ସ୍ତ୍ରୀ ଓ ପୁରୁଷ ସର୍ବଦା ଏକୁଟିଆ କରିବା କଥା ଏହି କାମ, ଚାଣକ୍ୟ କରିଛନ୍ତି ସତର୍କ

ଅଧିକାଂଶ କ୍ଷେତ୍ରରେ କୁହାଯାଇଛି ଯେ କୌଣସି ବି କାମ ଏକା କରିବ କଥା ନୁହେଁ । ସାଥି ହୋଇ କାମ କରିବା କଥା, ଏହାଦ୍ୱାରା କାମ ସହଜ ହୋଇଥାଏ । ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ କିଛି ଏପରି କାମ ବିଷୟରେ କହିଛନ୍ତି, ଯାହାକୁ ମହିଳା ଓ ପୁରୁଷ ଅଲଗା ଅଲଗା କରିବା କଥା । ମହିଳା ଓ ପୁରୁଷ ଯଦି ଏମିତି କାମକୁ ଏକ ସଂଗେ କରନ୍ତି, ତାହାଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ତେବେ ଆସନ୍ତୁ ଜାଣିବା କେଉଁ ୩ କାମ,ଯାହାକୁ ପୁରୁଷ ଓ ମହିଳା ଏକ ସଂଗରେ କରିବା କଥା ନୁହେଁ ।

କେବେ ବି ଏକ ସଂଗେ କରନ୍ତୁ ନାହିଁ ତପସ୍ୟା

ଚାଣକ୍ୟଙ୍କ ଅନୁଯାୟୀ ପୁରୁଷ ଓ ମହିଳାଙ୍କୁ କେବେ ବି ଏକ ସଂଗେ ତପସ୍ୟା କରିବା କଥା ନୁହେଁ । କାରଣ ତପସ୍ୟା ଅଲଗା ଅଲଗା କରିବା କଥା । ନଚେତ ଧ୍ୟାନ ଭଙ୍ଗ ହୋଇଥାଏ ।

ଅଲଗା ଅଲଗା ପଢ଼ିବା କଥା

ଚାଣକ୍ୟ ନୀତି ଅନୁଯାୟୀ, ଦୁଇ ବା ଦୁଇରୁ ଅଧିକ ଯଦି ଏକ ସଂଗେ ପଢ଼ନ୍ତି ତ ଧ୍ୟାନ ଭଙ୍ଗ ହୋଇଥାଏ । ତେଣୁ କେବେ ବି ଅଧିକ ଲୋକ ଏକ ସଂଗେ ବସି କରି ପଢ଼ିବା କଥା ନୁହେଁ । ଯଦି ଠିକରେ ପଢ଼ିବାକୁ ଚାହୁଁଛନ୍ତି,ତେବେ ସ୍ତ୍ରୀ ଓ ପୁରୁଷ ଅଲଗା ଅଲଗା ପଢ଼ିବା ଆବଶ୍ୟକ ।

ଜଣେ ଅନ୍ୟ ଜଣଙ୍କ ଆଗରେ କପଡା ବଦଳାଇବା କଥା ନୁହେଁ

ଚାଣକ୍ୟଙ୍କ ମତରେ କେବେ ବି ପୁରୁଷ ଓ ମହିଳା ଜଣେ ଅନ୍ୟ ଜଣଙ୍କ ଆଗରେ କପଡା ବଦଳାଇବା କଥା ନୁହେଁ । ଏମିତି ମହିଳାଙ୍କୁ ପୁରୁଷ ଭୁଲରେ ବି ଦେଖିବା କଥା ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.