କମାଲ୍ କଲେ ଡାନ୍ସିଂ ଅମ୍ପାୟାର: ତାଙ୍କ ମଜାଳିଆ ଅନ୍ଦାଜ ଜିତିଲା ଦର୍ଶକଙ୍କ ହୃଦୟ
ଚାଲିଛି ଅସ୍ତରଙ୍ଗ ନିକଟ ପାଟବଳଦା ଠାରେ ହିରାଦେଇପୁର ପ୍ରିମିୟମ ଲିଗର ଦିବାରାତ୍ର ମ୍ୟାଚ। ଆଉ ଏହି ଲିଗରେ ଦର୍ଶକଙ୍କ ମୁଖ୍ଯ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଜଣେ ଡାନ୍ସିଂ ଅମ୍ପାୟାର। ତେବେ ଏହି ଡାନ୍ସିଂ ଅମ୍ପାୟାର ହେଉଛନ୍ତି ମନୀଷ ପାଣ୍ଡେ।
କାକଟପୁର(କେନ୍ୟୁଜ୍): ଚାଲିଛି ଅସ୍ତରଙ୍ଗ ନିକଟ ପାଟବଳଦା ଠାରେ ହିରାଦେଇପୁର ପ୍ରିମିୟମ ଲିଗର ଦିବାରାତ୍ର ମ୍ୟାଚ। ଆଉ ଏହି ଲିଗରେ ଦର୍ଶକଙ୍କ ମୁଖ୍ଯ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଜଣେ ଡାନ୍ସିଂ ଅମ୍ପାୟାର। ତେବେ ଏହି ଡାନ୍ସିଂ ଅମ୍ପାୟାର ହେଉଛନ୍ତି ମନୀଷ ପାଣ୍ଡେ। ଯିଏକି କ୍ରିକେଟର ବିଭିନ୍ନ ସାଇନ କୁ ଭିନ୍ନ ଭିନ୍ନ ମଜାଳିଆ ଢଙ୍ଗରେ ଡାନ୍ସ କରି ଦର୍ଶାଉଥିଲେ ପଡିଆ ମଝିରେ। ଏହି ଫାଇନାଲ ମ୍ୟାଚର ପଡିଆରେ ଫନି ଡାନ୍ସିଂ ଅମ୍ପୟାରଙ୍କ କୌତୁହଳପୂର୍ଣ୍ଣ ଇଙ୍ଗିତ ଉପସ୍ଥିତ ଦର୍ଶକ ମାନଙ୍କୁ ବେଶ ଆମୋଦିତ କରିଥିଲା।
ମନୀଷଙ୍କ ଏହି ଅନ୍ଦାଜର ଅମ୍ପାୟାରିଙ୍ଗ ପାଇଁ ରାଜ୍ଯର ଅନେକ ସ୍ଥାନରେ ହେଉଥିବା କ୍ରିକେଟ ମ୍ୟାଚରେ ଅମ୍ପାୟାରିଙ୍ଗ ପାଇଁ ତାଙ୍କୁ ଡକରା ଆସିଥାଏ। ଖାଲି ରାଜ୍ଯ ନୁହେଁ ରାଜ୍ଯ ବାହାରକୁ ମଧ୍ୟ ତାଙ୍କ ଅମ୍ପୟାର ଦାୟିତ୍ବ ତୁଲାଇବା ପାଇଁ ଅଫର ମିଳୁଛି। ତେବେ ଦୀର୍ଘ ଦଶ ବର୍ଷ କାଳ ମନୀଷ ଅମ୍ପୟାରିଙ୍ଗ କରିଆସୁଥିବା ବେଳେ ୨୦୨୧ ମସିହାରେ ଫନି ବା ଡାନ୍ସିଂ ଅମ୍ପାୟାରିଙ୍ଗ କରିବା ଆରମ୍ଭ କରିଥିଲେ । ଦର୍ଶକ ମାନଙ୍କୁ ମନୋରଞ୍ଜନ ର ଖୋରାକ ଦେବାପାଇଁ ମନୀଷଙ୍କ ଏହି ଅଭିନବ ପ୍ରୟାସ ଦର୍ଶକ ଏବଂ ଅତିଥିଙ୍କ ମଧ୍ୟରେ ବେଶ ଆଦୃତ ହୋଇଛି ।
ଲୋକଙ୍କୁ ହସାଇବାର କଳା ସମସ୍ତଙ୍କୁ ଜଣାନଥାଏ। ତେବେ ଏହି ଦ୍ରୁଶ୍ଯରୁ ସ୍ପଷ୍ଟ ହେଉଛି ଯେ, ଯୁବକ ଜଣକ କେତେ ଆନନ୍ଦର ସହ ନିଜ ଦାୟିତ୍ବ ସମ୍ପାଦନ କରୁଛନ୍ତି ଏବଂ ସମସ୍ତଙ୍କୁ ନିଜ କଳାରେ ବାନ୍ଧି ରଖିଛନ୍ତି। ତେବେ ଏହି ଭିଡିଓକୁ ଦେଖି ଆପଣ ବି ନିହାତୀ ଖୁସି ହେବେ ଆଉ ତାରିଫ କରିବେ।