ମୀନ ରାଶିକୁ ଫେରୁଛନ୍ତି ମଙ୍ଗଳ,ଏହିସବୁ ରାଶି ଉପରେ ପକାଇବ ସୁପ୍ରଭାବ

ଆମ ଦେଶରେ ଜ୍ୟୋତିଷ ଶାସ୍ତ୍ରର ଅନେକ ଭୂମିକା ରହିଛି ଓ ଏହା ଉପରେ ଲୋକଙ୍କ ବିଶ୍ୱାସ ଯୁଗ ଯୁଗ ଧରି ଚାଲିଆସିଛି। ତେବେ ଏହି ଜ୍ୟେତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ମଙ୍ଗଳ ଗ୍ରହ ଅକ୍ଟୋବର ୪ ରବିବାର ଦିନ ମେଷ ରାଶି ଠାରୁ ମୀନ ରାଶିକୁ ଚଳନ କରିବ ଓ ପରେ ମଙ୍ଗଳ ମାର୍ଗ ଦେଇ ମୀନ ଓ ମୀନ ଠାରୁ ପୁଣିଥରେ ମେଶ ରାଶିକୁ ଚଳନ କରିବ। ମଙ୍ଗଳ ଗ୍ରହର ଏହି ଚଳନି ସମସ୍ତ ରାଶି ଉପରେ ବିଶେଷ ପ୍ରଭାବ ପକାଇବ। କିଛି ରାଶିଙ୍କ ବ୍ୟକ୍ତିଙ୍କୁ ଧନ ଲାଭ ହେବା ସହିତ କିଛି ରାଶିର ବ୍ୟକ୍ତିଙ୍କ ଜୀବନରେ ନକରାତ୍ମକ ପ୍ରଭାବ ଦେଖିବାକୁ ମିଳିବ। ଏହା ସହିତ ବ୍ୟବାହିକ ଜୀବନରେ ଭୌତିକ ସୁଖ ସୁବିଧାରେ ସଫଳତା ମଧ୍ୟ ପ୍ରଭାହିତ କରିବ। ତେବେ ଜାଣନ୍ତୁ ମଙ୍ଗଳର ଏହି ଚଳନିରେ ଶୁଭ ପରିଣାମ ମିଳିବାକୁ ଯାଉଥିବା କିଛି ରାଶି ବିଷୟରେ।

ବୃଷ ରାଶି:

ଆପଣଙ୍କ ରାଶିରେ ମଙ୍ଗଳର ଚଳନି ୧୧ତମ ସ୍ଥାନରେ ରହିଥିବାରୁ ଆପଣଙ୍କ ଜୀବନସାଥିଙ୍କର ଉନ୍ନତି ହେବା ସହିତ ଶୁଭ ଖବର ମଧ୍ୟ ମିଳିବ। ପାରିବାରିକ ଜୀବନ ସୁଖଦାୟ ହେବ। ଲଭ ଲାଇଫରେ ସମୟ ବାହାର କରିବା ସହିତ ଜରୁରୀ ପ୍ରସଙ୍ଗରେ ଆଲୋଚନା କରିପାରିବେ। ଏହା ସହିତ ବ୍ୟବସାୟରେ ଆଗକୁ ବଢାଇବାକୁ ଚାହୁଁଥିବା ନୀତିଗୁଡିକ ଲାଭପ୍ରଦ ହେବ।

couple

ମିଥୁନ ରାଶି:

ମଙ୍ଗଳର ଚଳନି ଆପଣଙ୍କ ରାଶିରେ ଦଶମ ସ୍ଥାନରେ ରହିଥିବାରୁ ସମସ୍ତ ସର୍ମ୍ପକରେ ଦୃଢତା ଦେଖାଯିବ। ଏହା ସହିତ ଚାକିରିରେ ମଧ୍ୟ ଶୁଭ ପରିଣାମ ଦେଖାଯିବ। ବହୁତ ଦିନଧରି ଚିନ୍ତିତ ଥିବା ଖର୍ଚ୍ଚ ସମ୍ବଦ୍ଧୀୟ ସମସ୍ୟାର ସମାଧାନ ହେବ। ମାନସିକ ଚାପ କମ୍‌ ହେବା ସହିତ ଜୀବନରେ ଶାନ୍ତି ମିଳିବ। ଛାତ୍ରଙ୍କ ପାଇଁ ସମୟ ଅନୁକୂଳ ରହିବା ସହ ପରିବାରରେ ସକରାତ୍ମକ ବାତାବରଣ ଲାଗିରହିବ।

mangal2

ତୁଳା ରାଶି:

ମଙ୍ଗଳର ଚଳନି ଷଷ୍ଠ ସ୍ଥାନରେ ପ୍ରବେଶ କରିବାକୁ ଯାଉଥିବାରୁ ଜୀବନ ସାଥି ସହିତ ଖୁସିର ସମୟ ଅତିବାହିତ କରିବେ। ବ୍ୟବସାୟ କ୍ଷେତ୍ରରେ ଭଲ ସର୍ମ୍ପକ ଗଢିଉଠିବା ସହିତ ଅନ୍ୟ ସମସ୍ତ ପ୍ରୋଜେକ୍ଟରେ ମଧ୍ୟ କାମ କରିପାରିବେ। ଗାଡି କିଣିବା ଏବଂ ସନ୍ତାନର ବାହାଘର ପ୍ରସ୍ତାବ ପକାଇବା ପାଇଁ ମଧ୍ୟ ଏହା ଅନୁକୂଳ ସମୟ। ଧନଲାଭ ହେବା ସହ ସନ୍ତାନର ମଧ୍ୟ ଉନ୍ନତି ହେବ।

ବୃଷ ରାଶି:

ମଙ୍ଗଳର ଚଳନି ପଞ୍ଚମ ସ୍ଥାନରେ ପ୍ରବେଶ କରିବାକୁ ଯାଇଥିବାରୁ ବ୍ୟବସାୟରେ ସକରାତ୍ମକ ପରିଣାମ ଦେଖିବାକୁ ମିଳିବ। କୌଣସି ସରକାରୀ କର୍ମଚାରୀଙ୍କ ସାହାଯ୍ୟରେ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ। ରାଜନୈତିକ ଲୋକଙ୍କ ପାଇଁ ନୂତନ ଅବସର ପ୍ରାପ୍ତ ହେବ। ବେକାରି ଯୁବକଙ୍କୁ ରୋଜଗାରର ଅବସର ପ୍ରାପ୍ତ ହେବା ସହ ସରକାରୀ ଯୋଜନାର ସମ୍ପୂର୍ଣ୍ଣ ଲାଭ ଉଠାଇ ପାରିବେ।

business

କୁମ୍ଭ ରାଶି:

ଏଠାରେ ମଙ୍ଗଳର ଚଳନି ଦ୍ୱିତୀୟ ସ୍ଥାନରେ ପ୍ରବେଶ କରିବାକୁ ଯାଉଥିବାରୁ ଆପଣଙ୍କୁ ନିଜ ପ୍ରତିଭା ଦେଖାଇବାର ଅବସର ପ୍ରାପ୍ତ ହେବ। କରଜ ସହ ଜଡିତ ସମସ୍ତ ସମସ୍ୟା ଦୁର ହୋଇଯିବ ଏବଂ ଅଧିକ ଧନ ପ୍ରାପ୍ତ ହେବ। ବନ୍ଧୁଙ୍କ ସହିତ ବୁଲିବାକୁ ଯିବେ। ପରିବାର ସହିତ ଖୁସିର ସମୟ ଅତିବାହିତ ହେବା ସହ ମାତାପିତାଙ୍କ ସେବା କରିବାର ଅବସର ପ୍ରାପ୍ତ ହେବ।ଏହା ସହିତ ଆର୍ଥିକ ସ୍ଥରରେ ମଜବୁତ ଅନୁଭୂତ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.