ସ୍ୱପ୍ନରେ ଯଦି ଏହି ୬ ପ୍ରକାର ମୃତ୍ୟୁକୁ ଦେଖନ୍ତି, ତେବେ ଜାଣନ୍ତୁ କ’ଣ ଘଟିବାକୁ ଯାଉଛି ଜୀବନରେ

ସ୍ୱପ୍ନ ଶାସ୍ତ୍ର ଅନୁସାରେ ଆମେ ଦେଖୁଥିବା ସ୍ୱପ୍ନ ମଧ୍ୟ ଆସୁଥିବା ସମୟ ସମ୍ପର୍କରେ କିଛି ସୂଚନା ଦେଇଥାଏ । କିଛି ସ୍ୱପ୍ନ ଚେତାବନୀ ଦେଉଥିବା ବେଳେ କିଛି ସ୍ୱପ୍ନ ସୂଚନା ଦେବାକୁ ଆସିଥାଏ । ଏହି ସ୍ୱପ୍ନ ଭବିଷ୍ୟତରେ ହେବାକୁ ଥିବା ଶୁଭ ଓ ଅଶୁଭ ସମ୍ପର୍କରେ ଆପଣଙ୍କୁ ସୂଚନା ଦେଇଥାଏ ।
ବହୁବାର ଆମକୁ ମୃତ୍ୟୁ ସହିତ ଜଡିତ ସ୍ୱପ୍ନ ଆସିଥାଏ । ହେଲେ ଏହା ଆମକୁ କ’ଣ ସୂଚନା ଦେଇଥାଏ ସେ ସମ୍ପର୍କରେ ଆମେ ଜାଣି ନଥାଉ । ଏହାକୁ ନେଇ ମନରେ ବିଭିନ୍ନ ପ୍ରଶ୍ନ ଉଠିଥାଏ । ଆଜି ଆସନ୍ତୁ ଜାଣିବା ଭିନ୍ନ ଭିନ୍ନ ପ୍ରକାର ମୃତ୍ୟୁ ସ୍ୱପ୍ନକୁ ନେଇ କ’ଣ ଭବିଷ୍ୟତ ଜୀବନ ସମ୍ପର୍କରେ ସୂଚନା ମିଳିଥାଏ ।
ମୃତ୍ୟୁ ସହ ଜଡିତ ସ୍ୱପ୍ନ ଦେଇଥାଏ ଏ ସଂକେତ
୧. ଯେଉଁ ସମ୍ପର୍କୀୟ ବା ବୟସ୍କ ବ୍ୟକ୍ତି ଏହି ଦୁନିଆରେ ଆଉ ନାହାଁନ୍ତି ବା ତାଙ୍କର ପରଲୋକ ହୋଇଯାଇଛି, ସେମାନଙ୍କୁ ସ୍ୱପ୍ନରେ ଦେଖିବା ଅର୍ଥ ଆପଣଙ୍କ କିଛି ଇଚ୍ଛା ପୂର୍ଣ୍ଣ ହେବାକୁ ଯାଉଛି ।
୨. ଯଦି ସ୍ୱପ୍ନରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଦେଖାଯାଏ, ତେବେ ବୁଝିନେବାକୁ ହେବ ଯେ ସେ ବ୍ୟକ୍ତି ଉପରେ ଆସୁଥିବା ସଂକଟ ଟଳିଗଲା ।
୩. ଯଦି ସ୍ୱପ୍ନରେ ନିଜ ମୃତ୍ୟୁ ଦେଖନ୍ତି ତେବେ ବୁଝିନେବାକୁ ହେବ ଯେ ଦୀର୍ଘ ଦିନ ଧରି ଚାଲି ଆସୁଥିବା ସଂକଟ ଶେଷ ହେବାକୁ ଯାଉଛି ।
୪. ସ୍ୱପ୍ନରେ କାହାର ହତ୍ୟା ହେବା ଅର୍ଥ, ଆପଣଙ୍କୁ କାହାଠାରୁ ଧୋକା ମିଳିବାର ଅଛି । ତେଣୁ ସତର୍କ ରହିବାକୁ ହେବ । ପ୍ରତି କାମରେ ଆପଣଙ୍କୁ ସାବଧାନ ରହିବାକୁ ହେବ ।
୫. ସ୍ୱପ୍ନରେ କାହାର ଶବ ଶୋଭାଯାତ୍ରା ଦେଖିଲେ ଶୁଭ ମନାଯାଇଥାଏ । ବିଶେଷକରି ଦୀର୍ଘ ଦିନ ଧରି ରୋଗରେ ପଡ଼ିଥିବା ବ୍ୟକ୍ତିର ଶୋଭାଯାତ୍ରା ଦେଖିଲେ ଶୁଭ ମନାଯାଇଥାଏ ।
୬. ଯଦି କୌଣସି ସମାନ ମୃତ ବ୍ୟକ୍ତି ବାରମ୍ବାର ସ୍ୱପ୍ନରେ ଦେଖା ଯାଆନ୍ତି, ତେବେ ଏହାର ଅର୍ଥ ତାଙ୍କର କିଛି ଇଚ୍ଛା ଅଧା ରହିଯାଇଛି । ତେଣୁ ଏହି ବ୍ୟକ୍ତିଙ୍କ ନାମରେ ପୂଣ୍ୟ କାମ ଓ ଦାନ ଆଦି କରିବା ଦରକାର ।