ରାଣୀ ହେବ ତ ଏମିତି! ଅଜଣା ପିଲାକୁ ନିଜ ୩ ଲକ୍ଷ ଟଙ୍କାର କୋଟ୍‌ ଦେଇଦେଲେ ବ୍ରିଟିଶ୍‌ ରାଜକୁମାରୀ

ବ୍ରିଟିଶ୍‌ ପ୍ରିନ୍ସ ହ୍ୟାରୀ ଓ ତାଙ୍କ ପୂର୍ବ ସ୍ତ୍ରୀ ଅଭିନେତ୍ରୀ ମେଗନ୍‌ ମାର୍କଲ ଶୁକ୍ରବାର ଏକାଠି ନଜର ଆସିଛନ୍ତି। ମେଗନ୍‌ ୨ ବର୍ଷ ତଳେ ରାଜକୀୟ ଜୀବନ ଛାଡ଼ି ଉତ୍ତର ଆମେରିକା ସିଫ୍ଟ ହୋଇଯାଇଛନ୍ତି। କିନ୍ତୁ ନିକଟରେ ତାଙ୍କ ଉପସ୍ଥିତି ଫ୍ୟାନ୍‌ଙ୍କ ମନ ଜିତି ଯାଇଛି। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ମେଗନ୍‌ ଏକ ଛୁଆକୁ ଘୋଡ଼ାଇବା ପାଇଁ ନିଜ କୋଟ୍‌ ଦେଇଥିବାର ନଜର ଆସିଛନ୍ତି। ଭିଡିଓଟି ଦେଖୁ ଦେଖୁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଓ ଏହି କୋଟ୍‌ର ଦାମ୍‌ ବି ସାମ୍ନାକୁ ଆସିଛି।

ଛୁଆଟିକୁ ଘୋଡ଼ାଇବା ପାଇଁ ମେଗନ୍‌ ଯେଉଁ କୋଟ୍‌ ଦେଇଛନ୍ତି ତାହାର ଦାମ୍‌ ୩ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ଜଣେ ବ୍ୟକ୍ତି ଟ୍ଵିଟ୍‌ କରି ଲେଖିଛନ୍ତି- ଏତେ ଭଲ ପାଇବା। ମେଗନ୍‌ ମାର୍କଲ ନିଜ କୋଟ୍‌ ଖୋଲି ମହିଳାଙ୍କୁ ଦେଇଛନ୍ତି। ଫଳରେ ସେ ଛୁଆକୁ ଘୋଡ଼ାଇ ପାରିବେ ଓ ସେ ଥଣ୍ଡାରୁ ରକ୍ଷା ପାଇପାରିବ। ଏକ ନ୍ୟୁଜ୍‌ ସଂସ୍ଥା ମୁତାବକ ଏହି କୋଟ୍‌ର ଦାମ୍‌ ୩ ଲକ୍ଷ ହେବ।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ ବ୍ରିଟିଶ୍‌ ରାଜକୁମାରଙ୍କ ପତ୍ନୀ ମେଗନ୍‌ ଏକ ରୁମ୍‌ରୁ ବାହାରୁଛନ୍ତି। ଗେଟ୍‌ ପାଖରେ ତାଙ୍କ ନଜର ଜଣେ ମହିଳାଙ୍କ ଉପରେ ପଡ଼ୁଛି, ଯିଏ କୋଳରେ ଏକ ଛୁଆ ଧରିଛନ୍ତି। ଛୁଆକୁ ଦେଖୁ ଦେଖୁ ମେଗନ୍‌ ନିଜ କୋଟ୍‌ ଓହ୍ଳାଇ ତାକୁ ଘୋଡ଼ାଇ ଦେଉଛନ୍ତି। ଫଳରେ ଛୁଆକୁ ଉଷ୍ଣତା ମିଳିବ।

ଭିଡିଓଟି ଭାଇରାଲ ହେବା ପରେ ସମସ୍ତେ ରାଜବଂଶର ଏହି ବୋହୂଙ୍କର ଭୁରି ଭୁରି ପ୍ରଶଂସା କରୁଥିବା ଦେଖାଯାଇଛି। ଏଭଳି ମହାନତା ପାଇଁ ଲୋକମାନେ ମେଗନ୍‌ଙ୍କୁୁ ଜଣେ ହୃଦୟବାନ୍‌ ମହିଳା ବୋଲି କହିଛନ୍ତି।

Also Read: ଭୁଲରେ ସିଂହ ଖୁଆଡ଼ରେ ପଶିଗଲା ବିଲୁଆ, ଦୀର୍ଘ ସମୟର ଛକାପଞ୍ଝା ପରେ ବଞ୍ଚିଗଲା ଜୀବନ; ଦେଖନ୍ତୁ ଭିଡିଓ

Leave A Reply

Your email address will not be published.