ଅବିକଳ ଲେଦର ଲୁକ୍‌ ଦେଉଛି ଛତୁରୁ ତିଆରି ଫ୍ୟାବ୍ରିକ

ଶୀତ ଦିନରେ ଶୀତବସ୍ତ୍ରର ଚାହିଦା ଅଧିକ । ଆଉ ଚମଡା ଜାତୀୟ ପୋଷାକର ଡିମାଣ୍ଡ ତ ସବୁବେଳେ ଉପରେ ରହେ । କାରଣ ଏହାର କ୍ୱାଲିଟି ଆଉ କୌଣସି ଫାବ୍ରିକ ଦେଇପାରେନି । କିନ୍ତୁ ଆପଣଙ୍କୁ କହିରଖୁଛୁ ଅବିକଳ ଲେଦର ଲୁକରେ ଆସୁଛି ଛତୁରୁ ତିଆରି ପୋଷାକ । ମସୃମ ଫାବ୍ରିକ ଅର୍ଥାତ ଛତୁରୁ ବା ଫଙ୍ଗସରୁ ତିଆରି ହେବ ସେହିଭଳି ସମାନ ଫାବ୍ରିକ । ଏହା ଚମଡା ଉତ୍ପାଦର ବିକଳ୍ପ ଭାବେ ବ୍ୟବହାର ହେବ । ସମ୍ବେଦନଶୀଳ ସ୍ଥାନରେ ବି ଚମଡା ବଦଳରେ ଏହାକୁ ବିକଳ୍ପ ଭାବେ ଆପଣ ପିନ୍ଧିପାରିବେ ।

ଦେଖିବାକୁ ପୂରା ଲେଦର ଭଳି ସୁନ୍ଦର ଓ ୱେଲ ଫିନିସ୍ଡ । ଏଥିରୁ ବନୁଥିବା କପଡାକୁ ଫ୍ୟାସନ ସୋରେ ମଧ୍ୟ ପ୍ରଦର୍ଶିତ କରାଯାଇସାରିଛି । ବୈଜ୍ଞାନିକମାନେ କହିଛନ୍ତି କି ଏହା ପିନ୍ଧିବା ଦ୍ୱାରା କୌଣସି ପ୍ରକାର କୁ ପ୍ରଭାବ ପଡିବ ନାହିଁ ବରଂ ଏହା ଥଣ୍ଡାରେ ଚମଡା ପରି ଗରମ ଅନୁଭବ ଦେବ । କିନ୍ତୁ ସତ କହିବାକୁ ଗଲେ ଏହାକୁ ନକଲି ଲେଦର ବୋଲି ଆପଣ କହିପାରିବେ । ଏହାକୁ ବନାଇଛନ୍ତି ସୈନ ଫ୍ରାନ୍ସିସ୍କୋଙ୍କ ଆଧାରିତ ଜୈବପଦାର୍ଥ କମ୍ପାନୀ ମାଇକୋ ୱାର୍କ୍ସ । ଏହାକୁ ପ୍ରସ୍ତୁତ କରିବା ପାଇଁ ଫଙ୍ଗସର ଏକ ଟ୍ୟୁବ ଆକୃତିର ଚିଲାଣ୍ଟ ପ୍ରସ୍ତୁତ କରାଯାଇଛି । ଡେଲି ମେଲ ରିପୋର୍ଟ ଅନୁଯାୟୀ କମ୍ପାନୀ ଦାବି କରିଛି ଯେ ଏହି ସାମଗ୍ରୀ ଜୈବ ଡିଗ୍ରେଡେବଲ ଅଟେ । ଯାହା ଅତ୍ୟନ୍ତ ପରିବେଶ ଅନୁକୂଳ ହେବ । ଫଙ୍ଗସ ପ୍ରଜନନ ପାଇଁ ଛୋଟ ଟ୍ରେ ଗୁଡିକ ବ୍ୟବହାର କରାଯାଇପାରେ । ଏଥିରୁ ପ୍ରସ୍ତୁତ ଦ୍ରବ୍ୟର ନାମ ରେଶି ରଖାଯାଇଛି । ଏବଂ ଏହି କୌଶଳକୁ ଫାଇନ ସାଇସେଲିୟମ ଟେକନିକ କୁହାଯାଏ । କମ୍ପାନୀ ଏହାର ପେଟେଣ୍ଟ ମଧ୍ୟ ପାଇଛି । ଏଥିରୁ ତିଆରି କପଡା ଓ ଚମଡା ମଧ୍ୟରେ ପାର୍ଥକ୍ୟ କରିବା ଅତ୍ୟନ୍ତ କଷ୍ଟକର । ଶାକାହାରୀ ମାନଙ୍କ ପାଇଁ ଏହି ଦ୍ରବ୍ୟ ଏକ ଉତ୍ତମ ବିକଳ୍ପ ।

ଦି ଗାର୍ଡିଅନଙ୍କ ସହ କଥାବାର୍ତ୍ତା କରି ମାୟୋ ୱର୍କ୍ସର ସିଇଓ ଡକ୍ଟର ମ୍ୟାଟ ସଲ୍ଲିନ କହିଛନ୍ତି ଯେ ଏହା ଚମଡା ପାଇଁ ଏକ ବିକଳ୍ପ ହୋଇଥିବାରୁ ଲୋକଙ୍କୁ ନିଶ୍ଚୟ ଟାଣିବ । ତାସହ ଆମ ପରିବେଶ ବହୁତ ଲାଭବାନ ହେବ । ୨୦୧୯ରେ ପର୍ସ ଭାବରେ ଏକ ଫ୍ୟାସନ ସୋରେ ଏହାକୁ ପଦର୍ଶିତ କରାଯାଇଥିଲା । ଚଳିତବର୍ଷ ମଧ୍ୟ ପ୍ୟାରିସ ଫ୍ୟାଶନ ସପ୍ତାହରେ ମାଇସେଲିୟମ ବ୍ୟାଗ ପ୍ରେଜେଣ୍ଟ ହେବାର ଦେଖିବାକୁ ପାଇବେ ଦର୍ଶକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.