ମୋବାଇଲ ଉଦ୍ଭାବନ କରି ଏବେ ପଶ୍ଚାତାପ କରୁଛନ୍ତି ମାର୍ଟିନ କୁପର

ଏବେ ତ ମୋବାଇଲ ଜମାନା । ଯାହା ହାତରେ ଦେଖ ଖଣ୍ଡେ ଖଣ୍ଡେ ମୋବାଇଲ । ଛୋଟରୁ ବଡ ଏବେ ସମସ୍ତେ ମୋବାଇଲ ପ୍ରେମରେ ପାଗଳ । କିନ୍ତୁ ଜାଣନ୍ତିକି ଏହି ମୋବାଇଲ ପ୍ରେମକୁ ନେଇ ଯିଏ ମୋବାଇଲକୁ ପ୍ରଥମେ ନିର୍ମାଣ କରିଥିଲେ ସେମାନେ ଏବେ ଲୋକଙ୍କ ପାଗଳାମୀକୁ ନେଇ ଚିନ୍ତାରେ ଅଛନ୍ତି । ହଁ ସତ ।ଏକ ଅନ୍ତରାଷ୍ଟ୍ରୀୟ ସମ୍ବାଦ ସରବରାହ ସଂସ୍ଥାକୁ ସାକ୍ଷାତକାର ଦେବା ସମୟରେ ଗୁରୁବାର ମୋବାଇଲ ନିର୍ମାତା ୯୨ ବର୍ଷୀୟ ମାର୍ଟିନ କୂପର ହିଁ ନିଜେ ଚିନ୍ତା ପ୍ରକଟ କରିଛନ୍ତି । ଏହି ଶୋ’କୁ ପରିଚାଳନା କରୁଥିବା ଜଣେ ପରିଚାଳକ ମାର୍ଟିନଙ୍କୁ ପ୍ରଶ୍ନ କରିଥିଲେଯେ, “ସାର ଆପଣ ଜାଣିଛନ୍ତିକି ଆମେ ପ୍ରତିଦିନ ମୋବାଇଲ ଫୋନରେ ବିତଉଛୁ । ଏବାବଦରେ ଆପଣ କଣ କହିବେ ।” ବୋଧ ହୁଏ ପ୍ରଶ୍ନ କରିଥିବା ପରିଚାଳକ ଜଣଙ୍କ ଭାବିଥିଲେ ନିଶ୍ଚୟ ନିଜ କାମର ପ୍ରଶଂସା କରିବେ ମାର୍ଟିନ କୂପର । କିନ୍ତୁ ଫଳ ହେଲା କିଛିଟା ଓଲଟା ।

କିନ୍ତୁ ଏହି ପ୍ରଶ୍ନର ଜବାବ ବି ମାର୍ଟିନ ଖୁବ ମଜାଳିଆ ଅନ୍ଦାଜରେ ଦେଇଛନ୍ତି । ସେ କହିଛନ୍ତି କଣ ସତରେ ଆପଣ ମୋବାଇଲ ଫୋନରେ ଦିନକୁ ୫ ଘଣ୍ଟାରୁ ଅଧିକ ସମୟ କାଟୁଛନ୍ତି । ଏବେ ନିଜ ଜୀବନ ତ ବଞ୍ଚନ୍ତୁ । ଜୀବନକୁ ବଂଚିବା ଶିଖନ୍ତୁ | ଆଉ ଏହା କହି ସେ ଖୁବ ଜୋରସେ ହସିବାକୁ ଲାଗିଲେ । କହିରଖୁଛୁକି ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋ ସହରର ମୂଳ ବାସିନ୍ଦା ମାର୍ଟିନ କୁପର ୧୯୭୩ ମସିହାରେ Motorola Dyna TAC 8000X ନାଁରେ ପ୍ରଥମ ଫୋନ ଉଦ୍ଭାବନ କରିଥିଲେ । ସେସମୟରେ ମାର୍ଟିନ ଜଣେ ଇଂଜିନିୟର ଭାବରେ ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି Motorola କମ୍ପାନୀରେ କାର୍ଯ୍ୟ କରି ଆସୁଥିଲେ । ଆଉ ସେ ସମୟରେ କାର ଫୋନ ଗୁଡିକର ଲୋକପ୍ରିୟତା ଦେଖି ତାଙ୍କୁ ଖୁବ ବ୍ୟସ୍ତ ଲାଗିଥିଲା । ସୂଚନା ଦେଇରଖୁଛୁକି କାରଫୋନ ଗୁଡିକୁ କାରରେ ହିଁ ବ୍ୟବହାର କରାଯାଇଥାଏ । ସେହି ସମୟରେ ଲୋକଙ୍କୁ ନିଜ ନିଜ ଡେସ୍କ କିମ୍ବା, ରୋଷେଇ ଘରେ କିମ୍ବା କୌଣସି ଅଫିସରେ ଦିନର ଘଣ୍ଟା ଘଣ୍ଟା ସମୟ କାଟିବାକୁ ହେଉଥିଲା । ଯାହାକୁ ଦେଖି କୁପର ବ୍ୟସ୍ତ ହୋଇଯାଇଥିଲେ ।

Cell Phone Inventor Martin Cooper on How His Technology Changed the World |  Good Times

image credit: Amar Ujala

କୂପର ସେ ସମୟରେ ଚାହୁଁଥିଲେ କେମିତି ଲୋକମାନେ ପୋର୍ଟେବଲ ଫୋନ ବ୍ୟବହାର କରିପାରିବେ । ତାକୁ ଯେଉଁଠିକି ଚାହିଁବେ ନେଇ ସହଜରେ ନେଇ ଯା’ ଆସ କରିପାରିବେ । ଆଉ ଏହି କାମରେ କୂପରଙ୍କୁ ତାଙ୍କ କର୍ମକ୍ଷେତ୍ର Motorola କମ୍ପାନୀ ବି ଖୁବ ସାହାଯ୍ୟ କରିଥିଲା । ଏଥିରେ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିଥିଲା ମଧ୍ୟ କମ୍ପାନୀ । କୁପର ଓ ତାଙ୍କ ଟିମକୁ ଫୋନ ଉଦ୍ଭାବନ କରିବାରେ ପ୍ରାୟ ୩ ମାସରୁ ଅଧିକ ସମୟ ଲାଗିଥିଲା । ସେ ସମୟରେ ବିଭିନ୍ନ ପ୍ରକାର ଟେକ୍ନୋଲୋଜି ମଧ୍ୟ ବ୍ୟବହାର କରାଯାଇଥିଲା । ମୋବାଇଲ ଫୋନ ଉଦ୍ଭାବନ ହେବାରେ ବ୍ୟବହାର ହୋଇଥିବା ବିଶେଷ ଟେକନିକ ପୋଲିସ ରେଡ଼ିୟସ ଚିହ୍ନଟ ହେବାରେ କାମରେ ଲାଗୁଥିଲା । Motorolaର ଏହି ଫୋନର ଓଜନ ଥିଲା ଅଢେଇ ପାଉଣ୍ଡ ଯେବେକି ଏହାର ଲମ୍ବ ଥିଲା ୧୦ ଇଞ୍ଚ । ସେ ସମୟରେ ଥରେ ଚାର୍ଜ ହେଲେ ବ୍ୟାଟେରୀ ୨୫ ମିନିଟ ଯାଏଁ କାମ କରୁଥିଲା । ଆଉ ଜାଣି ଅଶ୍ଚରାଜ୍ୟ ହେବେ ଫୋନ ଚାର୍ଜ ହେବା ପାଇଁ ୧୦
ଘଣ୍ଟାରୁ ଅଧିକ ସମୟ ଲାଗୁଥିଲା | କୁପର ନିଜ ଜୀବନୀ “କଟିଙ୍ଗ ଦ କର୍ଡ଼” ରେ ଏହି ଫୋନ ବାବଦରେ ଲେଖିଛନ୍ତି ।

ଆଉ ଏକ ସମ୍ବାଦ ସଂସ୍ଥାକୁ ସାକ୍ଷାତ୍କାର ଦେବା ସମୟରେ କୁପର କହିଥିଲେକି ଅନେକ ଫିଲ୍ମ ନିର୍ମାତାମାନେ ତାଙ୍କ ଉପରେ ସିନେମା ତିଆରି କରିବାକୁ ତାଙ୍କୁ ବାରମ୍ବାର ଅଫର କରି ସାରିଲେଣି । ଆଉ ଏବେ କୂପରଙ୍କ ଉଦ୍ଭାବନର ପାଖାପାଖି ଅର୍ଦ୍ଧ ଶତାବ୍ଦୀ ସମୟ ବିତିଯାଇଛି । ୨୦୨୧ରେ ଦୁଇ ହଜାର ୨୮ ଜଣଙ୍କୁ ନେଇ କରାଯାଇଥିବା ଏକ ସର୍ଭେରେ ଜଣାଯାଇଛିକି ପ୍ରାୟ ୪୬ ପ୍ରତିଶତ ଲୋକେ ଦିନର ପ୍ରାୟ ୫ ରୁ ୬ ଘଣ୍ଟା ଫୋନରେ ଅତିବାହିତ କରୁଛନ୍ତି । ଯେବେକି ୧୧ ପ୍ରତିଶତରୁ ଅଧିକ ଜଣ ଦିନର ୭ ରୁ ୮ ଘଣ୍ଟା ସେମାନଙ୍କ ଡିଭାଇସରେ ହିଁ କାଟୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.