ପୃଥିବୀର ଅତି ନିକଟତର ହେଲାଣି ମଙ୍ଗଳ ଗ୍ରହ, ୬ ଅକ୍ଟୋବରରେ ଘଟିବ ଏହି ରୋମାଞ୍ଚକ ଘଟଣା !

ମହାକାଶ ବିଷୟରେ ଶୁଣିବାକୁ ଇଛୁକ ଥିବା ବ୍ୟକ୍ତିଙ୍କ ପାଇଁ ଏକ ରୋଚକ ଖବର। ମଙ୍ଗଳ ଗ୍ରହ ଏବେ ପୃଥିବୀର ଅତି ନିକଟକୁ ଆସିଯାଇଛି। ଯଦି ରାତି ବେଳା ଆପଣ ଆକାଶକୁ ଧ୍ୟାନର ସହ ଦେଖିବେ, ତେବେ ଲାଲ ରଙ୍ଗର ଏକ ଗ୍ରହ ଚକମକ କରୁଥିବାର ସ୍ପଷ୍ଟ ଦେଖାଯିବ। ଏହି ଲାଲ ଗ୍ରହ ହେଉଛି ମଙ୍ଗଳ। ଚଳିତ ଶତାବ୍ଦୀରେ ମଙ୍ଗଳ ତୃତୀୟ ଥର ପାଇଁ ପୃଥିବୀ ନିକଟତର ହୋଇଛି।

bbx

ଆସନ୍ତା ୬ ଅକ୍ଟୋବରରେ ବହୁତ ରୋମାଞ୍ଚକର ଘଟଣା ଘଟିବ, ଏହିଦିନ ମଙ୍ଗଳ ପୃଥିବୀର ସବୁଠାରୁ ଅଧିକ ନିକଟରେ ଥିବ। ଉତ୍ତରାଖଣ୍ଡସ୍ଥିତ Aryabhatta Observational Science Research Institute (ARIES)ର ବୈଜ୍ଞାନିକ ଡ. ଶଶୀଭୂଷଣ ପାଣ୍ଡେ କହିଛନ୍ତି, ୨୦୦୩ରେ ଲାଲ ଗ୍ରହ ୬୦ ହଜାର ବର୍ଷ ପରେ ପୃଥିବୀର ସବୁଠାରୁ ନିକଟତର ହୋଇଥିଲା। ଏହାପରେ ୨୦୧୮ରେ ଏହା ପୃଥିବୀ ପାଖକୁ ଆସିଥିଲା। ବର୍ତ୍ତମାନ ଏହା ତୃତୀୟ ଥର ହେବାକୁ ଯାଉଛି।

xc

ମଙ୍ଗଳ ସହ ଜଡ଼ିତ କିଛି ଖାସ କଥା

୧. ମଙ୍ଗଳରେ ଜୀବନର ସମ୍ଭାବନାକୁ ନେଇ ସାରା ବିଶ୍ୱର ମହାକାଶ ଏଜେନ୍ସିଗୁଡିକ ଅଧ୍ୟୟନ କରୁଛନ୍ତି।

୨. ମଙ୍ଗଳ ନିଜ କକ୍ଷରେ ବିଚରଣ କରି ବର୍ତ୍ତମାନ ପୃଥିବୀଠାରୁ ୬.୨ କିମି ଦୂରରେ ଅଛି।

୩. ୬ ଅକ୍ଟୋବରରେ ମଙ୍ଗଳ ପୃଥିବୀର ସର୍ବାଧିକ ନିକଟତର ହେବା ପରେ ଦୂରକୁ ଯିବା ଆରମ୍ଭ କରିବ। ଏହି ସମୟ ମଙ୍ଗଳ ଉପରେ ରିସର୍ଚ୍ଚ କରୁଥିବା ବୈଜ୍ଞାନିକମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ହେବ।

nn

୪. ମଙ୍ଗଳର ଗୋଟିଏ ବର୍ଷ ୬୮୭ ଦିନ ହୋଇଥାଏ।

୫. ମଙ୍ଗଳ ଆକାରରେ ପୃଥିବୀର ପାଖାପାଖି ଅଧା।

୬. ପୃଥିବୀ ଓ ମଙ୍ଗଳ ମଧ୍ୟରେ ଅନେକ ସମାନତା ଦେଖିବାକୁ ମିଳିଥାଏ, ଯେଉଁ କାରଣରୁ ମଙ୍ଗଳରେ ଜୀବନର ସମ୍ଭାବନାକୁ ଜୋର ଦିଆଯାଉଛି।

Leave A Reply

Your email address will not be published.