ଏମବିଏ ପାସ କରିଥିବା ଏହି ଯୁବତୀ ଛାଡ଼ିଲେ HR ଚାକିରି, ଏବେ ଠେଲାରେ ବିକୁଛନ୍ତି ‘ମାଁ କା ପ୍ୟାର’

କୁହାଯାଏ, ପ୍ରତ୍ୟେକ ମଣିଷର ହୃଦୟରୁ ବାହାରୁଥିବା କଥାକୁ ଶୁଣିବା ଉଚିତ। କାରଣ, ଏହି ଶବ୍ଦ ମାମୁଲି ହୋଇ ନ ଥାଏ, ବରଂ ଏହା ପରମାତ୍ମାଙ୍କ ବାଚ୍ୟ ହୋଇଥାଏ। ଏମିତି ହିଁ କିଛି ଆୱାଜ ଶୁଣିବାକୁ ପାଇଥିଲେ ହରିୟାଣା ଅଂବଲାର ରାଧିକା, ଯିଏକି ଭଲ ଚାକିରି ଡ଼ି ଏବେ ଏକ ଠେଲା ଗାଡ଼ିରେ ଖାଦ୍ୟ ବିକ୍ରି କରୁଛନ୍ତି।

maa

‘ମାଁ କା ପ୍ୟାର’ ନାମରେ ଫୁଡ କୋର୍ଟ ଚଳାଉଥିବା ରାଧିକା ଆରୋଡା ରିଲାଏନ୍ସରେ ଏଚଆର ପଦରେ ନିଯୁକ୍ତି ପାଇଥିଲେ। ହରିୟାଣାରୁ ବି.କମ ପାସ କରିବା ପରେ ସେ ଏମବିଏ କରିବାକୁ ଚଣ୍ଡୀଗଡ଼ ଆସିଥିଲେ। ଯେତେବେଳେ ସେ ପିଜି କରୁଥିଲେ, ସେତେବେଳେ ତାଙ୍କୁ ଖାଦ୍ୟପେୟକୁ ନେଇ ବହୁତ ହଇରାଣ ହେବାକୁ ପଡ଼ିଥିଲା।

ରାଧିକାଙ୍କୁ ଏଠାକାର ଖାଇବା ଭଲ ଲାଗୁ ନ ଥିଲା। ସେ ନିଜ ମାଆଙ୍କ ହାତରନ୍ଧା ଖାଦ୍ୟକୁ ବହୁତ ମିସ କରୁଥିଲେ। କେବଳ ଏତିକି ନୁହେଁ, ଏଭଳି ସମସ୍ୟା ତାଙ୍କୁ ଚାକିରି କାଳରେ ମଧ୍ୟ ସାମ୍ନା କରିବାକୁ ପଡ଼ିଥିଲା। ତାଙ୍କ କହିବା ହେଲା, ପ୍ରତ୍ୟେକ ବ୍ୟକ୍ତି ପେଟ ଭରିବା ପାଇଁ ଚାକିରି କରିଥାଏ। ଯଦି ଖାଇବା ଭଲ ନ ମିଳିବ, ତା’ହେଲେ ସେ କରିବ କ’ଣ।

maa2

ମନରେ ଏମିତି ଭାବନା ରଖି ରାଧିକା ଶେଷରେ ଚାକିରି ଛାଡ଼ିଦେଇଥିଲେ ଏବଂ କର୍ମଜୀବୀ ଲୋକଙ୍କୁ ଘର ଖାଦ୍ୟ ଦେବା କାମ ଆରମ୍ଭ କରିଥିଲେ। ଏବେ ସେ ୫ଜଣ ଲୋକଙ୍କୁ ନେଇ ଏକ ଟିମ ବନାଇ ଠେଲା ଗାଡ଼ିରେ ଖାଦ୍ୟ ବିକ୍ରି କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.