ଭଲ  ଚାକିରିକୁ ପାଦରେ ଆଡେଇ ଦେଇ ସରଭାଇଭାଲ ଵନିଯାଇଛନ୍ତି ମାଲକାନଗିରିର ରାଜେଶ, ସାଜିଛନ୍ତି ଓଡିଶାର ବିଅର ଗ୍ରୀଲସ୍

ଜଙ୍ଗଲି ବୟ ବା ଓଡିଶାର ବିଅର ଗ୍ରୀଲସ୍ କୁହାଯାଉଥିବା ରାଜେଶ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ mv79 ଗ୍ରାମର ପ୍ରତିଭାବାନ ଛାତ୍ର ରାଜେଶ ମଣ୍ଡଳ ନିଶା କିନ୍ତୁ ଭିନ୍ନ । ଗେଟ କ୍ୱାଲିଫାଇ କରି nit ଭୋପାଲରେ M. Tech କରିଛନ୍ତି । ଭଲ ଚାକିରୀର ସୁଯୋଗ ମିଳିଥିଲେ ମଧ୍ୟ ହେଲେ ଚାକିରୀ ନୁହଁ ଚିନ୍ତା କଲେ ଅନ୍ୟ ପାଇଁ କିଛି କରିବାକୁ ଆଉ ଵନିଯାଇଛନ୍ତି ସରଭାଇଭର । ଡିସ୍କୋବରୀ ଚ୍ୟାନେଲର ଲୋକପ୍ରିୟ ବିଅର ଗ୍ରୀଲସଙ୍କ କାମରେ ଅନୁପ୍ରାଣିତ ହୋଇ ବଣଜଙ୍ଗଲ ପାହାଡ଼ର ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ବଞ୍ଚି ରହିବାର କୌଶଳ ଶିଖାଉଛନ୍ତି l ଆସନ୍ତୁ ଜାଣିବା ରାଜେଶଙ୍କ ବିଷୟରେ..

ପ୍ରକୃତିର ଅପୁର୍ବ ସୌନ୍ଦର୍ଯ୍ୟର ଗନ୍ତାଘର ରହିଛି ମାଲକାନଗିରି ଜିଲ୍ଲାରେ । ଏଠାକାର ସୁନ୍ଦର ପରିବେଶ ଆଉ ଜଙ୍ଗଲ ମଧ୍ୟରେ ଅନେକ ବନ୍ୟଜନ୍ତୁ ରହିବା ପାଇଁ ବେଶ ଅନୁକୂଳ ପରିବେଶ ପାଇଥାନ୍ତି। ଅନେକ ପ୍ରକାର ପଶୁ ପକ୍ଷୀ, ସରୀସୃପ ଜାତିର ଏଠି ବସବାସ କରନ୍ତି । ତେବେ ଏଠାରେ ନିଜ ଭିଟାମାଟିକୁ ନିଜର କର୍ମ ଭୁଇଁ ଭାବେ ବାଛିନେଇଛନ୍ତି ରାଜେଶ । ମାଲକାନଗିରିର ଜିଲ୍ଲା ଏମ. ଭି 79 ଗ୍ରାମର ରାଜେଶ ମଣ୍ଡଳ । ନିଜ ସିରିଜ୍ ସବୁ ୟୁଟୁବରେ ଉପଲୋଡ କରିଛନ୍ତି। ନିଜ ଜିଦରେ ଗୋଟିଏ ମାତ୍ର ପୁଅ wildlifeକୁ ନିଶା ଭାବରେ ଗ୍ରହଣ କରିଥିବାରୁ ଅନେକ ବାରଣ ସତ୍ତ୍ୱେ ଶେଷରେ ସମର୍ଥନ କରି ଭବିଷ୍ୟତ କାମନା କରିଛନ୍ତି ବାପା ମା । ଭୋପାଲ nit ରେ M. Tech କରିଛନ୍ତି ରାଜେଶ। ବଡ ବଡ କମ୍ପାନୀରୁ ଚାକିରୀ କରିବାର ସୁଯୋଗ ମିଳିଥିଲେ ମଧ୍ୟ ଏସବୁକୁ ଏଡାଇ ଦେଇଛନ୍ତି ରାଜେଶ। 2000 ଫୁଟ ପାହାଡ ଉପରେ ୩ ଦିନ କାଟିଥିଲେ ରାଜେଶ। ଏହା ପରେ ବାପା ମା ଏହି ସାହସକୁ ଆପଣାଇ ନେଇଥିଲେ। ପରେ ପରେ ବେଆରଙ୍କ ପରି ଏକ ଦକ୍ଷ ବ୍ୟକ୍ତି ହେବାର ଲକ୍ଷ୍ୟ ରଖିଛନ୍ତି ରାଜେଶ।

ତେବେ କିଛି ବନ୍ୟ ପ୍ରାଣୀ କିମ୍ବା ସାପ ଗାଁ କିମ୍ବା ଘର ମଧ୍ୟରେ ପଶି ଆସିଲେ ଡାକିଥାନ୍ତି ରାଜେଶକୁ। ସରୀସୃପ ହେଉ କି ପକ୍ଷୀ ହେଉ ସେ ଅତି ଯତ୍ନର ସହିତ ଧରି ଜଙ୍ଗଲରେ ଛାଡ଼ିଦେଇ ଆସନ୍ତି ସେ । ତେବେ ରାଜେଶର ଏହିପରି ପଶୁପକ୍ଷୀଙ୍କ ପ୍ରତି ଥିବା ପ୍ରେମ ଭାବକୁ ସମସ୍ତେ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like