ବର ଚୋରକୁ କନ୍ୟା ଚୋରଣୀ, ଷ୍ଟେଜ ଉପରୁ କଲେ ଟଙ୍କା ଚୋରି

ଆଜିକାଲି କପଲଙ୍କ କଥା କଣ ବା କହିବ । ବାହାଘର ପାଇଁ ଯେମିତି ପାଗଳ । କଣ ହଟକେ କଲେ ଖାସ ହେବ ମ୍ୟାରେଜ ମେମୋରୀ । ବାହାଘର ଏକ ଏଭଳି ମୋମେଣ୍ଟ ଯେଉଁଠି ଖାଲି କପଲ ନୁହେଁ ପରିବାର ସମ୍ପର୍କୀୟ ବି ଥାନ୍ତି ଖୁସ । ଆଉ ମଜାକ ମସ୍ତିବି ସେଭଳି କ୍ୟାପଚର କଲାଭଳି । ସେମିତି ଏକ ମୋମେଣ୍ଟ ଏବେ ସୋସିଆଲ ମିଡିଆରେ ଭେରି ହାଇଲାଇଟ । ଏଠିବି ସମାନ ଢଙ୍ଗରେ ଷ୍ଟେଜରେ ଗେଷ୍ଟଙ୍କୁ ସାମନା କରି ଛିଡାହୋଇଥିଲେ ମ୍ୟାରେଡ କପଲ । ହେଲେ ଏଠି ଏମିତି କିଛି ମୋମେଣ୍ଟ କ୍ୟାପଚର ହୋଇଛି ଯାହାକୁ ଦେଖିଲେ ଆପଣ ହସିବାକୁ ଲାଗିଯିବେ । ଆଉ କହିବେ । ମାନିବାକୁ ପଡିବ ଏ ଦୁହିଁଙ୍କୁ । ଯୋଡି ହୋ ତୋ ଏସେ । ତୁ ଭି ଚୋର ଅର ମେ ଭି ।

ଷ୍ଟେଜ ଉପରେ କନ୍ୟା ଅତିଥୀଙ୍କ ସହ କଥା ହେଉଥିଲେ କିନ୍ତୁ ବର ଖାଲି ତଳକୁ ବାରମ୍ବାର ଚାହିଁବାରେ ଲାଗିଥିଲେ । ହେଲେ କାହିଁକି । ବରର ନଜର ତ କନ୍ୟା ଉପରୁ ହଟିବା କଥା ନୁହେଁ ହେଲେ ତଳେ ପଡିଥିବା ୨୦୦୦ଟଙ୍କିଆ ନୋଟ ବରକୁ ପାଗଳ କରୁଥିଲା । ଆଉ ଫଟସେ ବରଦାସ୍ତ ନକରି ପାରି ତଳୁ ଉଠାଇ ଝଟସେ ପକେଟରେ ପୁରାଇଦେଲେ ବର ଆମର । ଆଉ ଚୁପସେ ହସିବାକୁ ଲାଗିଲେ କିଛି ନହୋଇଥିବା ପରି । ହେଲେ ଆଉ ଗୋଟେ କଥା ଶୁଣିଲେ ଆପଣ ବି ହସିବାକୁ ଲାଗିବେ ଯେ କନ୍ୟା ପୂର୍ବରୁ ହିଁ କାମ କରିସାରିଥିଲେ । ସେ ଧରି ରଖିଥିବା ନୋଟ ଥମାଇଦେଲେ ବରଙ୍କ ହାତରେ ଆଉ ସେ ବି ହସିବାକୁ ଲାଗିଲେ ତାଙ୍କ ପାର୍ଟନରଙ୍କୁ ଦେଖି । ପୂର୍ବରୁ ମଧ୍ୟ ଏହି କପଲଙ୍କ ଭିଡିଓ ଭାଇରାଲ ହୋଇଛି । କିନ୍ତୁ ବଡକଥା ଯଦି ଏପରି ଭିଡିଓ ହସାଉଛି ତେବେ ଅସୁବିଧା କଣ । ଲାଗୁଛି ଯେମିତି ହସିବା ଆଉ ଭାଇରାଲ ହେବାକୁ ବନାଯାଇଛି ଏହାକୁ ।

Leave A Reply

Your email address will not be published.