ମଙ୍ଗଳଙ୍କ ଗୋଚର ଗତିରେ ଜାଣନ୍ତୁ କେଉଁ ରାଶି ଉପରେ ପଡ଼ିବ ଶୁଭ ପ୍ରଭାବ

ଧରଣୀ ଗର୍ଭ ସମ୍ଭୂତଂ ବିଦ୍ୟୁତକାଂତି ସମପ୍ରଭମ୍ ।
କୁମାରଂ ଶକ୍ତି ହସ୍ତଂ ତଂ ମଙ୍ଗଳଂ ପ୍ରଣମାମ୍ୟହମ୍ । ।

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳଙ୍କୁ ଉର୍ଜା, ଭୂମି, ଶକ୍ତି, ସାହସ, ପରାକ୍ରମ ସୌର୍ଯ୍ୟ, ପରିବର୍ତ୍ତନ ତଥା ଗତିଶୀଳକୁ ବୁଝାଏ । ମଙ୍ଗଳ ଗ୍ରହଙ୍କ ଶୁଭ ପ୍ରଭାବରେ ବ୍ୟକ୍ତିର ଜୀବନରେ ଅନେକ ଖୁସି ଭରିିଦିଏ । ରୋଗ, ଋଣ, ଶତ୍ରୁ ଆଦିରୁ ଏହା ରକ୍ଷା କରିଥାଏ । କିନ୍ତୁ ଯଦି ମଙ୍ଗଳଙ୍କ ଅଶୁଭ ଦୃଷ୍ଟି ରୁହେ ତେବେ ଏହି ସମୟରେ ଆପଣଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି ହୋଇପାରେ । ମଙ୍ଗଳଙ୍କୁ ଶକ୍ତିର କାରକ ମଧ୍ୟ କୁହାଯାଏ ।

ବର୍ତ୍ତମାନ ମଙ୍ଗଳ ସିଂହ ରାଶିରେ ବିରାଜମାନ ଅଛନ୍ତି । ମଙ୍ଗଳ ସିଂହ ରାଶିରେ ୬ ସେପ୍ଟେମ୍ବର ପର୍ଯ୍ୟନ୍ତ ବିରାଜମାନ ରହିବେ । ତେବେ ଏହି ସମୟରେ କିଛି ରାଶିଙ୍କ ଉପରେ ମଙ୍ଗଳଙ୍କ ଅଶେଷ ଶୁଭ ଦୃଷ୍ଟି ରହିବ । ଏହି ୪୩ ଦିନ ମଧ୍ୟରେ ମଙ୍ଗଳଙ୍କ ବିଶେଷ କୃପା ଲାଭ କରିବେ ଏହିସବୁ ରାଶି । ତେବେ ଆଜି ଆମେ ସେହି ରାଶି ସମ୍ପର୍କରେ କହିବୁ ।

ବୃଷ ରାଶି:

ଏହି ସମୟରେ ବୃଷ ରାଶିର ବ୍ୟକ୍ତି ଅର୍ଥ ନିବେଶ କରିପାରିବେ । ଋଣ ଆଦି ସମସ୍ୟାରୁ ମଧ୍ୟ ମୁକ୍ତି ପାଇବେ । ପାରିବାରିକ ଜୀବନ ସୁଖମୟ ହେବ । ଜୀବନ ଓ ଜୀବିକାରେ ଉନ୍ନତି ହେବ ।

କର୍କଟ ରାଶି:

କର୍ମକ୍ଷେତ୍ରରେ ସମ୍ମାନ ମିଳିବ । ଶିକ୍ଷା କ୍ଷେତ୍ରରେ ଥିବା ଲୋକଙ୍କୁ ଶୁଭ ଫଳ ମିଳିବ । କାର୍ଯ୍ୟରେ ସଫଳତା ମିଳିବ ।

red
pc: mypandit

ତୁଳା ରାଶି:

କାର୍ଯ୍ୟରେ ସଫଳତା ମିଳିବ । ଅର୍ଥ ନିବେଶ କରିପାରିବେ । ପାରିବାରିକ ଜୀବନ ସୁଖମୟ ହେବ । ବିବାହ ସ୍ଥିର ହେବାର ଯୋଗ ରହିଛି ।

ଧନୁ ରାଶି:

ଆଧ୍ୟାତ୍ମିକ ଏବଂ ଧାର୍ମିକ କାର୍ଯ୍ୟରେ ମନ ଲାଗିବ । ଏହି ରାଶିର ବ୍ୟକ୍ତିଙ୍କୁ ଭାଗ୍ୟର ସାଥ ମିଳିବ । ପରିବାରରେ ଭଲପାଇବା ବଢ଼ିବ । ବୈବାହିକ ଜୀବନ ସୁଖମୟ ହେବ ।

କୁମ୍ଭ ରାଶି:

ବ୍ୟାପାରରେ ଉନ୍ନତି ମିଳିବ । ଧନ ଲାଭ ହେବ । ପରିବାରର ସହଯୋଗ ମିଳିବ । କାର୍ଯ୍ୟରେ ସଫଳତା ମିଳିବ ।

ତେବେ ମଙ୍ଗଳଙ୍କ ଆଶିର୍ବାଦ ପାଇବାକୁ ଚାହୁଁଥିଲେ ଆପଣ ମଙ୍ଗଳ ଗ୍ରହଙ୍କ ବୀଜ ମନ୍ତ୍ରକୁ ୧୦୮ଥର ଉଚ୍ଚାରଣ କରିପାରିବେ ।

ମଙ୍ଗଳଙ୍କ ବୀଜ ମନ୍ତ୍ର:

ଓମ୍ ଅଙ୍ଗ୍ ଅଙ୍ଗାରକାୟ ନମଃ । ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.