରେମିକକୁ ଧରି ନିସ୍ତୁକ ମାଡ଼ ମାରିଛନ୍ତି ।

ତେବେ ଏହି ସମୟରେ ପ୍ରେମିକା ନିଜ ପ୍ରେମିକକୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିଥିଲା କିନ୍ତୁ ଉପସ୍ଥିତ ଲୋକ ମାନ ଶୁଣିନଥିଲେ। ପରେ ସ୍ଥାନୀୟ ଲୋକମାନେ ଯୁବକକୁ ପୋଲିସକୁ ହସ୍ତାନ୍ତର କରିଥିଲେ। ତା’ପରେ ମାମଲା ଶାନ୍ତ ହୋଇଥିଲା। ଏହି ସମୟରେ ବରଯାତ୍ରୀମାନେ ବିନା ବିବାହରେ ଫେରି ଆସିଥିଲେ । ଏହି ଘଟଣା ପରେ ବର ଏହି ବିବାହକୁ ସଂପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି। ସେ କହିଛନ୍ତି ଯେ ଯେତେବେଳେ କନ୍ୟା ଜଣକ ଅନ୍ୟ କାହା ସହିତ ଜଡିତ, ତେବେ ସେ କିପରି ଏହି ବିବାହ କରିପାରିବେ?

କୁହାଯାଇଛି ଯେ ନୱାଦା ଜିଲ୍ଲା ଜୱାହର ନଗର ନିବାସୀ ଦିବାକର ପାଣ୍ଡେଙ୍କ ପୁଅ ଅକ୍ଷୟ କୁମାରଙ୍କ ସହ ଯୁବତୀଙ୍କର ବିବାହ ନିର୍ଦ୍ଧାରିତ ହୋଇଥିଲା । ଏହି ଶୋଭାଯାତ୍ରାରେ ବ୍ୟାଣ୍ଡ ବାଜା ସହିତ ବରଯାତ୍ରୀ ପହଞ୍ଚିଥିଲେ ଏରଇ ଗାଁରେ। ରାତି ପ୍ରାୟ ୧୧:୧୨ ସମୟରେ ବରଣମାଳା ପାଇଁ ପ୍ରସ୍ତୁତି ଚାଲିଥିଲା। ଏହି ସମୟରେ କନ୍ୟା ସାଜିଥିବା ପ୍ରେମିକା ଡାକିଥିବାରୁ ପ୍ରେମିକ ତଥା ଖଗଡ଼ିଆ ନିବାସୀ ଅମିତ କୁମାର ଷ୍ଟେଜକୁ ଆସିଥିଲା । ଏହା ପରେ ସେ ବର ଠାରୁ ବରଣମାଳା ବଳପୂର୍ବକ ଛଡ଼ାଇ ପ୍ରେମିକାର ଗଳାରେ ପକାଇ ଦେଇଥିଲା । ତେବେ ଶାହାଜାହାନପୁର ପୋଲିସ ଷ୍ଟେସନରେ ଯୁବତୀଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ଏଭଳି ପରିସ୍ଥିତିରେ ଅଭିଯୁକ୍ତ ଅମିତ କୁମାରଙ୍କୁ ପୋଲିସ ମୁକ୍ତ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.