ଏକ ‘ତାରା’ର ମୃତ୍ୟୁ ପରେ ମହାକାଶରେ ହେଲା ଭୟଙ୍କର ବିସ୍ଫୋରଣ, NASA ଜାରି କଲା Video, ଦେଖନ୍ତୁ ଛାତିଥରା ଦୃଶ୍ୟ

ଆମେରିକୀୟ ମହାକାଶ ଏଜେନ୍ସି ନାସା(NASA) ଏକ ତାରାରେ ହୋଇଥିବା ଭୟଙ୍କର ବିସ୍ଫୋରଣର ଅଦ୍ଭୁତ ଭିଡ଼ିଓକୁ ରେକର୍ଡ କରିଛି। NASA ମୁତାବକ, ଏହି ଧମାକା ପୃଥିବୀଠାରୁ ପାଖାପାଖି ୭ କୋଟି ପ୍ରକାଶ ବର୍ଷ ଦୂରତାରେ ଥିବା SN 2018gv ସୁପରନୋଭାରେ ହୋଇଥିଲା ଏବଂ ପୂର୍ବରୁ ଏହିପରି ଭିଡ଼ିଓ ଦେଖିବାକୁ ମିଳିନାହିଁ। କହି ରଖୁଛୁ, ସୁପରନୋଭା କୌଣସି ତାରାରେ ହୋଇଥିବା ଭୟଙ୍କର ବିସ୍ଫୋରଣକୁ କୁହାଯାଏ ଏବଂ ଏହି ସୁପରନୋଭା, NGC 2525 ଗ୍ୟାଲାକ୍ସିରେ ନଜର ଆସିଛି। ତେବେ ଏମିତି ଏକ ବିସ୍ଫୋରଣ ପରେ ପୃଥିବୀର ଜନ୍ମ ହୋଇଥିବା ବିଶ୍ୱାସ କରାଯାଏ।

uhu

NASAର କହିବା ମୁତାବକ, ୨୦୧୮ରେ ପ୍ରଥମ ଥର ଜାପାନର ଜଣେ ସୌଖୀନ ବୈଜ୍ଞାନିକ କୋଇଚି ଇତାଗାକି ସୁପରନୋଭା SN 2018gvର ଖୋଜ କରିଥିଲେ। ସେ ଏହି ଖୋଜ ବିଷୟରେ NASAକୁ ଜଣାଇଥିଲେ। ଏହାପରେ ଆମେରିକୀୟ ସ୍ପେସ ଏଜେନ୍ସି ହବଲ ଟେଲିସ୍କୋପ ସାହାଯ୍ୟରେ ଏହି ସୁପରନୋଭା ଉପରେ ନଜର ରଖିବା ଆରମ୍ଭ କରିଦେଇଥିଲା। ନିକଟରେ NASA ଏହି ସୁପରନୋଭା ଉପରେ ଏକ ବର୍ଷ ପର୍ଯ୍ୟନ୍ତ ନଜର ରଖିବାର ସ୍ଲୋମୋସନ ଭିଡ଼ିଓ ଜାରି କରିଛି। ଏହି ଭିଡ଼ିଓରେ ତାରାରେ ଆସିଥିବା ପରିବର୍ତ୍ତନ ଏବଂ ଏକ ଜବରଦସ୍ତ ବିସ୍ଫୋରଣ ନଜର ଆସୁଛି।

hhu

ସୂର୍ଯ୍ୟଙ୍କଠାରୁ ୫ ବିଲିୟନ ଗୁଣା ଅଧିକ ଚମକପ୍ରଦ

NASA କହିଛି, ଏହି ବିସ୍ଫୋରଣରେ ସୂର୍ଯ୍ୟଙ୍କଠାରୁ ୫ ବିଲିୟନ ଗୁଣା ଅଧିକ ଚମକ ଦେଖିବାକୁ ମିଳିଛି। କୁହାଯାଇଥାଏ, ଏହି ବିସ୍ଫୋଟ ଏତେ ଶକ୍ତିଶାଳୀ ହୋଇଥାଏ ଯେ ଆକାଶଗଙ୍ଗାଗୁଡ଼ିକୁ କିଛି ପ୍ରକାଶ ବର୍ଷ ପର୍ଯ୍ୟନ୍ତ ବିସ୍ତାର କରିପାରେ। ସେପଟେ ଏଥିରୁ ବାହାରୁଥିବା ପ୍ରକାଶ ଏତେ ତୀବ୍ର ହୋଇଥାଏ ଯେ ପୃଥିବୀଠାରୁ ଅଧା ବ୍ରହ୍ମାଣ୍ଡ ପର୍ଯ୍ୟନ୍ତ ଦେଖାଯାଇପାରିଥାଏ। NASA କହିଛି, ଏହା ବ୍ରାହ୍ମଣର ଭୌତିକ ଆଧାରଗୁଡ଼ିକୁ ବୁଝିବା ପାଇଁ ମଧ୍ୟ ଜରୁରୀ ତତ୍ତ୍ୱ ଅଟେ।

jiji

ତାରାର ମୃତ୍ୟୁ ହେଉଛି ‘ସୁପରନୋଭା’

ଯେତେବେଳେ ମହାକାଶରୁ କୌଣସି ତାରା ଖସିପଡ଼ିଥାଏ ବା ନଷ୍ଟ ହୋଇଯାଇଥାଏ, ତାହାକୁ ‘ସୁପରନୋଭା’ କୁହାଯାଏ। ସୁପରନୋଭାର ଉପଯୋଗ ଆକାଶଗଙ୍ଗାଗୁଡ଼ିକର ଦୂରତାକୁ ମାପିବା ପାଇଁ ଏକ ମାନକ ରୂପରେ କରାଯାଇଥାଏ। ଏଥିରୁ ଏହା ମଧ୍ୟ ଜଣାପଡ଼ିଥାଏ ଯେ ଗୋଟିଏ ଆକାଶଗଙ୍ଗା ଅନ୍ୟ ଆକାଶଗଙ୍ଗାଠାରୁ କେତେ ଜୋରରେ ଗତି କରିଥାଏ। ଏହା କୌଣସି ତାରାର ଅନ୍ତିମ ସମୟ ହୋଇଥାଏ। ଆମ ଆକାଶଗଙ୍ଗାରେ ସୁପରନୋଭାକୁ ଦେଖିବା ମୁସ୍କିଲ ହୋଇଥାଏ, କାରଣ ସେଗୁଡ଼ିକ ସବୁବେଳେ ଧୂଳିରେ ଲୁଚି ଥାଆନ୍ତି। ଏହି ସୁପରନୋଭାରୁ ବାହାରୁଥିବା ଆଲୋକ ବା ଶକ୍ତି ଏତେ ଶକ୍ତିଶାଳୀ ହୋଇଥାଏ ଯେ ଯାହା ଆଗରେ ସୂର୍ଯ୍ୟଙ୍କ କିରଣ ମଧ୍ୟ ଫିକା ପଡ଼ିଯାଇଥାଏ।